Advertisement
Article Detail0/zeeodisha/odisha767314
Zee OdishaOdisha LifeStyle and Othersନବରାତ୍ରୀ ସ୍ପେସିଆଲ; ପିପିଇ କିଟରେ ଗର୍ବା ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

ନବରାତ୍ରୀ ସ୍ପେସିଆଲ; ପିପିଇ କିଟରେ ଗର୍ବା ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

ଆସନ୍ତାକାଲିଠୁ ଆରମ୍ଭ ହେଉଛି ନବରାତ୍ରୀ । କୋରୋନା ପାଇଁ ଫିକା ପଡିବ ଦଶହରା । କିନ୍ତୁ ଉତ୍ସବର ମାହୋଲରେ ଲାଗିବନି ତାଲା ।

ନବରାତ୍ରୀ ସ୍ପେସିଆଲ; ପିପିଇ କିଟରେ ଗର୍ବା ଡ୍ୟାନ୍ସ, ଦେଖନ୍ତୁ ଭିଡିଓ

ଗାନ୍ଧିନଗର: ରାତି ପାହିଲେ ଆରମ୍ଭ ହୋଇଯିବ ନବରାତ୍ରି । ଏଥିପାଇଁ ଘରେ ଘରେ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । କୋରୋନା ସଂକ୍ରମଣ ପାଇଁ ନିରାଡମ୍ବର ଭାବେ ଦଶହରା ପାଳନ ହେବ । କିନ୍ତୁ ଗୁଜୁରାଟରେ ଅଟକିବନି ଭାରତ ପ୍ରସିଦ୍ଧ ଗର୍ବା ନୃତ୍ୟ । ଯାହାର ଏକ ଝଲକ ଗୁରୁବାର ସୁରଥରେ ଦେଖିବାକୁ ମିଳିଛି ।

କିଛି ଫେସନ ଡିଜାଇନିଂ ଛାତ୍ରଛାତ୍ରୀ ସୁରଥର ଏକ ସପିଂ ମଲ ଆଗରେ ଗର୍ବା ପ୍ରଦର୍ଶନ କରିଛନ୍ତି । ସାଧାରଣତଃ ଏହି ନୃତ୍ୟ ନବରାତ୍ରୀରେ ଗୁଜୁରାଟି ସମ୍ପ୍ରଦାୟ ପ୍ରଦର୍ଶନ କରିଥାଆନ୍ତି । କିନ୍ତୁ ଲୋକଙ୍କୁ ସଚେତନ କରାଇବା ଉଦ୍ଦେଶ୍ୟରେ ଛାତ୍ରଛାତ୍ରୀ ମାନେ ଏହି ନିଆରା ପଦକ୍ଷେପ ନେଇଛନ୍ତି ।

ଗୁରୁବାର ଛାତ୍ରଛାତ୍ରୀମାନେ ପିପିଇ କିଟ୍ ପିନ୍ଧି ଗର୍ବା ପରିବେଶଣ କରିଥିଲେ । ତେବେ ଲୋକଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ଥିଲା ସେମନେ ପିନ୍ଧିଥିବା କଷ୍ଟ୍ୟୁମ । ପିପିଇ କିଟ ଉପରେ ଛାତ୍ରଛାତ୍ରୀ ନିଜସ୍ୱ ଡିଜାଇନର ପୋଷାକ ପିନ୍ଧି ଗର୍ବା କରିଥିଲେ । ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହି ଭିଡିଓ ବହୁଲୋକ ପ୍ରଶାଂସା ବି କରୁଛିନ୍ତି ।

Add Zee News as a Preferred Source

ତେବେ ମହାମାରୀ କୋରୋନା ପାଇଁ ଚଳିତବର୍ଷ ଦଶହରା ଉପରେ ଅନେକ କଟକଣା ଲାଗିଛି । ବିଭିନ୍ନ ସ୍ଥାନରେ ମଣ୍ଡପ ପୂଜା, ମୁର୍ତ୍ତିର ଉଚ୍ଚତା ଓ ଦର୍ଶକଙ୍କ ସଂଖ୍ୟାକୁ ନେଇ ବିବାଦ ଦେଖାଦେଇଥିଲା । ଏହି ମାମଲା କୋର୍ଟକୁ ଗଲା ପରେ ସେଥିରେ ଆୟୋଜକଙ୍କୁ କିଛିଟା ଆଶ୍ୱସ୍ଥି ମିଳିଛି । କିନ୍ତୁ ମୂର୍ତ୍ତିକାରମାନେ ଆଗଭଳି ଆଉ ଅଧିକ ୨ ପଇସା ଆୟ କରିବାକୁ ବଞ୍ଚିତ ହୋଇଛନ୍ତି ।

About the Author