)
Health Tips: ଶୀତଦିନେ ସାଧାରତଣଃ ଗୋଇଠି ଅଧିକାଂଶ ଲୋକଙ୍କର ଫାଟିଥାଏ। ଶୁଷ୍କ ତ୍ବଚା ଯୋଗୁଁ ଏହି ସମସ୍ୟା ଦେଖାଦେଇଥାଏ। ଏହା ସହିତ ମଇଳା ଜମିବା କାରଣରୁ ମଧ୍ୟ ଗୋଇଠି ଫାଟିଥାଏ। ଗୋଇଠି ଫାଟିଲେ ଯନ୍ତ୍ରଣା ହେବା ସହିତ ଆଉ କେତେକଙ୍କର ରକ୍ତସ୍ରାବ ମଧ୍ୟ ଗୋଇଠିରୁ ହୋଇଥାଏ। ତେବେ, ଏଥିରୁ ମୁକ୍ତି ପାଇବା ପାଇଁ କିଛି ଘରୋଇ ଉପଚାର କରିଲେ ପାଦ ସୁନ୍ଦର ଦେଖାଯିବା ସହିତ ଗୋଇଠି ଫଟା ଓ ଯନ୍ତ୍ରଣା ମଧ୍ୟ ଦୂରେଇ ଯାଇଥାଏ। ତେବେ,ଆସନ୍ତୁ ଜାଣିବା କିଛି ଘରୋଇ ଉପଚାର ବିଷୟରେ...
ଆଲୋଭେରା ଜେଲ୍ ଉପଚାର:ଫଟା ଗୋଇଠିରୁ ମୁକ୍ତି ପାଇବା ପାଇଁ, ଆପଣ ଆଲୋଭେରା ଜେଲ ସହିତ ଗ୍ଲିସେରିନ ମିଶ୍ରଣ କରି ଏହାକୁ ଆପଣଙ୍କ ଗୋଇଠିରେ ଲଗାନ୍ତୁ। ପ୍ରଥମେ ଆପଣଙ୍କ ଗୋଇଠିକୁ ସଫା କରନ୍ତୁ ଏବଂ ତାପରେ ଏହି ପେଷ୍ଟ ଲଗାନ୍ତୁ। ଏହା ମୃତ ଚର୍ମ କୋଷଗୁଡ଼ିକୁ ଦୂର କରିବ ଏବଂ ଆପଣଙ୍କ ଗୋଇଠିକୁ ନରମ କରିବାରେ ଏହି ମିଶ୍ରଣ ବା ଜେଲ୍ ସାହାର୍ଯ୍ୟ କରିବ।
ଦେଶୀଘିଅ ଉପଚାର: ସେହିପରି, ଦେଶୀ ଘିଅ ମଧ୍ୟ ଫାଟିଥିବା ଗୋଇଠି ପାଇଁ ଏକ ପ୍ରଭାବଶାଳୀ ଉପଚାର ଅଟେ। ଯଦି ଆପଣ ପ୍ରତିଦିନ ରାତିରେ ଶୋଇବା ପୂର୍ବରୁ ଦେଶୀ ଘିଅ ସହିତ ଆପଣଙ୍କ ପାଦକୁ ମାଲିସ କରନ୍ତି,ତେବେ ପରଦିନ ସକାଳ ସୁଦ୍ଧା ଆପଣଙ୍କ ଚର୍ମ ଯଥେଷ୍ଟ ନରମ ହୋଇଯିବ। ଘିଅ ଆପଣଙ୍କ ଚର୍ମକୁ ଗଭୀର ଭାବରେ ମଇଶ୍ଚରିତ କରେ। ଯାହା ଫଳରେ ଗୋଇଠି ନରମ ହୁଏ।
ନଡ଼ିଆ ତେଲ ଉପଚାର: ରାତିରେ ଶୋଇବା ପୂର୍ବରୁ ଆପଣଙ୍କ ଗୋଇଠିରେ ନଡ଼ିଆ ତେଲ ଲଗାନ୍ତୁ,ତାପରେ ମୋଜା ପିନ୍ଧନ୍ତୁ। ସକାଳେ ଉଠିବା ପରେ, ଆପଣଙ୍କ ଗୋଇଠିକୁ ସଫା କରନ୍ତୁ। ଏହା ମୃତ ଚର୍ମ କୋଷଗୁଡ଼ିକୁ ଦୂର କରିବାରେ ଏବଂ ଆପଣଙ୍କ ଚର୍ମକୁ ମଇଶ୍ଚରିତ କରିବାରେ ସାହାଯ୍ୟ କରେ। ଏହିପରି ଭାବରେ ନଡ଼ିଆ ତେଲ ଫାଟିଥିବା ଗୋଇଠି ପାଇଁ ଲାଭଦାୟକ।
ଶୀତଦିନେ ଫାଟିଥିବା ଗୋଇଠି ଏକ ସାଧାରଣ ସମସ୍ୟା ଅଟେ। କିନ୍ତୁ ସଠିକ୍ ଘରୋଇ ଉପଚାର ସ-ହିତ ରାତାରାତି ଏଥିରୁ ଆରାମ ପାଇବା ସମ୍ଭବ ହୋଇପାରିବ। ଘିଅ,ଆଲୋଭେରା ଏବଂ ନଡ଼ିଆ ତେଲ ଗୋଇଠିକୁ ଗଭୀର ଭାବରେ ପୋଷଣ କରେ ଏବଂ ଚର୍ମକୁ ନରମ କରେ। ଶୋଇବା ପୂର୍ବରୁ ଏଗୁଡ଼ିକୁ ଲଗାଇବା ଏବଂ ମୋଜା ପିନ୍ଧିବା ଦ୍ୱାରା ଫାଟ ଶୀଘ୍ର ଭଲ ହୁଏ ଏବଂ ଯନ୍ତ୍ରଣା କମ ହୁଏ।
(Disclaimer: ଏହି ଆର୍ଟିକିଲରେ ପରାମର୍ଶ ଦିଆଯାଇଥିବା ଟିପ୍ସଗୁଡ଼ିକ କେବଳ ସାଧାରଣ ସୂଚନା ପାଇଁ। ଏହାକୁ କୌଣସି ରୋଗର କୌଣସି ପ୍ରତିକାର ଭାବେ ନେବା ପୂର୍ବରୁ ଆପଣଙ୍କ ଡାକ୍ତରଙ୍କ ସହିତ ପରାମର୍ଶ କରି ନିଅନ୍ତୁ। ଜୀ ଓଡ଼ିଶା ନ୍ୟୁଜ୍ ଏପରି କୌଣସି ଦାବିର ସତ୍ୟତାକୁ ନିଶ୍ଚିତ କରେ ନାହିଁ।)