• ବ୍ରହ୍ମପୁର: ସଦର ଥାନା ଝାଡ଼ଙ୍କୁଲି ଗାଁରେ ଖଣ୍ଡାରେ ବାପ ପୁଅଙ୍କୁ ମରଣାନ୍ତକ ଆକ୍ରମଣ
  • ଦିଦିଙ୍କ ଗଡ଼ରେ ମୋଦିଙ୍କ ରଣହୁଙ୍କାର; ପହ୍ମ ଧରିଲେ ମିଥୁନ
  • ଏପ୍ରିଲ ୯ରୁ ଆରମ୍ଭ ହେବ ଆଇପିଏଲ୍ ମହାସମର
  • ଅହମଦାବାଦ ସ୍ଥିତ ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମେ ୩୦ରେ ଖେଳାଯିବ ଫାଇନାଲ୍‌ ମ୍ୟାଚ୍
  • ଗଜପତି ଗୁରାଣ୍ଡି ଥାନା ଆରିବା ଗାଁରେ ପ୍ରେମୀ ଯୁଗଳଙ୍କ ରକ୍ତାକ୍ତ ମୃତଦେହ ଠାବ
  • ରାଜ୍ୟରେ ସୁସ୍ଥ ହେଲେ ଆଉ ୯୦ କୋରୋନା ଆକ୍ରାନ୍ତ
  • କୋରୋନାରୁ ସୁସ୍ଥ ଲୋକଙ୍କ ସଂଖ୍ୟା ୩ ଲକ୍ଷ ୩୫ ହଜାର ୮୦କୁ ବୃଦ୍ଧି
  • ସୋମବାରଠୁ ସଂସଦର ବଜେଟ ଅଧିବେଶନର ଦ୍ବିତୀୟ ପର୍ଯ୍ୟାୟ
  • ତେଲଙ୍ଗାନା: ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ରାଜ୍ୟର ସବୁ ମହିଳା କର୍ମଚାରୀଙ୍କୁ ଛୁଟି
  • କେନ୍ଦ୍ରାପଡ଼ାର ଗଗୁଆ-ଚଉଦକୁଲାଟ ରାସ୍ତାରେ ଟ୍ରକ୍‌-ଅଟୋ ଧକ୍କା, ଗୋଟିଏ ପରିବାରର ୫ ଗୁରୁତର

ରିଲ ହିରୋଙ୍କ ରିଅଲ ଲାଇଫ: ସାମ୍ବାଦିକଙ୍କ ଘରେ ହଠାତ ପହଞ୍ଚିଗଲେ ସବ୍ୟ, ଆଉ ତା'ପରେ...

ମହାନୁଭବ ସବ୍ୟ...

ରିଲ ହିରୋଙ୍କ ରିଅଲ ଲାଇଫ: ସାମ୍ବାଦିକଙ୍କ ଘରେ ହଠାତ ପହଞ୍ଚିଗଲେ ସବ୍ୟ, ଆଉ ତା'ପରେ...

ଭୁବନେଶ୍ୱର: କୋରୋନା ମହାମାରୀ (Corona Pandemic) ସମୟରେ ଯେତେବେଳ ପୁରା ଦେଶ ଘରେ ବନ୍ଦ ରହିଥିଲା, ସେହି ସମୟରେ ଭଗବାନଙ୍କ ଦୂତ ଭଳି ଦେଶରେ ସୋନୁ ସୁଦ (Sonu Sood) ଓ ରାଜ୍ୟରେ ସବ୍ୟସାଚୀ ମିଶ୍ର (Sabyasachi Mishra) ହାଜର ହୋଇ ଯାଇଥିଲେ । ଏଭଳି ସଂକଟ ସମୟରେ ସାହାଯ୍ୟର ହାତ ବଢାଇଥିଲେ ଉଭୟ ସୋନୁ (Sonu Sood) ଓ ସବ୍ୟ (Sabyasachi Mishra) । ରାଜ୍ୟରେ ପ୍ରତିଟି ଅବହେଳିତ ଅଭାବୀ ମଣିଷ ପାଇଁ ଦେବତା ପାଲଟି ଯାଇଥିଲେ ସବ୍ୟସାଚୀ ମିଶ୍ର । ନିସ୍ୱାର୍ଥପର ଭାବେ ଖବର ପାଇବା ମାତ୍ରେ ହିଁ ହାଜର ହେଇଯାଉଥିଲେ ଘଟଣାସ୍ଥଳରେ । 

ତେବେ ସେହି ସମୟରେ ଏହି ଅଭାବୀ ସାହାଯ୍ୟ ଲୋଡ଼ୁଥିବା ଲୋକଙ୍କ ସମ୍ପର୍କରେ ଖବର ଦେଉଥିଲେ କିଛି ସାମାଜିକ କର୍ମୀ (Social Worker), କାର୍ଯ୍ୟରତ ସାମ୍ବାଦିକ (Journalist) । ଯେଉଁମାନଙ୍କୁ ସବ୍ୟ (Sabyasachi Mishra) ନୂଆ ବର୍ଷରେ ସପ୍ରାଇଜ ଗିଫ୍ଟ ଦେବା ସହିତ ତାଙ୍କ ନିକଟରେ ହାଜର ହେଇଛନ୍ତି । ଆଉ ସବ୍ୟଙ୍କ ଏଭଳି ଅଚାନକ ହାଜର ହେବା ସେମାନଙ୍କୁ ବେଶ ଉତ୍ସାହିତ କରିପକାଇଛି । ଆଉ ଯେଉଁମାନଙ୍କ ନିକଟରେ ସବ୍ୟ ପହଞ୍ଚି ପାରିନାହାନ୍ତି ସେମାନଙ୍କୁ ଫୋନ ଯୋଗେ ଶୁଭେଚ୍ଛା ଦେଇଛନ୍ତି । 

ଅଧିକ ପଢନ୍ତୁ: ଜାରି ହେଲା ଟିକାକରଣର ସୂଚୀ, ଓଡ଼ିଶାରେ ଏହି ଦିନ ନେଇପାରିବେ ଟିକା

ଏହି କ୍ରମରେ ଗତକାଲି ସନ୍ଧ୍ୟାରେ ସାମ୍ବାଦିକ (Journalist) ତଥା ସମାଜସେବୀ ରାଜେଶ ସାମନ୍ତରାୟଙ୍କ (Rajesh Samantray) ଘରେ ସବ୍ୟ ହଠାତ ପହଞ୍ଚିଯାଇଥିଲେ । ଏହା ପୂର୍ବରୁ ରାଜେଶଙ୍କୁ ସବ୍ୟ (Sabyasachi Mishra) ଫୋନ ଯୋଗେ କଥା ହୋଇଥିଲେ । ରାଜେଶ କିଛି କହିବା ପୂର୍ବରୁ ସବ୍ୟ ତାଙ୍କୁ କେଉଁଠାରେ ଅଛ, ତୁମକୁ ଦେଖା କରିବାକୁ ଚାହେଁ ବୋଲି କହିଥିଲେ । ଏହା ଶୁଣି ରାଜେଶ ଉତ୍ସାହିତ ହେବା ସହିତ ଠିକଣା ମଧ୍ୟ ଦେଇଥିଲେ । ତେବେ ରାତି ୯ଟା ପାଖାପାଖି ରାଜେଶଙ୍କ ଘରେ ପହଞ୍ଚି ଯାଇଥିଲେ ସବ୍ୟ । ହାତରେ କିଛି ଗିଫ ପ୍ୟାକେଟ ମଧ୍ୟ ରହିଥିଲା । କିଛି ସମୟ କଥାବାର୍ତ୍ତା ପରେ ସବ୍ୟ ତାଙ୍କ ଘରୁ ଚାଲିଯାଇଥିଲେ । କେବଳ ରାଜେଶ ନୁହଁନ୍ତି, ରାଜେଶଙ୍କ ଭଳି ଅନେକ ସାମ୍ବାଦିକ ଓ ସାମାଜିକ କର୍ମୀଙ୍କୁ ଏଭଳି ହଠାତ ଭେଟି ଉପହାର ଦେଇଥିବା ଜଣାପଡ଼ିଛି ।

ଅଧିକ ପଢନ୍ତୁ: ପଶ୍ଚିମବଙ୍ଗରେ ବିଜେପିର ଖେଳ ବିଗାଡ଼ିବ ଶିବସେନା, 'ଦିଦି'ଙ୍କ ପାଇଁ ସହଜ ହେବ ଲଢ଼େଇ!

ତେବେ ସବ୍ୟଙ୍କୁ ତାଙ୍କ ଘରେ ପାଇ ବେଶ ଖୁସି ହୋଇ ପଡ଼ିଥିଲେ ରାଜେଶ । ରାଜେଶ କହିଛନ୍ତି କି, କୋରୋନା ସମୟରେ ସବ୍ୟଙ୍କୁ ସାହାଯ୍ୟ କରିଥିବା ସମସ୍ତ ସମାଜସେବୀ, ସାମ୍ବାଦିକଙ୍କୁ ଭୁଲି ନାହାନ୍ତି ସବ୍ୟ । କୌଣସି ବଡ଼ ତାରକା ଏଭଳି ହଠାତ ଆମ ଭଳି ସାମ୍ବାଦିକଙ୍କୁ ଘରକୁ ଆସିବା ବହୁ ବିରଳ । ଘରକୁ ଆସିବା ପରେ ରାଜେଶ ତାଙ୍କୁ ଚାହା କରିପିଆଇଥିଲେ ବୋଲି ସେ କହିଥିଲେ । ତେବେ ସବ୍ୟଙ୍କ ଏଭଳି କାର୍ଯ୍ୟ ନିଶ୍ଚିତ ଭାବେ ଜଣେ ଉଚ୍ଚମନା ତାରକାର ମନୋଭାବ ବୋଲି ରାଜେଶ କହିଥିଲେ। 

ସୂଚନା ଯୋଗ୍ୟ କୋରୋନା ଲକଡାଉନ ସମୟରେ ସବ୍ୟସାଚୀ ବିଦେଶରୁ ନିଜ ଦେଶକୁ ଲୋକମାନଙ୍କୁ ଫେରାଇ ଆଣିବା ସହିତ ଗରିବ ଅସହାୟ ମାନଙ୍କୁ ସହାୟତାର ହାତ ବଢାଇଥିଲେ । ଏପରିକି ଓଡ଼ିଶାରେ ଥିବା ପ୍ରବାସୀ ଶ୍ରମିକମାନଙ୍କୁ ସେମାନଙ୍କ ନିଜ ରାଜ୍ୟକୁ ଫେରାଇବାରେ ମଧ୍ୟ ସହାୟତା କରିଥିଲେ । ଏଥିପାଇଁ ସେ ସାମାଜିକ କର୍ମୀ ଓ ସାମ୍ବାଦିକମାନଙ୍କର ସହାୟତା ନେଇଥିଲେ ।