ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ କ୍ଷତିକାରଣ !

ଏକ ଅଧ୍ୟୟନରୁ ଜଣାପଡିଛି, ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଯେପରିକି ରେଡ ମିଟ(ମାଂସ) ଖାଦ୍ୟ ଖାଇଲେ କ୍ୟାନସର ହେବାର ଅଶଙ୍କା ଅଧିକ ରହିଛି । 

ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ କ୍ଷତିକାରଣ !

ଏକ ସୁସ୍ଥ ଆହାର ପାଇଁ ପ୍ରୋଟିନ ନିହାତି ଅନିର୍ବାଯ୍ୟ । ବେଳେ ବେଳେ ଏହି ପ୍ରୋଟିନ ଆମ ସ୍ୱାସ୍ଥ୍ୟ ପ୍ରତି ହାନିକାର ମଧ୍ୟ ହୋଇପାରେ । କାରଣ ଆମ ଅଜଣାତରେ ଖାଉଥିବା ଏହି ପ୍ରୋଟିନ ଯୋଗୁଁ କ୍ୟାନ୍ସର ହେବାର ଆଶଙ୍କା ଦେଖାଦେଇଛି ।

ପ୍ରୋଟିନ ଶରୀରରେ ମାଂସପେଶୀ ତିଆରି ସହ ଏହାର ମରାମତି କରିଥାଏ । ଓଜନ ନିୟନ୍ତ୍ରଣ ମଧ୍ୟ କରିବାରେ ସହାୟକ ହୋଇଥାଏ। ହେଲେ ଆପଣ ଜାଣନ୍ତି କି, ପ୍ରତ୍ୟେକ ଦିନ କେତେ ପରିମାଣର ପ୍ରୋଟିନ ଖାଉଛନ୍ତି । ତେଣୁ ଆମେ ଅଜଣାତରେ ଆବଶ୍ୟକତା ଠାରୁ ଅଧିକ ପ୍ରୋଟିନ ଖାଇଦେଉ । ଯାହା ଆମ ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେଇଥାଏ ।

ଏକ ଅଧ୍ୟୟନରୁ ଜଣାପଡିଛି, ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଯେପରିକି ରେଡ ମିଟ(ମାଂସ) ଖାଦ୍ୟ ଖାଇଲେ କ୍ୟାନସର ହେବାର ଅଶଙ୍କା ଅଧିକ ରହିଛି । ତେଣୁ ଉଚ୍ଚ ପ୍ରୋଟିନ କିମ୍ବା ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କ୍ୟାନସର ହେବାର ଆଶଙ୍କା ବଢାଇ ଦିଏ । ଗବେଷକଙ୍କ କହିବାନୁସାରେ, ମାଂସରେ ଥିବା କାର୍ସିନୋଜେନିକ କମ୍ପାଉଣ୍ଡ ଓ ଫ୍ୟାଟ ହିଁ କ୍ୟାନସର କାରଣ । ତେଣୁ ପ୍ରୋଟିନ ପାଇଁ କେବଳ ମାଂସ ବ୍ୟତୀତ ଅନ୍ୟ ଖାଦ୍ୟ ଖାଇବା ଆବଶ୍ୟକ ।

ଅଧିକ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଇବା ଦ୍ୱାରା କ୍ୟାନସର ହେବାର 4 ପ୍ରତିଶତ ଆଶଙ୍କା ବଢିଯାଏ । ମାଂସ ଖାଇବାକୁ ପସନ୍ଦ କରୁଥିବା ବ୍ୟକ୍ତି ମଧ୍ୟ ଡାଇବେଟିସର ଶିକାର ହୋଇପାରନ୍ତି ।

10 ପ୍ରତିଶତରୁ କମ ପ୍ରୋଟିନ ଯୁକ୍ତ ଖାଦ୍ୟ ଖାଉଥିବା ବ୍ୟକ୍ତିଙ୍କ ତୁଳନାରେ ଯଦିଓ ଆପଣ ମଧ୍ୟମ ପରିମାଣର ପ୍ରୋଟିନ୍ ଖାଉଛନ୍ତି । ତେବେ ଆପଣଙ୍କ ନିକଟରେ କ୍ୟାନର ହେବାର 3 ଗୁଣା ଆଶଙ୍କା ଅଧିକ ହୋଇପାରେ ।

ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ ମତରେ ଓଜନ ଅନୁସାରେ ଜଣେ ବ୍ୟକ୍ତି ଦୈନିକ 0.8 ଗ୍ରାମର ପ୍ରୋଟିନ ନେବା ଉଚିତ । ଉଦାହରଣ ସ୍ୱରପ ଆପଣଙ୍କ ଓଜନ ଯଦି 50 କେଜି ଯାଏଷ ତେବେ 40 ଗ୍ରାମରୁ ଅଧିକ ପ୍ରୋଟିନ ଖାଇବା ଉଚିତ ନୁହେଁ । ତେବେ ମନେ ରଖନ୍ତୁ, ଏହାକୁ ଆଦୌ ନଖାଇଲେ କୁପୋଷଣର ଶିକାର  ମଧ୍ୟ ହୋଇପାରନ୍ତି । ତେଣୁ ଆବଶ୍ୟକୀୟ ଅନୁସାରେ, ମାଂସ ଓ ଦୁଗ୍ଧ ଜାତୀୟ ଖାଦ୍ୟ ଖାଇବା ଜରୁରୀ ।

ଉଚ୍ଚ ପ୍ରୋଟିନ ଯୁକ୍ତ ଡାଏଟ ..ଉଦ୍ଭିଦଜାତ-ମାଂସ ଜାତ ଖାଦ୍ୟରୁ ଆପଣ ଯଦି ଦୈନିକ ପ୍ରୋଟିନରୁ 20 ପ୍ରତିଶତକୁ ଅଧିକ କ୍ୟାଲେରୀ ଥାଏ ।

ମଧ୍ୟମ ପ୍ରୋଟିନ ଯୁକ୍ତ ଡାଏଟ ପ୍ରୋଟିନରୁ 10ରୁ 15 ପ୍ରତିଶତ କ୍ୟାଲେରୀ ମିଳିଥାଏ ।

କମ ପ୍ରୋଟିନ ଡାଏଟ ଯଦି ପ୍ରୋଟିନରୁ 10 ପ୍ରତିଶତ କମ କ୍ୟାଲେରୀ ମିଳେ ।