• ଅଭୟକାନ୍ତ ପାଠକଙ୍କ ଘରେ ପୁଣି ଭିଜିଲାନ୍ସର ଚଢ଼ାଉ
  • ସରକାରୀ ବାସଭବନରେ ସ୍ୱତନ୍ତ୍ର ଟିମ୍ ପକ୍ଷରୁ ରେଡ଼
  • ବାରଣାସୀରେ ଦେବ ଦୀପାବଳି ପାଳିଲେ ପ୍ରଧାନମନ୍ତ୍ରୀ
  • ରାଜ୍ୟରେ ଆଉ ୩୭୮ କରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଆଜି କରୋନା ନେଲା ୫ ଜୀବନ
  • ପରୀ ମୃତ୍ୟୁ ମାମଲାର ଏସଆଇଟି ତଦନ୍ତ ଆରମ୍ଭ
  • ଆଜି ବିଶ୍ୱ ଏଡ୍‌ସ ଦିବସ: ଗଞ୍ଜାମରେ ସର୍ବାଧିକ ୧୬,୫୧୫ ରୋଗୀ
  • କୋଭିଡ କଟକଣା ମଧ୍ୟରେ ଆଜିଠାରୁ କୋଣାର୍କ ମହୋତ୍ସବ
  • ଦେଶରେ ଦିନକରେ ୩୧,୧୧୮ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ, ୪୮୨ ମୃତ
  • ଆଜିଠୁ ଖୋଲିବ ରାଜ୍ୟର ସମସ୍ତ ମେଡିକାଲ କଲେଜ

Horoscope Today: ଏହି ରାଶିରେ ଆସିବ ବଡ଼ ପରିବର୍ତ୍ତନ, ମିଳିବ ସୁଖଦ ଖବର

Horoscope of 23rd October 2020: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର...

Horoscope Today: ଏହି ରାଶିରେ ଆସିବ ବଡ଼ ପରିବର୍ତ୍ତନ, ମିଳିବ ସୁଖଦ ଖବର

Horoscope of 23rd October 2020:

ମେଷ- ଆନନ୍ଦ ଉଲ୍ଲାସରେ ଦିନ ଅତିବାହିତ କରିବେ । ଦେହ ଓ ମନ ସୁସ୍ଥ ରହିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ପାରିବାରିକ ଜୀବନ ସୁଖସ୍ୱାଚ୍ଛନ୍ଦରେ କଟିବ । ବ୍ୟବସାୟରେ ଅଗ୍ରଗତି ହେବ ।  

ବୃଷ- ମନ ପ୍ରଫୁଲ୍ଲ ରହିବ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ଭାଜନ ହେବେ । ଅର୍ଥ ଆଗମନର ସୂଚନା ମିଳୁଛି । ଗୃହ ଉପକରଣ ଭଳି ସାମଗ୍ରୀ କ୍ରୟ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।  

ମିଥୁନ- ଦେହ ପୀଡାରୁ ସାମାନ୍ୟ ଆଶ୍ୱସ୍ତି ଲାଭ କରିବେ । ପୂଜା ସେବା ପାଇଁ ମନ ବଳିବ । କର୍ମ କ୍ଷେତ୍ର ସହଜ ସରଳ ହେବ । ଆୟ ବ୍ୟୟ ସମାନ ରହିବ । ରାଜନୈତିକ ବ୍ୟକ୍ତି ବିଶେଷ ସଭାସିମିତିରେ ଯୋଗ ଦେଇ ଜନତାଙ୍କ ଆଦର ଅଭ୍ୟର୍ଥନା ଲାଭ କରିବେ ।  

କର୍କଟ- ଦୃଢମନୋବଳ ଯୋଗୁଁ ପ୍ରତିଟି କାର୍ଯ୍ୟରେ ସଫଳ ହେବେ । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କାର୍ଯ୍ୟ ସଂପାଦନ କରିବେ । ଆୟ ଉତ୍ତମ ହେବ । ପାରିବାରିକ ସୁଖଶାନ୍ତି ଲାଭ କରିବେ ।  

ସିଂହ-  ଦେହ ଓ ମନ ଭଲ ରହିବ । କର୍ତ୍ତବ୍ୟ ପରାୟଣ ହେବେ । ଦାୟିତ୍ୱର ସହ କର୍ମ  ସମ୍ପାଦନ କରିବେ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ବ୍ୟବସାୟରେ ଅଧିକ ପୁଞ୍ଜି ନବେଶ ଆପଣଙ୍କୁ ଫାଇଦା ଦେବ ।  

କନ୍ୟା- ଶରୀର ଆରୋଗ୍ୟ ରହିବ । ଦୃଢ ମନ ନେଇ କାର୍ଯ୍ୟ କରିବେ । ଆୟ ଓ ବ୍ୟୟ ସମାନ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ପ୍ରାପ୍ତ ହେବ ।ବ୍ୟବସାୟ ବାଣିଜ୍ୟରେ ଭଲ ଲାଭ ମିଳିବ ।  

ତୁଳା- ଉଦର ପୀଡା କିମ୍ବା ଶିରପୀଡା ଭଳି ଶାରୀରିକ ସମସ୍ୟା ଦେଖାଦେବ । କର୍ମ କ୍ଷେତ୍ରରେ ହତୋତ୍ସାହିତ ହେବେ । ଦାମ୍ପତ୍ୟ ଜୀବନରେ ବୁଝାମଣାରେ ଅଭାବ ପରିଲକ୍ଷିତ ହେବ ।

ବିଛା- କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଈର୍ଷାର ଶିକାର ହେବେ । ଅନ୍ୟକୁ ସାହାଯ୍ୟ କରି ନିଜେ ଅସୁବିଧାରେ ପଡିବେ । ଖର୍ଚ୍ଚ ସାମାନ୍ୟ ବୃଦ୍ଧି ପାଇବ ।  

ଧନୁ- ବ୍ୟସ୍ତତା ମଧ୍ୟେ ଦିନ କଟିବ । କୌଣସି ଦୁଃସମ୍ବାଦ ପାଇ ବିଚଳିତ ହେବେ । ବାଦ ବିବାଦଠାରୁ ଦୂରେଇ ରୁହନ୍ତୁ । କଥାବାର୍ତ୍ତାରେ ସଂଯମତା ରଖି ଚଳନ୍ତୁ ।  

ମକର- କର୍ମ ତତ୍ପରତା ପ୍ରକାଶ ପାଇବ । କର୍ମ କ୍ଷେତ୍ର ଉତ୍ସାହ ପ୍ରଦ ରହିବ । ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତ ହେବ । ଦୂରଯାତ୍ରା କରିପାରନ୍ତି । ପାରିବାରିକ ଜୀବନ ମଧୁରମୟ ହେବ ।  

କୁମ୍ଭ- ମନ ଉଦାସ ରହିବ । କାର୍ଯ୍ୟ  ସଂପାଦନରେ ବିଳମ୍ବ ହେବ । ଆୟ ବାଧା ପ୍ରାପ୍ତ ହେବ । ପାରିବାରିକ ଜୀବନ ଅଶାନ୍ତ ରେ କଟିବ । ବ୍ୟବସାୟରେ ସ୍ୱଳ୍ପ ଲାଭ  ହେଖାଦେବା  

ମୀନ- ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପ୍ରାପ୍ତ କରିବେ । ତରବର ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । କାହାରିକୁ ଧାର କରଜ ଦିଅନ୍ତୁ ନାହିଁ । ଅଚିହ୍ନା ଅପରିଚିତଙ୍କ ଠାରୁ ଦୂରେଇ ରୁହନ୍ତୁ । ବ୍ୟବସାୟ ବୃଦ୍ଧି ହେବ