• ପୁଣି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍
  • IPL 2020: ଆଜି ଆରସିବି - ମୁମ୍ବାଇ ମୁହାଁମୁହିଁ
  • କଟକଣା ମଧ୍ୟରେ ଆରମ୍ଭ ହେବ ପରୀକ୍ଷା ଓ ନାମଲେଖା
  • ବିଜୁ ଯୁବ ଜନତା ଦଳର ଜେନେରାଲ ସେକ୍ରେଟାରୀ ଭାବେ ନିଯୁକ୍ତି ପାଇଥିବା କଳ୍ପତରୁ ଓଝାଙ୍କୁ ନିଲମ୍ବିତ କଲେ ସଭାପତି ନବୀନ ପଟ୍ଟନାୟକ ।
  • କଟକରେ ଭାଙ୍ଗିଲା ରେଳବାଇ କ୍ରସିଂ ଆଙ୍ଗେଲ୍‌, ୧୬ ନମ୍ବର ଜାତୀୟ ରାଜପଥରେ ଯାନବାହନ ଚଳାଚଳ ବାଧାପ୍ରାପ୍ତ ।
  • ଆଠଗଡ଼ରେ ଥିବା ସିମେଣ୍ଟ କାରଖାନାରେ ଦୁର୍ଘଟଣା, ଜଣେ ଶ୍ରମିକ ମୃତ
  • ବିଧାନସଭା ଆରମ୍ଭ ହେବା ପୂର୍ବରୁ ବିଜେଡ଼ି ବିଧାୟକ ଦଳ ବୈଠକ
  • ହାଇକୋର୍ଟରେ ଯାଜପୁର ବିରଜା ମନ୍ଦିର ରଥଯାତ୍ରା ମାମଲା । ଜିଲ୍ଲାପାଳ ଓ ଏସପିଙ୍କୁ ହାଇକୋର୍ଟଙ୍କ ରିପୋର୍ଟ ତଲବ । ଅକ୍ଟୋବର ୮କୁ ଘୁଞ୍ଚିଲା ଶୁଣାଣୀ ।
  • ଉଲ୍ଲିବୁରୁ ଖଣି ଦୁର୍ନୀତି ମାମଲା: ଦୀପକ ଗୁପ୍ତାଙ୍କ ନିୟମିତ ଜାମିନ ଖାରଜ ।
  • ୩ ମାସ ପାଇଁ ଅନ୍ତରୀଣ ଜାମିନ ମଞ୍ଜୁର, ୧ ଅକ୍ଟେବରରୁ ୩ ମାସ ଅନ୍ତରୀଣ ଜାମିନରେ ଦୀପକ ।

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର

ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର

Horoscope of 11th August 2020: ମେଷ- ଘାତ ଚନ୍ଦ୍ର ଭୋଗ ହେତୁ ବିଶେଷ ଭାବେ ସତର୍କ ରୁହନ୍ତୁ । ଧନ କ୍ଷୟ ହେବାର ସମ୍ଭାବନା ରହିଛି । ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । ଶରୀର ପୀଡା ଦେଖାଦେବ ।

ବୃଷ- ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ସନ୍ତାନ ସନ୍ତତି ଭିତ୍ତିକ ସମସ୍ୟା ଦୂରିଭୂତ ହେବ । ମନ ପ୍ରଫୁଲ୍ଲ୍ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ ।

ମିଥୁନ- ମାନସିକ ଓ ଶାରୀରିକ ସୁସ୍ଥତା ଲାଭ କରିବେ । ପୂଜା ଆରାଧନାରେ ସମୟ କାଟିବେ । ପ୍ରତ୍ୟେକ କାର୍ଯ୍ୟରେ ଆତ୍ମସନ୍ତୋଷ ଲାଭ କରିବେ । ପାରିବାରିକ ଜୀବନ ଖୁସି ହେବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ ।

କର୍କଟ- ମାନସିକ ଶାନ୍ତି ଫେରି ପାଇବେ । ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । କାର୍ଯ୍ୟାଳୟର ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ପାରିବାରିକ ଜୀବନ ହର୍ଷଉଲ୍ଲାସ ଭରା ରହିବ ।

ସିଂହ- ଦେହ ଓ ମନ ଭଲ ରହିବ । ଈଶ୍ୱରଙ୍କ ପ୍ରତି ଆସ୍ଥା ବଢିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । କାର୍ଯ୍ୟାଳୟରେ ପାରଦର୍ଶିତା ଦେଖାଇବେ । ପାରିବାରିକ ଜୀବନ ସୁଖମୟ ହେବ ।

କନ୍ୟା- ଦେହ ଆରୋଗ୍ୟ ରହିବ । ପ୍ରତ୍ୟେକ କାର୍ଯ୍ୟ ସୂଚାରୁ ରୂପେ ସଂପାଦନ କରିବେ । କର୍ମ କ୍ଷେତ୍ରରେ ପ୍ରଶଂସା ପାଇବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ ।

ତୁଳା- ଶରୀର ସୁସ୍ଥ ରହିବ । କୌଣସି ଧାର୍ମୀକ କାର୍ଯ୍ୟରେ ଯୋଗ ଦେବେ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ଆୟ ଉତ୍ତମ ହେବ ।

ବିଛା- ଶରୀର ସୁସ୍ଥ ରହିବ । ଧର୍ମ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ପାରିବାରିକ ଜୀବନ ସମୃଦ୍ଧ ହେବ ।

ଧନୁ- ଦେହ ଭଲ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ । ଆୟ ଓ ବ୍ୟୟ ସମାନ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।

ମକର- ମାନସିକ ଅବସାଦ ଦେଖାଦେବ । ଚିନ୍ତାଗ୍ରସ୍ତ ରହିବେ । କାର୍ଯ୍ୟରେ ବାଧା ଓ ଅବରୋଧ ଦେଖାଦେବ । ସହକର୍ମୀଙ୍କ ସହ ମତଭେଦ ଦେଖାଦେବ ।

କୁମ୍ଭ- ଆମୋଦ ପ୍ରମୋଦରେ ଦିନ ଅତିବାହିତ କରିବେ । ଦିଅଁ ଦର୍ଶନର ସୌଭାଗ୍ୟ ଅଛି । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିବ । ଛାତ୍ରଛାତ୍ରୀ ପାଠପଢାରେ ଅବହେଳା ପ୍ରଦର୍ଶନ କରିବେ ।

ମୀନ- କର୍ମ ତତ୍ପରତା ପ୍ରକାଶ ପାଇବ । ସୁଖ ସମ୍ମାନର ଅଧିକାରୀ ହେବେ । ଉଚ୍ଚ ଆଶା ସଫଳ ହେବ । ରାଜନୈତିକ ବ୍ୟକ୍ତି ବିଶେଷଙ୍କର ପତିଆର ବୃଦ୍ଧି ପାଇବ ।