• ଦେଶ ପାଳୁଛି ୭୨ତମ ଗଣତନ୍ତ୍ର ଦିବସ ।ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା
  • ରାଜ୍ୟ ରାଜଧାନୀରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସମ୍ମାନୀୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  • ୩ଟି ରୁଟ ଦେଇ ଆରମ୍ଭ ହେଲା ଆନ୍ଦୋଳନରତ କୃଷକଙ୍କ ଟ୍ରାକ୍ଟର ରାଲି ।
  • ୧୫ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟାରେ ଟ୍ରାକ୍ଟର ସାମିଲ ।
  • ଲଦାଖରେ ଆଇଟିବିପି ଯବାନଙ୍କ ପତାକା ଉତ୍ତୋଳନ । ଭାରତୀୟ ସେନା ପାଳିଲା ଗଣତନ୍ତ୍ର ଦିବସ ।
  • ହିମାଳୟରେ ପତାକା ଉଡ଼ାଇଲେ ଓଡ଼ିଆ ଯୁବକ । ହିମାଳୟର ଦୟାରା ବୁଗ୍ୟାଲରେ ଉଡ଼ାଇଲେ ପତାକା ।
  • ଦିଲ୍ଲୀରେ ଉଗ୍ରରୂପ ନେଇଛି ଚାଷୀ ଆନ୍ଦୋଳନ ।
  • ଆନ୍ଦୋଳନ ସମୟରେ ହିଂସା ଭିଆଉଛନ୍ତି ଆନ୍ଦୋଳନରତ ଚାଷୀ। ଟିକ୍ରି, ସିଂଘୁ, ଗାଜିପୁର ସୀମା ଚରମ ସୀମାରେ ଉତ୍ତେଜନା ।
  • ପୋଲିସ ଉପରକୁ ଢେଲାମାଡ଼ । ଟ୍ରାକ୍ଟର ଚଢାଇବାକୁ ଉଦ୍ୟମ ।
  • ଲାଲକିଲ୍ଲାରେ ଚଢିଲେ ଆନ୍ଦୋଳନରତ ଚାଷୀ ।

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ବୁଧବାର

Horoscope of 11th November 2020: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ବୁଧବାର

Horoscope of 11th November 2020: ମେଷ- ଆପଣଙ୍କ ପାଇଁ ଦିନଟି ସୁଖ ସ୍ୱାଚ୍ଛନ୍ଦ୍ୟ ଭରା ରହିବ । ଦେହ ଓ ମନ ଭଲ ରହିବ । ସେବା ଧର୍ମ ପ୍ରତି ମନ ବଳିବ । ଆୟ ଅବ୍ୟାହତ ରହିବ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ । ଛାତ୍ରଛାତ୍ରୀମାନେ ପଢାପଢିରେ ଭଲ ପ୍ରଦର୍ଶନ କରିବେ । ବ୍ୟବସାୟ ଦୃଷ୍ଟିକୋଣରୁ ଦିନଟି ଉତ୍ତମ ଅଟେ ।

ବୃଷ- ଗାଡି ମଟର ଚାଳନାରୁ ନିବୃତ୍ତ ରୁହନ୍ତୁ । ଦୂରଯାତ୍ରା ବିପଦପୂର୍ଣ୍ଣ ହେବ । ବୃଥା ନିନ୍ଦା ଅପବାଦ ମିଳିପାରେ । ବାକ୍ ସଂଯମତା ରକ୍ଷା ନ କଲେ ବିପଦରେ ପଡିବେ । ଅର୍ଥହାନି ହେବ ।  

ମିଥୁନ- ଦିନଟିରେ ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ମନ ପ୍ରସନ୍ନ ରହିବ । କର୍ମ କ୍ଷେତ୍ର ଉତ୍ସାହପ୍ରଦ ହେବ । ନୂତନ ଜମି କିମ୍ବା ଗୃହ କ୍ରୟ ନିମିତ୍ତ ଯୋଜନା କରିବେ । ସନ୍ତାନଙ୍କ କୃତ୍ତିତ୍ୱରେ ଆତ୍ମସନ୍ତୋଷ ଲାଭ କରିବେ । ନବ ଦମ୍ପତିଙ୍କ ପାଇଁ ଦିନଟି ବେଶ୍ ଆମୋଦଦାୟକ ହେବ । ବ୍ୟବସାୟ ଆଶାନୁରୂପକ ହେବ ।

କର୍କଟ- ଆଜି ଦିନଟିରେ ଆପଣଙ୍କୁ ଖୁବ ସତର୍କତାର ସହ ଜୀବନଯାପନ କରିବାକୁ ପଡିବ । ଶରୀର ପୀଡା, ମାନସିକ ଅଶାନ୍ତି ଦେଖାଦେବ । ଖର୍ଚ୍ଚାନ୍ତ ହେବେ । ଘାତ ଚନ୍ଦ୍ର ଭୋଗ ହେତୁ ଗାଡି ମଟର ଚାଳନା ଓ ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ନିଆଁ, ପାଣି,ତଥା ଉଚ୍ଚ ସ୍ଥାନ ପ୍ରତି ମଧ୍ୟ ସତର୍କତା ଲୋଡା ।  

ସିଂହ- ସମାନୁବର୍ତ୍ତୀ ହୋଇ ପ୍ରତ୍ୟେକ କାର୍ଯ୍ୟ ସୂଚାରୁ ରୂପେ ତୁଲାଇବେ । ସେବା ପୂଜାରେ ମନ ନିବେଶ କରିବେ । ଶରୀର ଓ ମନ ସୁସ୍ଥ ରହିବ । କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କ ସାହାଯ୍ୟ ସହଯୋଗ ପାଇବେ । ଆୟ ଓ ବ୍ୟୟ ସମାନ ରହିବ । ବ୍ୟବସାୟ ଲାଭ ଯୁକ୍ତ ହେବ ।  

କନ୍ୟା- ଶରୀର ଆରୋଗ୍ୟ ରହିବ । କାର୍ଯ୍ୟ ବ୍ୟସ୍ତତା ଭିତରେ ଦିନ କାଟିବେ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ଭାଜନ ହେବେ । ଆୟ ଆଶାନୁରୂପକ ହେବ । ଗୃହକୁ ବିବାହ ପ୍ରସ୍ତାବ ଆଦି ଆସିପାରେ । ଆଇନ୍ ଅଦାଲତର କାର୍ଯ୍ୟ ଆପଣଙ୍କ ସପକ୍ଷରେ ଯିବ । ସାଂସାରିକ ଜୀବନ ସୁଖମୟ ହେବ । ବ୍ୟବସାୟ ଭଲ ହେବ ।  

ତୁଳା- ଈଶ୍ୱର ବିଶ୍ୱାସୀ ହେବେ । ଦାନ ଧର୍ମ ପ୍ରତି ମନ ବଳିବ । ଆରୋଗ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ କାର୍ଯ୍ୟଭରା ବୃଦ୍ଧି ପାଇବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନନିବେଶ କରିବେ । ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ପାଇଁ ଦିନଟି ଶୁଭ ଅଟେ ।  

ବିଛା-  କର୍ତ୍ତବ୍ୟ ନିଷ୍ଠ ହେବେ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ଦୂରଯାତ୍ରା ସଫଳ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ରାଜନୈତିକ ବ୍ୟକ୍ତି ବିଶେଷ ସଭାସମିତିରେ ଜନତାଙ୍କ ଆଦର ପାଇବେ ।  

ଧନୁ- କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ । ଦେହ ଓ ମନ ଭଲ ରହିବ । ସୁସମ୍ବାଦ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପରିବାରରେ ହସ ଖୁସିର ଲହରି ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।  

ଅଧିକ ପଢ଼ନ୍ତୁ:- ରାଷ୍ଟ୍ରପତି ପଦର ଶପଥ ଗ୍ରହଣ କରିବା ପରେ ବିଡେନ ପ୍ରଥମେ କରିବେ ଏହି କାର୍ଯ୍ୟ

ମକର- ଶାରୀରିକ କ୍ଲେଶ ଅନୁଭବ କରିବେ । ଚିଡିଚିଡା ସ୍ୱଭାବର ହେବେ । କୌଣସି ଦ୍ରବ୍ୟ ଚୋରି କିମ୍ବା ହଜି ଯାଇପାରେ । ସାଂସାରିକ ଜୀବନ ବାଧା ପ୍ରାପ୍ତ ହେବ । ପଡୋଶୀଙ୍କ ସହ ସମ୍ପର୍କରେ ତିକ୍ତତା ଆସିବ ।

କୁମ୍ଭ- ଆରୋଗ୍ୟ ରହିବେ । ମନ ଭଲ ରହିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ପାଇବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟୀମାନେ ଭଲ ଲାଭ କରିବେ ।  

ମୀନ- କର୍ମ ଚଞ୍ଚଳ ରହିବେ । ବନ୍ଧୁବାନ୍ଧବ ତଥା ପଡୋଶୀଙ୍କ ମେଳରେ ମଉଜ୍ ମଜ୍‌ଲିସରେ ଦିନ କାଟିବେ । ଖର୍ଚ୍ଚ ବୃଦ୍ଧି ପାଇବ । ନୂତନ ଦ୍ରବ୍ୟ କିମ୍ବା ବସ୍ତ୍ର କ୍ରୟ କରିବେ । ପାରିବାରିକ ସୁଖଶାନ୍ତି ଉପଲବ୍ଧ ହେବ । ବ୍ୟବସାୟରେ କାରବାର ବୃଦ୍ଧି ପାଇବ ।