ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶୁକ୍ରବାର
Advertisement

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶୁକ୍ରବାର

Horoscope of 13th November 2020: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶୁକ୍ରବାର

ମେଷ-  ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । ଖର୍ଚ୍ଚାନ୍ତ ହେବେ । ଘାତ ଚନ୍ଦ୍ର ଭୋଗ ହେଉଥିବାରୁ ଦୀନ ଚର୍ଯ୍ୟାରେ ସତର୍କତା ଅବଲମ୍ବନ କରନ୍ତୁ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ।  

ବୃଷ- ଘାତ ଚନ୍ଦ୍ର ଭୋଗ ହେତୁ ବିଶେଷ ଭାବେ ସତର୍କ ରୁହନ୍ତୁ । ଧନକ୍ଷୟ ହେବାର ସମ୍ଭାବନା ରହିଛି । ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । ଶରୀର ପୀଡା ଦେଖାଦେବ ।  

ମିଥୁନ- ଦେହ ଓ ମନ ଭଲ ରହିବ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ସମସ୍ତ କାର୍ଯ୍ୟ ସୂଚାରୁରୂପେ ସଂପାଦନ କରିବେ । ଦାମ୍ପତ୍ୟ ଶୁଭମୟ ଯିବ ।  

କର୍କଟ- ଶରୀର ସୁସ୍ଥ ରହିବ । ସମାୟନୁବର୍ତ୍ତୀ  ହୋଇ କର୍ମ ସୂଚାରୁ ରୂପେ ତୁଳାଇବେ । ଅପବ୍ୟୟ ହେବ । ଶୁଭଖବର ପ୍ରାପ୍ତି ହେବ ।  

ସିଂହ- ଶରୀର ସୁସ୍ଥ ଓ ମନ ଭଲ ରହିବ । ଦାୟିତ୍ୱବୋଧ ବୃଦ୍ଧି ପାଇବ । ହଠାତ ଧନ ପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ସୁଖଶାନ୍ତି ଲାଭ କରିବେ ।  

କନ୍ୟା- ଅସୁସ୍ଥତାରୁ ଆରୋଗ୍ୟ ଲାଭ କରିବେ । ଅବସର ସମୟର ସଦ୍‌ଉପଯୋଗ କରିବେ । ବ୍ୟବସାୟ ଲାଭ ପ୍ରଦ ହେବ ।  

ତୁଳା- କାର୍ଯ୍ୟ ବ୍ୟସ୍ତ ରହିବେ । ଆର୍ଥିକ ଅନାଟନ ଦେଖାଦେବ । ମନ ଭାରକ୍ରାନ୍ତ ରହିବ । ଠକାମିର ଶିକାର ହେବେ ।  

ବିଛା- ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । ଆର୍ଥିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ । ଅପରିଚିତଙ୍କୁ ଜଗି ଚଳନ୍ତୁ ।  

ଧନୁ- ସାମାନ୍ୟ ଉଦରପୀଡା ଦେଖାଦେଇପାରେ । କର୍ମଚାପ ବୃଦ୍ଧି ପାଇବ । ଆୟ ଆଶାନୁରୂପକ ହେବ । ସହକର୍ମୀଙ୍କ ସହ ମତଭେଦ ଦେଖାଦେଇପାରେ ।  

ମକର- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ସାଫଲ୍ୟତା ସହ ଉଚ୍ଚ ସମ୍ମାନ ପାଇବେ । ଆୟ ଉତ୍ତମ ରହିବ ।  

କୁମ୍ଭ- ଶାରୀରିକ ସୁସ୍ଥତା ଲାଭ କରିବେ । ଦୃଢମନା ହେବେ । ବାଣିଜ୍ୟ ବ୍ୟବସାୟରେ ଭଲ ଲାଭ ମିଳିବ । ସମାଜ ସେବା ପ୍ରତି ମନ ବଳିବ ।  

ମୀନ- ମାନସିକ ଅବସାଦ ଦେଖାଦେବ । ଚିନ୍ତାଗ୍ରସ୍ତ ରହିବେ । କାର୍ଯ୍ୟରେ ବାଧା ଓ ଅବରୋଧ ଦେଖାଦେବ । ସହକର୍ମୀଙ୍କ ସହ ମତଭେଦ ଦେଖାଦେବ । ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ମନ ଦୁର୍ବଳ ରହିବ । ଆୟ ମଧ୍ୟମ ଧରଣର ହେବ । ଆଇନ ଅଦାଲତର କାର୍ଯ୍ୟ ଆପଣଙ୍କ ବିପକ୍ଷରେ ଯିବ ।