Advertisement
Article Detail0/zeeodisha/odisha764559
Zee OdishaOdisha LifeStyle and OthersHoroscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର

Horoscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର

Horoscope of 13th October 2020: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର...

Horoscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର

Horoscope of 13th October 2020: ମେଷ- ଦେହ ଓ ମନ ସୁସ୍ଥ ରହିବ । ସୁଖ ସମ୍ମାନ ପ୍ରାପ୍ତି ହେବ । କର୍ମ କ୍ଷେତ୍ର ଅନୁକୂଳ ରହିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଋଣ ପରିଶୋଧ କରିବେ । ପାରିବାରିକ ଜୀବନ ସୁଖମୟ ହେବ ।

ବୃଷ-  ସେବା ପୂଜା ପାଇଁ ମନ ବଳିବ । ମାନସିକ ଓ ଶାରୀରିକ ଅବସ୍ଥାରେ ସୁଧାର ଆସିବ । ବନ୍ଧୁବାନ୍ଧବ ଗହଣରେ ଦିନ କାଟିବେ । ଆୟ ବ୍ୟୟ ସମାନ ରହିବ ।  

ମିଥୁନ- କର୍ମ ତତ୍ପର ହେବେ । ଶରୀର ଆରୋଗ୍ୟ ରହିବ । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ  କାର୍ଯ୍ୟ ସଂପାଦନ କରିବେ । ଆର୍ଥିକ ଅଭିବୃଦ୍ଧି ଦେଖାଦେବ । ପାରିବାରିକ ଶାନ୍ତି ବଜାୟ ରହିବ ।  

Add Zee News as a Preferred Source

ଅଧିକ ପଢ଼ନ୍ତୁ:-କୋରୋନାରେ ଅବିବାହିତ ଲୋକଙ୍କ ମୃତ୍ୟୁ ହେବାର ଆଶଙ୍କା ଅଧିକ !

କର୍କଟ- ନାନା ବାଧା ବିଘ୍ନର ସାମ୍ନା କରିବେ । ବାଦ ବିବାଦ ଦେଖାଦେବ । ଆଇନ୍ ଅଦାଲତର ଦ୍ୱାରସ୍ଥ ହେବେ । ପାରିବାରିକ ସୁଖଶାନ୍ତି ବାଧାପ୍ରାପ୍ତି ହେବ । ଖର୍ଚ୍ଚାନ୍ତ ହେବେ ।

ସିଂହ- ସ୍ୱାସ୍ଥ୍ୟ ସଚେତନ ହେବେ । ସମୟାନୁବର୍ତ୍ତୀ ହୋଇ କାର୍ଯ୍ୟ ସୁରୁଖୁରୁରେ ତୁଲାଇବେ । ଦେବ ଦର୍ଶନ କରିବେ । ଅପରାହ୍ନରେ ବନ୍ଧୁ ମିଳନର ଯୋଗ ରହୁଛି ।  

କନ୍ୟା- ଆର୍ଥିକ ସ୍ଥିତି ମଜଭୁତ ରହିବ । ଈଶ୍ୱରଙ୍କ ପ୍ରତି ଆସ୍ଥା ବଢିବ । ସୁସମ୍ବାଦ ପ୍ରାପ୍ତ ହେବ । ସୁବର୍ଣ୍ଣ ସମ୍ପଦ ପ୍ରାପ୍ତିର ସୂଚନା ମିଳୁଛି । ପାରିବାରିକ ଜୀବନ ଆନନ୍ଦମୟ ହେବ ।  

ତୁଳା- ଆଜି ଦିନଟିରେ ଆପଣ କୌଣସି ଶୁଭ କାର୍ଯ୍ୟ ତୁଲାଇବେ । ବନ୍ଧୁଙ୍କ ପରାମର୍ଶ ଲଢିବେ । ଭୂ-ସମ୍ପଦ ଲାଭ ଯୋଗ ରହିଛି । ଶତ୍ରୁମାନେ ପ୍ରତିହତ ହେବେ ।  

ବିଛା- ଶାନ୍ତିପୂର୍ଣ୍ଣ ଜୀବନ ଯାପନ କରିବେ । ଦେହ ଓ ମନ ଭଲ ରହିବ । କାର୍ଯ୍ୟାଳୟର ପରିବେଶ ଅନୁକୂଳ ରହିବ । ପରିବାରରେ ବୁଝାମଣା ଭଲ ରହିବ । ନୂତନ ବ୍ୟବସାୟ ପାଇଁ ଇଚ୍ଛା ପ୍ରକଟ କରିବେ ।  

ଧନୁ- ଶରୀର ଆରୋଗ୍ୟ ଓ ମନ ପ୍ରସନ୍ନ ରହିବ । ଯତ୍ନଶୀଳ ଓ ଦାୟିତ୍ୱବାନ ହେବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସାହାଯ୍ୟ ସହଯୋଗ ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ ।  

ମକର- ଶାରୀରିକ ଅସୁସ୍ଥତା ବୋଧ ହେବ । ଚିଡିଚିଡା ସ୍ୱଭାବର ହେବେ । କର୍ମ କ୍ଷେତ୍ରରେ ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । କୌଣସି ଦ୍ରବ୍ୟ ନଷ୍ଟ କିମ୍ବା ଚୋରି ହୋଇପାରେ ।  

କୁମ୍ଭ- ଶରୀର ସୁସ୍ଥ ରହିବ । କର୍ମ କ୍ଷେତ୍ରରେ ସମସ୍ୟା ଦେଖାଦେବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ସନ୍ତାନଙ୍କ କାର୍ଯ୍ୟକଳାପ ଚିନ୍ତାର କାରଣ ହେବ । ଦାମ୍ପତ୍ୟ ଜୀବନ ସୁଖପୂର୍ଣ୍ଣ ହେବ ।  

ମୀନ- ସୁଖଶାନ୍ତିରେ ଦିନ କାଟିବେ । ପ୍ରତ୍ୟେକ କାର୍ଯ୍ୟରେ ସଫଳ ହେବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପୂଜା ଅର୍ଚ୍ଚନାରେ ମନୋନିବେଶ କରିବେ । ମହିଳାମାନେ ଗୃହ ନିପୂଣା ହେବେ ।  

About the Author