• ଦେଶ ପାଳୁଛି ୭୨ତମ ଗଣତନ୍ତ୍ର ଦିବସ ।ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା
  • ରାଜ୍ୟ ରାଜଧାନୀରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସମ୍ମାନୀୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  • ୩ଟି ରୁଟ ଦେଇ ଆରମ୍ଭ ହେଲା ଆନ୍ଦୋଳନରତ କୃଷକଙ୍କ ଟ୍ରାକ୍ଟର ରାଲି ।
  • ୧୫ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟାରେ ଟ୍ରାକ୍ଟର ସାମିଲ ।
  • ଲଦାଖରେ ଆଇଟିବିପି ଯବାନଙ୍କ ପତାକା ଉତ୍ତୋଳନ । ଭାରତୀୟ ସେନା ପାଳିଲା ଗଣତନ୍ତ୍ର ଦିବସ ।
  • ହିମାଳୟରେ ପତାକା ଉଡ଼ାଇଲେ ଓଡ଼ିଆ ଯୁବକ । ହିମାଳୟର ଦୟାରା ବୁଗ୍ୟାଲରେ ଉଡ଼ାଇଲେ ପତାକା ।
  • ଦିଲ୍ଲୀରେ ଉଗ୍ରରୂପ ନେଇଛି ଚାଷୀ ଆନ୍ଦୋଳନ ।
  • ଆନ୍ଦୋଳନ ସମୟରେ ହିଂସା ଭିଆଉଛନ୍ତି ଆନ୍ଦୋଳନରତ ଚାଷୀ। ଟିକ୍ରି, ସିଂଘୁ, ଗାଜିପୁର ସୀମା ଚରମ ସୀମାରେ ଉତ୍ତେଜନା ।
  • ପୋଲିସ ଉପରକୁ ଢେଲାମାଡ଼ । ଟ୍ରାକ୍ଟର ଚଢାଇବାକୁ ଉଦ୍ୟମ ।
  • ଲାଲକିଲ୍ଲାରେ ଚଢିଲେ ଆନ୍ଦୋଳନରତ ଚାଷୀ ।

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ରବିବାର

Horoscope of 15th November 2020: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ରବିବାର

Horoscope of 15th November 2020: ମେଷ ରାଶି:- ଆଜି ଆପଣପାରିବାରିକ କ୍ଷେତ୍ରରେ ପ୍ରତିକ୍ରିୟା ପ୍ରକାଶ କରି ବିବାଦୀୟ ହୋଇପାରନ୍ତି । ଆଶା ଓ ଅଭିଳାଷ ନିଶ୍ଚିତ ପୂରଣ ହୋଇପାରିବ । ଦୀର୍ଘଦିନରୁ ଅପେକ୍ଷା କରିଥିବା ଖବରଟି ଆଜି ପାଇ ସାମୟିକ ଖୁସି ହେବେ । ଶିଳ୍ପ, ପରିବହନ, ବ୍ୟବସାୟରେ ଲାଭ ଆଶାନୁରୂପ ପାଇପାରିବେ ।  

ବୃଷ ରାଶି:- ବ୍ୟକ୍ତି ମନ ମୁତାବକ କାର୍ଯ୍ୟ କରି ଖୁସି ଅନୁଭବ କରିବେ । ଶତୃ କ୍ଷୟ ହେବା ସହିତ ଘରୋଇ କାର୍ଯ୍ୟରେ ପ୍ରବୀଣ ରହିବେ । ବିଦ୍ୟାର୍ଥୀମାନେ ପାଠ ପଢାରେ ନୂତନ ମନୋଭାବ ନେଇ ପାଠ ପଢିବେ । ଆଜିଠାରୁ ପ୍ରତ୍ୟେକ ଦିନ ଗାଈକୁ ଖାଇବାକୁ ଦିଅନ୍ତୁ ।  

ମିଥୁନ ରାଶି:- ଆପଣ ଆଜି ବିନିତ ସ୍ୱଭାବ ଯୁକ୍ତ ହେବେ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ସମସ୍ତ କାର୍ଯ୍ୟରେ ସଫଳତା ଲାଭ କରିବେ । ସମସ୍ତ ଯାତ୍ରା ଅନୁକୂଳ ରହିବା ସହିତ ବିବାହ ଉପଯୋଗୀଙ୍କ ବିବାହ ସ୍ଥିର ହୋଇଯିବ । ଆପଣ ଆଜି ବିଷ୍ଣୁ ସହସ୍ର ନାମ ପାଠ କରିବା ସହିତ ଛୋଟ ପିଲାଙ୍କୁ ଚକଲେଟ୍ ଦିଅନ୍ତୁ ।  

କର୍କଟ ରାଶି:- ବ୍ୟକ୍ତିମାନେ ପରାମର୍ଶ ନେଇ କାର୍ଯ୍ୟ କରିଲେ ସଫଳତା ଲାଭ କରିବେ । ବହୁଧନ ଲାଭ କରି ଆନନ୍ଦିତ ରହିବେ । ପାରିବାରିକ ସ୍ଥିତି ମଜବୁତ ରହିବ । ପରୋପକାର କରି ଆନନ୍ଦିତ ରହିବେ । ଆଜି ଆପଣ ଶିବ ମନ୍ଦିରରେ ଜଳାଭିଷେକ କରନ୍ତୁ ।  

ଅଧିକ ପଢ଼ନ୍ତୁ:-କୋରୋନା ମୁକାବିଲାରେ ଉଦାହରଣ ପାଲଟିଲା ୟୁପି, ଭୁରି ଭୁରି ପ୍ରଶଂସା କଲା WHO

ସିଂହ ରାଶି:- ଆଜି ଆପଣ ସମସ୍ତ ବାଧାବିଘ୍ନକୁ ଏଡାଇ ଆଗକୁ ବଢି ଚାଲିବେ । କାର୍ଯ୍ୟ ହାସଲ କରିବାରେ ସକ୍ଷମ ରହିବେ । ସୁଖ ସମ୍ମାନ ଲାଭ କରିବେ । ମଘା ଓ ଉତ୍ତରଫାଲ୍‌ଗୁନୀ ନକ୍ଷତ୍ର ବ୍ୟକ୍ତିମାନେ ବ୍ୟବସାୟରେ ପ୍ରବଳ ଉନ୍ନତି କରିବେ । ପ୍ରତ୍ୟେକ ଦିନ ଆଦିତ୍ୟ ହୃଦୟ ସ୍ତୋତ୍ର ପାଠ କରନ୍ତୁ ।  

କନ୍ୟା ରାଶି:- ଆଜିର ପାରିବାରିକ ଜୀବନରେ ଉତ୍‌ଥାନ ପତନ ଲାଗିରହିବ । ଅଟକି ରହିଥିବା କାମଗୁଡିକ ସମ୍ପନ୍ନ ହେବା କଷ୍ଟକର । ନିଜ ବାକିଆ କାମରେ ପ୍ରତିବନ୍ଧକଜନିତ ବିଷୟକୁ ନେଇ ଚିନ୍ତିତ ରହିପାରନ୍ତି । ଆଜିର ଦୂରଯାତ୍ରା ପ୍ରୀତିପ୍ରଦ ରହିବ ।

ତୁଳା ରାଶି:- ବିବାଦୀୟ ଘଟଣାରେ ବିଜୟୀ ଲାଭ କରିବେ । କର୍ମକ୍ଷେତ୍ରରେ ଶୁଭଫଳ ପ୍ରାପ୍ତି କରିବେ । ନିଜର ଭଲ ଗୁଣ ଯୋଗୁ ଅନ୍ୟମାନଙ୍କ ଆଗରେ ପରିଚିତ ହେବେ । ବ୍ୟୟ ଭାର ସାମାନ୍ୟ ବଢିବ । ମାନସିକ ଶାନ୍ତି ଲାଭ କରିବେ । ପ୍ରତ୍ୟେକ ଦିନ ବେଲଗଛ ମୂଳେ ପାଣି ଦିଅନ୍ତୁ ଭଲ ଫଳ ପ୍ରାପ୍ତି କରିବେ ।

ବିଛା ରାଶି:- ଅନୁରାଧା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର କର୍ମତତ୍‌ପରତା ବୃଦ୍ଧି ପାଇବା ସହିତ ନୂତନ କର୍ମନିଯୁକ୍ତି ଯୋଗ ଦେଖାଯାଉଛି । ଉନ୍ନତି ପଥରେ ଆଗକୁ ବଢିଚାଲିବେ । ଅର୍ଥପ୍ରାପ୍ତିର ସୁଯୋଗ ଅଛି । ତ୍ୟାଗଶୀଳ ଓ ନୀତିଜ୍ଞ ରହିବେ । ଭାଗ୍ୟବାନ ରହିବେ । ଗଣେଷଙ୍କୁ ପ୍ରତ୍ୟେକ ଦିନ ନାଲି ମନ୍ଦାରଫୁଲ ଅର୍ପଣ କରନ୍ତୁ ।  

ଅଧିକ ପଢ଼ନ୍ତୁ:-ଟିମ୍ ଇଣ୍ଡିଆ ସହ ମୁକାବିଲା ପୂର୍ବରୁ ସୋସିଆଲ ମିଡିଆରୁ ଦୂରେଇ ଗଲେ ଏହି ବ୍ୟାଟ୍ସମ୍ୟାନ୍, ହୋଇସାରିଛନ୍ତି ଡିପ୍ରେଶନର ଶିକାର

ଧନୁ ରାଶି:- ଆଜି ଆପଣଙ୍କ ଚିନ୍ତାଧାରା ଉନ୍ନତି ସହିତ ସମସ୍ତଙ୍କ ପ୍ରିୟଭାଜନ ହେବେ । ନୂତନ ବନ୍ଧୁଙ୍କ ଦ୍ୱାରା କାର୍ଯ୍ୟ ହାସଲ ଆପଣ କରିପାରିବେ । ଅଟକି ରହିଥିବା ଅର୍ଥପ୍ରାପ୍ତି କରିବେ । ମାଲିମକୋଦ୍ଦମା କ୍ଷେତ୍ରରେ ବିଜୟୀ ହେବେ । ପ୍ରତ୍ୟେକ ଦିନ ନାଲିଚନ୍ଦନ ମଥାରେ ଧାରଣ କରନ୍ତୁ ।  

ମକର ରାଶି:- ପରିବାର ସହିତ ଶାନ୍ତି, ଶୃଙ୍ଖଳାରେ ସମୟ ଅତିବାହିତ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଖର୍ଚ୍ଚର ପରିମାଣ ଆୟ ଠାରୁ ଅଧିକ ହେବ । ଦାମ୍ପତ୍ୟ ଜୀବନରେ ପୂର୍ବରୁ ଥିବା ବିବାଦର ଅନ୍ତ ଘଟିବ । ଜୀବନସାଥୀଙ୍କ ସହିତ ଅଧିକ ସମୟ ଅତିବାହିତ କରିବେ । ପ୍ରତ୍ୟେକ ଦିନ କଳା କୁକୁରକୁ ରୋଟି ଖାଇବାକୁ ଦିଅନ୍ତୁ ।  

ଅଧିକ ପଢ଼ନ୍ତୁ:- ପୁଣିଥରେ କ୍ଷମତା ମିଳୁଛି ସିନା, କିନ୍ତୁ ନୀତିଶଙ୍କ ଆଗରେ ରହିବ ଏହି ୫ଟି ବଡ ଚ୍ୟାଲେଞ୍ଜ

କୁମ୍ଭ ରାଶି:- ଆଜି ଆପଣ କଳା ଓ ସଙ୍ଗୀତ ପ୍ରିୟ ହେବେ । ଉପଯୁକ୍ତ କର୍ମାନୁରକ୍ତ ହେବେ । ଯଶସ୍ୱୀ ମଧ୍ୟ ହେବେ । ଆୟ ଯଥେଷ୍ଟ ପରିମାଣ ବୃଦ୍ଧି ପାଇବ । ସନ୍ତାନମାନଙ୍କ ପାଇଁ ଖୁସି ଅନୁଭବ କରିବେ । ଶିକ୍ଷା କ୍ଷେତ୍ରରେ ପ୍ରତିଦ୍ୱନ୍ଦିତା ବଢିବ । ଓଁ ପ୍ରାଂ ପ୍ରୀଂ ପ୍ରୌଂ ଶ ଶନୟେ ନମଃ ମନ୍ତ୍ରଟିକୁ ଜପ କରନ୍ତୁ ।  

ମୀନ ରାଶି:- ମାନସିକ ଶାନ୍ତି ଅନୁଭବ କରିବେ । ଆର୍ଥିକ, ସାମାଜିକ କ୍ଷେତ୍ରରେ ପ୍ରବଳ ଉନ୍ନତି ଘଟିବ । ପିତା ମାତାଙ୍କ ସୁଯୋଗ୍ୟ ସନ୍ତାନ ହେବେ । କର୍ମକ୍ଷେତ୍ରରେ ମଉଜ ମଜଲିସ୍‌ରେ ସମୟ ଅତିବାହିତ କରିବେ । ଗାଡି ମଟର କ୍ରୟ ଯୋଗ ଦେଖାଯାଉଛି । ଓଁ ଗଂ ଗଣପତୟେ ନମଃ ମନ୍ତ୍ରଟିକୁ ସବୁଦିନ ପଢନ୍ତୁ ।