Horoscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର
Advertisement

Horoscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର

Horoscope of 15th September 2020: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର...

Horoscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର

Horoscope of 15th September 2020: ମେଷ- ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବେ । ସ୍ଥିର ଚିତ୍ତରେ କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ । ସେବା ପୂଜା ପାଇଁ ମନ ବଳିବ । ନବ ବିବାହିତ ଦମ୍ପତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ ।  

ବୃଷ- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ଦେଖାଦେବ । ରୋଜଗାର ପୂର୍ବଭଳି ହେବ । ବ୍ୟବସାୟ ଆଶାନୁରୂପକ ହେବ । ପାଖ ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ ।

ମିଥୁନ- ଅସୁସ୍ଥତାରୁ ଆରୋଗ୍ୟ ଲାଭ କରିବେ । ବକେୟା କାର୍ଯ୍ୟ ସବୁ ସଂପାଦନ କରିବେ । ବ୍ୟବସାୟରେ ସ୍ୱଳ୍ପଲାଭ ମିଳିବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ ।  

ଅଧିକ ପଢ଼ନ୍ତୁ:-ସାଧାରଣ ଜନତାଙ୍କୁ ଝଟକା ! ଆସନ୍ତା ମାସରୁ ବୃଦ୍ଧି ପାଇବ TV ମୂଲ୍ୟ

କର୍କଟ- ଶରୀର ସୁସ୍ଥ ରହିବ । ଦୃଢ ମନା ହୋଇ ସମସ୍ତ କାର୍ଯ୍ୟ ନିର୍ବାହ କରିବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟିକ ସଫଳତା ପ୍ରାପ୍ତି କରିବେ । ରାଜନୈତିକ ବ୍ୟକ୍ତି ବିଶେଷ ସଭା ସମିତିରେ ନିଜର ପ୍ରାଧାନ୍ୟ ଜାହିର୍ କରିବେ ।  

ସିଂହ-  ସ୍ୱାସ୍ଥ୍ୟ ଅତୁଟ ରହିବ । କର୍ମ କ୍ଷେତ୍ରରେ ଚଳଚଞ୍ଚଳ  ରହିବେ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭପ୍ରଦ ହେବ ।  ପାରିବାରିକ ସୁଖଶାନ୍ତି ଲାଭ କରିବେ । ବ୍ୟାଙ୍କିଙ୍ଗ୍‌, ଇନସୁରାନସ ବିଭାଗରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭପ୍ରଦ ଅଟେ ।  

କନ୍ୟା- ଆଶାବାଦୀ ହେବେ । ଅସଂପୂର୍ଣ୍ଣ  କାର୍ଯ୍ୟ ଆଜି ସଂପୂର୍ଣ୍ଣ  କରିବେ । ଅଧିନସ୍ଥ କର୍ମଚାରୀଙ୍କ  ସହଯୋଗ ପାଇବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ଅପରାହ୍ନରେ କୌଣସି ଶୁଭକାର୍ଯ୍ୟରେ ଯୋଗ ଦେବେ । ପାରିବାରିକ ଜୀବନ ସୁଖଶାନ୍ତି ପୂର୍ଣ୍ଣ ରହିବ ।  

ଅଧିକ ପଢ଼ନ୍ତୁ:-କୋରୋନାକୁ ନେଇ ସତ ଲୁଚାଉଛି ଭାରତ !

ତୁଳା- ଶରୀର ସୁସ୍ଥ ରହିବ । କର୍ତ୍ତବ୍ୟ ପରାୟଣ ହେବେ । ବ୍ୟବସାୟ ଉତ୍ତମ ହେବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ । ପାରିବାରିକ ଜୀବନ ସୁଖମୟ ହେବ ।

ବିଛା- ଦୃଢମନା ହେବେ । କର୍ମ କ୍ଷେତ୍ରରେ ଉପରିସ୍ତ ଅଧିକାରୀଙ୍କ ପ୍ରଶଂସା ପାଇବେ । ଋଣ ପରିଶୋଧ କରି ଆତ୍ମଶାନ୍ତି ପାଇବେ । ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରିବେ । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭଦାୟକ ଅଟେ ।  

ଧନୁ- ଶରୀର ଆରୋଗ୍ୟ ରହିବ । କର୍ତ୍ତବ୍ୟ ନିଷ୍ଠ ହେବେ । ପରିଶ୍ରମୀ ହେବେ । ବ୍ୟବସାୟରେ ଉତ୍ତମ ଲାଭ କରିବେ । ରାଜନୈତିକ ବ୍ୟକ୍ତିବିଶେଷଙ୍କ ପାଇଁ ସମ୍ମାନର ଦିନ । ଆଇନ ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯିବ ।  

ମକର- ଦେହ  ଅସୁସ୍ଥ ରହିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ଦେଖାଦେବ । ସନ୍ତାନଙ୍କ  କାର୍ଯ୍ୟ କଳାପକୁ ନେଇ ଚିନ୍ତିତ ରହିବେ ।

ଅଧିକ ପଢ଼ନ୍ତୁ:-କୋରୋନା ମୁକାବିଲାରେ ସାରା ଦୁନିଆ ପାଇଁ ଉଦାହରଣ ପାଲଟିଲା ପାକିସ୍ତାନ, ଭୁରି ଭୁରି ପ୍ରଶଂସା କଲା WHO

କୁମ୍ଭ-  ଦେହ ଓ ମନ ଭଲ ରହିବ । କର୍ମ ଚଞ୍ଚଳ ରହିବେ । କର୍ମ କ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ । ଅକସ୍ମାତ ଧନପ୍ରାପ୍ତିର ଯୋଗ ରହୁଛି । ବ୍ୟବସାୟରେ ସଫଳତା ପାଇବେ । ଆଇନ୍‌, ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯିବ ।

ମୀନ- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଉତ୍ସାହ ପୂର୍ବକ ସମସ୍ତ କାର୍ଯ୍ୟ ଦାୟିତ୍ୱର ସହ ତୁଳାଇବେ । ଉପରିସ୍ତ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ । ବ୍ୟବସାୟ ଲାଭପ୍ରଦ ହେବ । ଆଇନ ଅଦାଲତର କାର୍ଯ୍ୟ ସଫଳ ହେବ । ଆୟ ବୃଦ୍ଧି ପାଇବ ।