ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ସପ୍ତାହର ଶେଷ ଦିନ
Advertisement

ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ସପ୍ତାହର ଶେଷ ଦିନ

ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଶରୀର ଆରୋଗ୍ୟ ଓମନ ପ୍ରସନ୍ନ ରହିବ । ବନ୍ଧୁବାନ୍ଧବ ତଥା ଆତ୍ମୀୟ ସ୍ୱଜନଙ୍କ ମେଳରେ ଦିନ କାଟିବେ । ପାରିବାରିକ ଜୀବନ ମଧୁରମୟ ହେବ ।

ପ୍ରତିକାତ୍ମକ ଫଟୋ

ମେଷ: ଦେହ ସୁସ୍ଥ ରହିବ । ମନୋବଳ ବୃଦ୍ଧି ପାଇବ । ଅବସର ସମୟର ସଦ୍‌ଉପଯୋଗ କରିବେ । ଦୂରଯାତ୍ରା କରିବେ । ଗୃହକୁ ବନ୍ଧୁଙ୍କ ଆଗମନ ହେବ । ବ୍ୟବସାୟ ଆଶାନୁରୂପକ ହେବ ।

ବୃଷ: ଦାନ ଧର୍ମ ପ୍ରତି ମନ ବଳିବ । ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ଲାଗି ରହିବ । ଆୟ ସଂକୁଚିତ ହେବ । ରାଜନୈତିକ ବ୍ୟକ୍ତି ବିଶେଷ ଜନତାଙ୍କ ଆକ୍ରୋଶର ଶିକାର ହେବେ ।

ମିଥୁନ: ମାନସିକ ଓ ଶାରୀରିକ ସୁସ୍ଥତା ଲାଭ କରିବେ । ପୂଜା ଆରଧନାରେ ସମୟ କାଟିବେ । ପ୍ରତ୍ୟେକ କାର୍ଯ୍ୟରେ ଆତ୍ମସନ୍ତୋଷ ଲାଭ କରିବେ । ପାରିବାରିକ ଜୀବନ ହେବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ ।

କର୍କଟ: ସୁଖ ସମୃଦ୍ଧିର ଦିନ । ପ୍ରତ୍ୟେକ କାର‌୍ୟ୍ୟରେ ସଫଳତା ପ୍ରାପ୍ତି ହେବ । ଧନ ଆଗମନର ସୂଚନା ମିଳୁଛି । ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତ ହେବ । ବିବାହ ଭୋଜି ଆଦି କାର‌୍ୟ୍ୟକ୍ରମରେ ଯୋଗ ଦେବେ ।

Also Read: ବିନା ଭିସା-ପାସପୋର୍ଟରେ Singapur ଟୁର୍, ଭୁବନେଶ୍ୱରରୁ ଟିକଟ ମାତ୍ର ୨୫୦ ଟଙ୍କା

ସିଂହ: ମଉଜ ମଜଲିସରେ ଦିନ ଅତିବାହିତ କରିବେ । ଦୂରଯାତ୍ରା କରିପାରନ୍ତି । ଖର୍ଚ୍ଚ ବୃଦ୍ଧି ପାଇବ । ବିବାହ ଭୋଜି ଆଦିରେ ଯୋଗ ଦେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

କନ୍ୟା: କର୍ମ ତତ୍ପରତା ପ୍ରକାଶ ପାଇବ । ସୁଖ ସମ୍ମାନର ଅଧିକାରୀ ହେବେ । ଉଚ୍ଚ ଆଶା ସଫଳ ହେବ । ରାଜନୈତିକ ବ୍ୟକ୍ତି ବିଶେଷଙ୍କର ପତିଆର ବୃଦ୍ଧି ପାଇବ ।

ତୁଳା: ଶାରୀରିକ ସୁସ୍ଥତା ଲାଭ କରିବେ । ସମସ୍ତ ବକେୟା କାର‌୍ୟ୍ୟକୁ ଆଜି ସଂପୂର୍ଣ୍ଣ କରିବେ । ହଠାତ୍ ଧନ ଆଗମନର ସୂଚନା ମିଳୁଛି । ପଡୋଶୀଙ୍କ ସହ ସମ୍ପର୍କ ମଧୁର ହେବ । ପରିବାରରେ ହସ ଖୁସିର ଲହରୀ ରହିବ ।

ବିଛା: ଶାରୀରିକ କ୍ଲେଶ ଅନୁଭବ କରିବେ । ଚିଡିଚିଡା ସ୍ୱଭାବର ହେବେ । କୌଣସି ଦ୍ରବ୍ୟ ଚୋରି କିମ୍ବା ହଜି ଯାଇପାରେ । ସାଂସାରିକ ଜୀବନ ବାଧା ପ୍ରାପ୍ତ ହେବ । ପଡୋଶୀଙ୍କ ସହ ସମ୍ପର୍କରେ ତିକ୍ତତା ଆସିବ । ବିରକ୍ତି ଭାବ ପ୍ରକାଶ ପାଇବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ ।

Also Read: ଆପଣଙ୍କୁ ଲକ୍ଷପତି କରିପାରେ ଏହି ୨ ଟଙ୍କିଆ କୋଏନ୍

ଧନୁ: ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଶରୀର ଆରୋଗ୍ୟ ଓମନ ପ୍ରସନ୍ନ ରହିବ । ବନ୍ଧୁବାନ୍ଧବ ତଥା ଆତ୍ମୀୟ ସ୍ୱଜନଙ୍କ ମେଳରେ ଦିନ କାଟିବେ । ପାରିବାରିକ ଜୀବନ ମଧୁରମୟ ହେବ ।

ମକର: ମାନସିକ ଅବସାଦ ଦେଖାଦେବ । ଚିନ୍ତାଗ୍ରସ୍ତ ରହିବେ । କାର୍ଯ୍ୟରେ ବାଧା ଓ ଅବରୋଧ ଦେଖାଦେବ । ସହକର୍ମୀଙ୍କ ସହ ମତଭେଦ ଦେଖାଦେବ । କାର୍ଯ୍ୟ ବ୍ୟସ୍ତତା ବୃଦ୍ଧି ପାଇବ । ଆଶା କରୁଥିବା ଦିଗରୁ ଅର୍ଥ ପାଇବାରେ ବିଳମ୍ବ ହେବ । ଦୂରଯାତ୍ରା ବିଫଳ ହେବ ।

କୁମ୍ଭ: ସାଂସାରିକ ଜୀବନ ସୁଖମୟ ହେବ । ଶରୀର ସୁସ୍ଥ ଓ ମନ ଭଲ ରହିବ । ଦାୟିତ୍ୱ ବୃଦ୍ଧି ପାଇବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । ଆଶା କରୁଥିବା ଦିଗରୁ ଅର୍ଥ ଆଗମନ ହେବ ।

ମୀନ: ଦେହ ଓ ମନ ଭଲ ରହିବ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତ ହେବ । ବକେୟା କାର‌୍ୟ୍ୟ ସଂପୂର୍ଣ୍ଣ କରିବା ପାଇଁ ଆହୁରି ବିଳମ୍ବ ହେବ । ବିଦ୍ୟାର୍ଥୀମାନେ ଖେଳ ପ୍ରିୟ ହେବେ । ମହିଳାମାନେ ଗୃହ ନିପୁଣା ହେବେ । ବ୍ୟବସାୟରେ ସ୍ୱଳ୍ପ ଲାଭ ମିଳିବ