ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ବୁଧବାର
Advertisement

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ବୁଧବାର

Horoscope of 18th November 2020: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ବୁଧବାର

Horoscope of 18th November 2020: ମେଷ-ହସ ଖୁସିର ଦିନ ଅତିବାହିତ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ପ୍ରତିଯୋଗିତା ମନୋଭାବ ନେଇ କାର୍ଯ୍ୟ କରିବେ । ବ୍ୟବସାୟରେ ଅଭିବୃଦ୍ଧି ହେବ । ସନ୍ତାନଙ୍କ କାର୍ଯ୍ୟକଳାପ ଆପଣଙ୍କୁ ଖୁସି ପ୍ରଦାନ କରିବ ।  

ବୃଷ-ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଉଚ୍ଚପଦାଧିକାରୀଙ୍କ ପ୍ରଶଂସା ପାଇବେ । ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରିବେ । ପାରିବାରିକ ସୁଖଶାନ୍ତି ଲାଭ କରିବେ । ପଡୋଶୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ ।  

ମିଥୁନ- ମନ ପ୍ରସନ୍ନ ରହିବ । କାର୍ଯ୍ୟାଳୟରେ ଅଧିକ ଉର୍ତ୍ସଗୀକୃତ ହୋଇ କାର୍ଯ୍ୟ କରିବେ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭପ୍ରଦ ହେବ । ମାଲି ମୋକଦ୍ଦମାରେ ବିଜୟୀ ହେବେ । 

କର୍କଟ- ଆଜି ଶାରୀରିକ ଅସୁସ୍ଥତା ଯୋଗୁଁ ଧନଖର୍ଚ୍ଚ ହୋଇପାରେ । ବାକ-ସଂଯତ ରୁହନ୍ତୁ; ନଚେତ ବାଦବିବାଦ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ଅଳସୁଆମୀ ବୃଦ୍ଧି ହେତୁ ଉଚ୍ଚସ୍ଥଅଧିକାରୀଙ୍କ ଗାଳି ଶୁଣିବାକୁ ପଡିପାରେ । ବ୍ୟାପାରରେ ଦିନଟି ମଧ୍ୟମ ରହିବ । ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ ।

ସିଂହ- ସ୍ୱାସ୍ଥ୍ୟ ସମସ୍ୟାରୁ ମୁକୁଳିବେ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭଜନକ ହେବ । ସନ୍ତାନଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟି ପ୍ରକାଶ କରିବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ । ଦୂରଯାତ୍ରା ସଫଳ ହେବ ।  

କନ୍ୟା- ଶରୀର ସୁସ୍ଥ ରହିବ । ପ୍ରତିଟି କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ । ଆର୍ଥିକ ଅଭିବୃଦ୍ଧି ଘଟିବ । କାର୍ଯ୍ୟାଳୟରେ ଅଧ୍ୟସ୍ତନ କର୍ମଚାରୀଙ୍କ ଦ୍ୱାରା ସମ୍ମାନ ପାଇବେ । ଅପରାହ୍ନରେ ବନ୍ଧୁ ମିଳନର ଯୋଗ ରହୁଛି ।  

ତୁଳା- ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ଅଶାନ୍ତିର କାରଣ ହେବ । ସନ୍ତାନଙ୍କ ପଢାପଢି ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । କୋର୍ଟ  କଚେରୀ ସମ୍ପର୍କିତ ରାୟ ଆପଣଙ୍କ ବିପକ୍ଷରେ ଯିବ ।  

ବିଛା- ଅସୁସ୍ଥତାରୁ ସଂପୂର୍ଣ୍ଣ ଆରୋଗ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସଫଳତା ପାଇବେ । ଆର୍ଥିକ ସ୍ଥିତି ଅନୁକୂଳ ରହିବ । ବନ୍ଧୁ ସୂତ୍ରରୁ ଲାଭବାନ ହେବେ । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭମୟ ଅଟେ ।

ଧନୁ- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଅଗ୍ରଗତି ଘଟିବ । ଆୟ ଅବ୍ୟାହତ ରହିବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ ।  

ମକର- ଶରୀର ଆରୋଗ୍ୟ ରହିବ । କର୍ତ୍ତବ୍ୟ ନିଷ୍ଠ ହେବେ । ଆୟ ଓ ବ୍ୟୟ ସମାନ ରହିବ । ପାରିବାରିକ ସୁଖସମ୍ମାନ ଲାଭ କରିବେ । ସେବା ପୂଜା ପ୍ରତି ମନ ବଳିବ । ବ୍ୟବସାୟ ଲାଭପ୍ରଦ ହେବ ।  

କୁମ୍ଭ- ମୁଣ୍ଡବିନ୍ଧା, ଉଦର ପୀଡା ଭଳି ଅସୁସ୍ଥତା ଦେଖାଦେବ । କୌଣସି ବି କାର୍ଯ୍ୟ ଠିକ୍ ଭାବେ ତୁଳାଇପାରିବେ ନାହିଁ । ଧାର କରଜ କରିପାରନ୍ତି  

ମୀନ- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି ହେବ । ରୋଜଗାର ଭଲ ରହିବ । ବ୍ୟବସାୟ ଆଶାନୁରୂପକ ହେବ । ବିବାଦୀୟ ଘଟଣାରେ ବିଜୟୀ ହେବେ ।