• ଦେଶ ପାଳୁଛି ୭୨ତମ ଗଣତନ୍ତ୍ର ଦିବସ ।ରାଜଧାନୀ ଦିଲ୍ଲୀରେ କଡ଼ା ସୁରକ୍ଷା
  • ରାଜ୍ୟ ରାଜଧାନୀରେ ପତାକା ଉତ୍ତୋଳନ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ । ସମ୍ମାନୀୟ ଅତିଥି ଭାବେ ଯୋଗ ଦେଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ।
  • ୩ଟି ରୁଟ ଦେଇ ଆରମ୍ଭ ହେଲା ଆନ୍ଦୋଳନରତ କୃଷକଙ୍କ ଟ୍ରାକ୍ଟର ରାଲି ।
  • ୧୫ ହଜାରରୁ ଊର୍ଦ୍ଧ୍ୱ ସଂଖ୍ୟାରେ ଟ୍ରାକ୍ଟର ସାମିଲ ।
  • ଲଦାଖରେ ଆଇଟିବିପି ଯବାନଙ୍କ ପତାକା ଉତ୍ତୋଳନ । ଭାରତୀୟ ସେନା ପାଳିଲା ଗଣତନ୍ତ୍ର ଦିବସ ।
  • ହିମାଳୟରେ ପତାକା ଉଡ଼ାଇଲେ ଓଡ଼ିଆ ଯୁବକ । ହିମାଳୟର ଦୟାରା ବୁଗ୍ୟାଲରେ ଉଡ଼ାଇଲେ ପତାକା ।
  • ଦିଲ୍ଲୀରେ ଉଗ୍ରରୂପ ନେଇଛି ଚାଷୀ ଆନ୍ଦୋଳନ ।
  • ଆନ୍ଦୋଳନ ସମୟରେ ହିଂସା ଭିଆଉଛନ୍ତି ଆନ୍ଦୋଳନରତ ଚାଷୀ। ଟିକ୍ରି, ସିଂଘୁ, ଗାଜିପୁର ସୀମା ଚରମ ସୀମାରେ ଉତ୍ତେଜନା ।
  • ପୋଲିସ ଉପରକୁ ଢେଲାମାଡ଼ । ଟ୍ରାକ୍ଟର ଚଢାଇବାକୁ ଉଦ୍ୟମ ।
  • ଲାଲକିଲ୍ଲାରେ ଚଢିଲେ ଆନ୍ଦୋଳନରତ ଚାଷୀ ।

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଗୁରୁବାର

Horoscope of 19th November 2020: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଗୁରୁବାର

Horoscope of 19th November 2020: ମେଷ- ମନ ପ୍ରସନ୍ନ ରହିବ । ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ । ଈଶ୍ୱର ବିଶ୍ୱାସୀ ହେବେ । ଦାନ ଧର୍ମ ପ୍ରତି ମନ ବଳିବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ମହିଳାମାନେ ଗୃହ ନିପୁଣା ହେବେ ।

ବୃଷ- ମନ ପ୍ରସନ୍ନ ରହିବ । ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ । ଅକସ୍ମାତ ଧନ ପ୍ରାପ୍ତିର ଯୋଗ ରହୁଛି । ବହୁ ଦିନରୁ ପଡିରହିଥିବା କାମ ଆଜି ସଂପୂର୍ଣ୍ଣ କରିବେ । 

ମିଥୁନ-ଅସୁସ୍ଥତାରୁ ଆରୋଗ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସଫଳତା ମିଳିବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ବନ୍ଧୁସୂତ୍ରରୁ ଲାଭବାନ୍ ହେବେ । ପାରିବାରିକ ସୁଖଶାନ୍ତି ଲାଗି ରହିବ ।  

କର୍କଟ- ଦେହ ଓ ମନ ସୁସ୍ଥ ରହିବ । ସୁଖ ସମ୍ମାନ ମିଳିବ । ବିବାଦୀୟ ଘଟଣାର ଅବସାନ ଘଟିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ସହକର୍ମୀଙ୍କ ନିକଟରୁ ପୂର୍ଣ୍ଣ ସହଯୋଗ ମିଳିବ । ମନରେ ପ୍ରସନ୍ନ ଭାବ ଉଦ୍ରେକ ହେବ ।

ସିଂହ- ଦେହ ଓ ମନ ଭଲ ରହିବ । ପ୍ରତ୍ୟେକ କାର୍ଯ୍ୟରେ ତତ୍ପରତା ଦେଖାଇବେ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ଗୃହକୁ ବନ୍ଧୁ ଆଗମନ ହେବ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ ।

କନ୍ୟା- ସ୍ୱାସ୍ଥ୍ୟ ସଚେତନ ହେବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ନୂତନ ଦ୍ରବ୍ୟ ଆଦି କ୍ରୟ କରିବେ । ଆୟ ପୂର୍ବବତ ରହିବ । ବ୍ୟବସାୟୀମାନେ ଆଶାନୁରୂପକ ଲାଭ ପାଇବେ ।  

ତୁଳା- ଘାତ ଚନ୍ଦ୍ର ଭୋଗ ହେତୁ ଦିନଟି ରେ ସତର୍କ ରୁହନ୍ତୁ । କର୍ମ କ୍ଷେତ୍ରରେ କର୍ମ ଚାପ ବୃଦ୍ଧି ପାଇବ । ଅନ୍ୟକୁ ସାହାଯ୍ୟ କରି ନିଜେ ଅସୁବିଧାରେ ପଡିବେ । ବ୍ୟବସାୟରେ ମଧ୍ୟମ ସଫଳତା ପାଇବେ । ଦୂର ଯାତ୍ରା କରନ୍ତୁ ନାହିଁ ।  

ବିଛା- ପରିଶ୍ରମ ଅନୁଯାୟୀ ଫଳ ମିଳିବ । ଅପରିଚିତ ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ଦିନଟି ଶୁଭଫଳ ଦେବ । ବ୍ୟବସାୟ ଭଲ ହେବ ।  

ଧନୁ- ଦେହ ଓ ମନ ଭଲ ରହିବ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତ ହେବ । ବକେୟା କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଆହୁରି ବିଳମ୍ବ ହେବ । ବିଦ୍ୟାର୍ଥୀମାନେ ଖେଳ ପ୍ରିୟ ହେବେ । ମହିଳାମାନେ ଗୃହ ନିପୁଣା ହେବେ । ବ୍ୟବସାୟରେ ସ୍ୱଳ୍ପ ଲାଭ ମିଳିବ ।

ମକର- ଶରୀର ଆରୋଗ୍ୟ ରହିବ । ଦୃଢ ମନୋବଳ ନେଇ ପ୍ରତିଟି କାର୍ଯ୍ୟରେ ସଫଳ ହେବେ । ପାରିବାରିକ ସୁଖଶାନ୍ତି ଲାଭ କରିବେ । ଛାତ୍ରଛାତ୍ରୀମାନେ ପଢ଼ାପଢ଼ିରେ ଭଲ କରିବେ । କର୍ମ କ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ ତୁଳାଇବେ ।

କୁମ୍ଭ- ଘାତବାର ଭୋଗ ହେଉଥିବାରୁ ଆପଣଙ୍କୁ ସାବଧାନତା ସହ ଦୀନଚର୍ଯ୍ୟା କରିବାକୁ ପଡିବ । ଶାରୀରିକ କ୍ଲେଶ ଅନୁଭବ କରିବେ । ଆର୍ଥିକ ସମସ୍ୟାକୁ ନେଇ ଚିନ୍ତିତ ରହିବେ । କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ ।

ମୀନ- ଶରୀର ସୁସ୍ଥ ରହିବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । କର୍ମ କ୍ଷେତ୍ର ସହଜ, ସରଳ ଓ ଆନନ୍ଦଦାୟକ ହେବ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବ ।