ଆଜିର ରାଶିଫଳ: ସମସ୍ୟା ସତ୍ତ୍ୱେ ସଫଳ ହେବ କର୍ମ, ଦେଖାଦେଇପାରେ ମାନସିକ ଅବସାଦ
Advertisement

ଆଜିର ରାଶିଫଳ: ସମସ୍ୟା ସତ୍ତ୍ୱେ ସଫଳ ହେବ କର୍ମ, ଦେଖାଦେଇପାରେ ମାନସିକ ଅବସାଦ

ଦିନଟି ବ୍ୟସ୍ତଭରା ରହିବ । ନାନା ସମସ୍ୟା ଦେଖାଦେବ । ଅଯଥା ଖର୍ଚ୍ଚାନ୍ତ ହେବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ଅସହ୍ୟ ହେବ । ରାଜନୈତିକ ବ୍ୟକ୍ତି ବିଶେଷ ସଭାସମିତିରେ ପ୍ରଶଂସିତ ହେବେ ।

ପ୍ରତିକାତ୍ମକ ଫଟୋ

ମେଷ: ମାନସିକ ଅବସାଦ ଦେଖା ଦେବ । ଶାରୀରିକ ଅସୁସ୍ଥତା ନେଇ ଡାକ୍ତରଙ୍କର ପରାମର୍ଶ ଲୋଡିବେ । ଆ ଅପେକ୍ଷା ବ୍ୟୟ ଅଧିକ ହେବ । ରାଜନିତି ବ୍ୟକ୍ତି ବିଶେଷ ନିନ୍ଦା ଅପବାଦର ଶିକାର ହେବେ ।

ବୃଷ: ଦିନଟି ବ୍ୟସ୍ତଭରା ରହିବ । ନାନା ସମସ୍ୟା ଦେଖାଦେବ । ଅଯଥା ଖର୍ଚ୍ଚାନ୍ତ ହେବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ଅସହ୍ୟ ହେବ । ରାଜନୈତିକ ବ୍ୟକ୍ତି ବିଶେଷ ସଭାସମିତିରେ ପ୍ରଶଂସିତ ହେବେ ।

ମିଥୁନ: ମନ ପ୍ରସନ୍ନ ରହିବ । ବନ୍ଧୁବାନ୍ଧବ ଓ ଆତ୍ମୀୟ ପରିଜନଙ୍କ ଗହଣରେ ଦିନ କାଟିବେ । ଋଣ ପରିଶୋଧ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ଜୀବନ ସୁଖମୟ ହେବ ।

କର୍କଟ: ବୁଦ୍ଧି ବିଚାରି କାର୍ଯ୍ୟ କରିବେ । ବିବାଦୀୟ ଘଟଣାର ଅବସାନ ଘଟିବ । ନିଜର ଅଧିକାର ସାବ୍ୟସ୍ଥ କରିବେ । ରାଜନୈତିକ ବ୍ୟକ୍ତି ବିଶେଷ ସାଂଗଠନିକ କାର୍ଯ୍ୟରେ ବ୍ୟସ୍ତ ରହିବେ ।  

Also Read: ଦାଗୀ ନେତାଙ୍କୁ ନିର୍ବାଚନରେ କାହିଁକି କଲେ ପ୍ରାର୍ଥୀ? କାରଣ ସାର୍ବଜନୀନ କରିବେ ରାଜନୈତିକ ଦଳ

 

ସିଂହ: କ୍ରୋଧକୁ ନିୟନ୍ତ୍ରଣରେ ରଖନ୍ତୁ । କାର୍ଯ୍ୟାଳୟରେ ସହକର୍ମୀଙ୍କ ସହ ମତଭେଦ ଦେଖାଦେବ । ବ୍ୟସ୍ତତା ମଧ୍ୟେ ଦିନ କାଟିବେ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିରେ ବିଳମ୍ବ ହେବ ।

କନ୍ୟା: ସାମାନ୍ୟ ଶରୀର ପୀଡା ଦେଖାଦେବ । ମନଭାରକ୍ରାନ୍ତ ରହିବ । ବ୍ୟସ୍ତତା ଭିତରେ ଦୀନଚର୍ଯ୍ୟା କରିବେ । ବ୍ୟୟ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ ଆଖିଦୃଶିଆ ହେବ ।

ତୁଳା: ଶରୀର ସୁସ୍ଥ  ରହିବ ।  ସଫଳତା ପ୍ରାପ୍ତି ପାଇଁ ଅଧିକ ପରିଶ୍ରମ କରନ୍ତୁ ।ଆୟ ବ୍ୟୟ ସମାନ ରହିବ । କାର୍ଯ୍ୟାଳୟରେ ପ୍ରଶଂସାଭାଜନେ ହେବେ । ବ୍ୟବସାୟରେ ପୁଞି ନିବେଶ କରିବେ ।

ବିଛା: ଅଧିକ ବ୍ୟୟର ସମ୍ମୁଖୀନ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ପୂର୍ଣ୍ଣ ସହଯୋଗ  ପ୍ରାପ୍ତ ହେବ । ଜମିଜିମା ସମ୍ପର୍କିତ କଳହ ଦେଖାଦେବ ।

Also Read: ଛାରଖାର ହେଲାଣି ସୁମିତଙ୍କ ପରିବାର, ସୁରକ୍ଷା ମାଗୁଛନ୍ତି ଶାଶୂ ଓ ଶ୍ୱଶୁର

ଧନୁ: ଶରୀର ଆରୋଗ୍ୟ ରହିବ । କର୍ମ ତତ୍ପରତା ବୃଦ୍ଧି ପାଇବ । ବ୍ୟବସାୟିକ ଅଭିବୃଦ୍ଧି ଦେଖାଦେବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ଆୟ ଆଶାନୁରୂପକ ହେବ ।

ମକର: ଶାରୀରିକ ସୁସ୍ଥତା ଲାଭ କରିବେ । ବୁଝି ବିଚାରି ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ତୁଳାଇବେ ।ଅବସର ସମୟର ସଦ୍‌ବିନିଯୋଗ କରିବେ । ହଠାତ ସୁଖବର ପ୍ରାପ୍ତି ହେବ ।

କୁମ୍ଭ: କାର୍ଯ୍ୟ ବ୍ୟସ୍ତତା ଭିତରେ ଦିନ କାଟିବେ । ଶରୀର ସୁସ୍ଥ ରହିବ । ବକେୟା କାର୍ଯ୍ୟ ସବୁ ଆଜି ସଂପୂର୍ଣ୍ଣ କରିବେ । ଆୟ ବ୍ୟୟ ସମାନ ରହିବ । କୌଣସି ଦ୍ରବ୍ୟ ହଜି କିମ୍ବା ଚୋରି ଯାଇପାରେ ।

ମୀନ: ଦେହ ଓ ମନ ଭଲ ରହିବ । ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ତୁଳାଇବେ । ବ୍ୟବସାୟରେ ଉତ୍ତମ ଲାଭ ପାଇବେ । ଗୃହକୁ ବନ୍ଧୁବାନ୍ଧବଙ୍କ ଆଗମନ ହେବ । ଖର୍ଚ୍ଚାନ୍ତ ହେବେ ।