• ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀକୁ ଦେଶ ପାଳୁଛି ପରାକ୍ରମ ଦିବସ
  • ପରାକ୍ରମ ଦିବସ ଅବସରରେ କୋଲକାତାରୁ ଦେଶବାସୀଙ୍କୁ ପ୍ରଧାନମନ୍ତ୍ରୀ ମୋଦିଙ୍କ ସମ୍ବୋଧନ
  • ଛୋଟବେଳୁ ନେତାଜୀଙ୍କ ନାଁ ମୋତେ ନୂଆ ଶକ୍ତି ଦେଉଥିଲା: ପ୍ରଧାନମନ୍ତ୍ରୀ
  • ଭିକ୍ଟୋରିଆ ମେମୋରିଆଲ ଉତ୍ସବରେ ଭାଷଣ ଦେଲେ ନାହିଁ ପଶ୍ଚିମବଙ୍ଗ CM ମମତା ବାନାର୍ଜୀ
  • କୋଏମ୍ୱାଟୁରରେ ରାହୁଲ ଗାନ୍ଧି ରୋଡ ଶୋ
  • ରାଜଧାନୀରେ ସାଧାରଣତନ୍ତ୍ର ଦିବସ ପାଳନ ବେଳେ ମିଡିଆକୁ ମନା
  • କୃଷୀ ଆଇନ, ଚାଷୀ ଆନ୍ଦୋଳନକୁ ନେଇ ବିଜେପି ଡ୍ରାମା କରୁଛି: କଂଗ୍ରେସ
  • ଟିକାକରଣ ଅଭିଯାନ: ସର୍ବଭାରତୀୟ ସ୍ତରରେ ଓଡ଼ିଶାର ସ୍ଥାନ ତୃତୀୟ
  • ନେତାଜୀ ବସ୍ ଟର୍ମିନାଲର ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ ନବୀନ
  • କଟକ ଖାନନଗରରେ ୧୨ ଏକର ଜାଗାରେ ୬୫ କୋଟି ଟଙ୍କା ବ୍ୟୟରେ ହେବ ବସ୍ ଟର୍ମିନାଲ

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ସପ୍ତାହର ପ୍ରଥମ ଦିନ

Horoscope of 23rd November 2020: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ସପ୍ତାହର ପ୍ରଥମ ଦିନ

Horoscope of 23rd November 2020: ମେଷ - ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବେ । ସ୍ଥିର ଚିତ୍ତରେ କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ । ସେବା ପୂଜା ପାଇଁ ମନ ବଳିବ । ନବ ବିବାହିତ ଦମ୍ପତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ ।  

ବୃଷ-  ସ୍ୱାସ୍ଥ୍ୟ ଅତୁଟ ରହିବ । କର୍ମ କ୍ଷେତ୍ରରେ ଚଳଚଞ୍ଚଳ  ରହିବେ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭପ୍ରଦ ହେବ ।  ପାରିବାରିକ ସୁଖଶାନ୍ତି ଲାଭ କରିବେ । ବ୍ୟାଙ୍କିଙ୍ଗ୍‌, ଇନସୁରାନସ ବିଭାଗରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭପ୍ରଦ ଅଟେ ।  

ମିଥୁନ- ଶରୀର ଅସୁସ୍ଥ ରହିବ । ଚିଡିଚିଡା ସ୍ୱଭାବର ହେବେ । ପାରିବାରିକ ଅଶାନ୍ତି ଦେଖାଦେବ । ବ୍ୟବସାୟ ସ୍ୱଳ୍ପଲାଭ ଯୁକ୍ତ ହେବ । ସନ୍ତାନଙ୍କ କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ରହିବେ ।  

କର୍କଟ- ମାନସିକ ଓ ଶାରୀରିକ ସୁସ୍ଥତା ବଜାୟ ରହିବ । କର୍ମ ଚଞ୍ଚଳ ହେବେ । କାର୍ଯ୍ୟାଳୟରେ ଦାୟିତ୍ୱର ସହ କାର୍ଯ୍ୟ ନିର୍ବାହ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆୟ ବୃଦ୍ଧି ପାଇବ ।  

ଅଧିକ ପଢ଼ନ୍ତୁ:-ସକାଳର ଏହି ୫ଟି ଭୁଲ ମୋଟାପଣକୁ ଦେଇଥାଏ ଅତିଶୀଘ୍ର ଆମନ୍ତ୍ରଣ

ସିଂହ- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ର ସହଜ, ସରଳ ଓ ଆନନ୍ଦଦାୟକ ହେବ । ବ୍ୟସ୍ତତା ମଧ୍ୟେ ଦିନ କାଟିବ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବ । ବ୍ୟବସାୟ ଲାଭପ୍ରଦ ହେବ ।  

କନ୍ୟା- ଶାରୀରିକ ସୁସ୍ଥତା ଲାଭ  କରିବେ । କର୍ମ କ୍ଷେତ୍ର ଉଜ୍ଜଳମୟ ହେବ । ଆୟ ବୃଦ୍ଧି ପାଇବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ । ବ୍ୟାଙ୍କିଙ୍ଗ୍ ଓ ଇନସୁରାନ୍ସ କର୍ମଚାରୀଙ୍କ ପାଇଁ  ଦିନଟି ଶୁଭପ୍ରଦ ହେବ ।  

ତୁଳା- ମାନସିକ ଶାନ୍ତିବଜାୟ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ  ସହଯୋଗ ମିଳିବ । ଅକସ୍ମାତ ଧନ ପ୍ରାପ୍ତିର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ବେଶ ସୁଖମୟ ହେବ । ଦୂରଯାତ୍ରା ସଫଳ ହେବ ।  

ଅଧିକ ପଢ଼ନ୍ତୁ:-ଟ୍ରମ୍ପଙ୍କୁ ଲାଗିଲା ଆଉ ଏକ ଝଟକା

ବିଛା- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ଦେଖାଦେବ । ରୋଜଗାର ପୂର୍ବଭଳି ହେବ । ବ୍ୟବସାୟ ଆଶାନୁରୂପକ ହେବ । ପାଖ ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ ।

ଧନୁ- ମନ ପ୍ରସନ୍ନ ରହିବ । ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ । ବ୍ୟବସାୟରେ ଅଗ୍ରଗତି ହେବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ ।  

ମକର- ଦୃଢମନା ହେବେ । କର୍ମ କ୍ଷେତ୍ରରେ ଉପରିସ୍ତ ଅଧିକାରୀଙ୍କ ପ୍ରଶଂସା ପାଇବେ । ଋଣ ପରିଶୋଧ କରି ଆତ୍ମଶାନ୍ତି ପାଇବେ । ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରିବେ । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭଦାୟକ ଅଟେ ।  

ଅଧିକ ପଢ଼ନ୍ତୁ:-'କୋରୋନା ପରି ଆଉ ଏକ ମହାମାରୀର ମୁହଁରେ ଠିଆ ହୋଇଛୁ ଆମେ, ନ ସମ୍ଭାଳିବା ତ ବର୍ବାଦ ହୋଇଯିବ...'

କୁମ୍ଭ- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଉତ୍ସାହ ପୂର୍ବକ ସମସ୍ତ କାର୍ଯ୍ୟ ଦାୟିତ୍ୱର ସହ ତୁଳାଇବେ । ଉପରିସ୍ତ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ । ବ୍ୟବସାୟ ଲାଭପ୍ରଦ ହେବ । ଆଇନ ଅଦାଲତର କାର୍ଯ୍ୟ ସଫଳ ହେବ । ଆୟ ବୃଦ୍ଧି ପାଇବ ।

ମୀନ-  ଶାରୀରିକ କ୍ଲେଶ ବୃଦ୍ଧିପାଇବ । ମାନସିକ ଅବସାଦ ଦେଖାଦେବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଘାତ ଚନ୍ଦ୍ର ଭୋଗ ହେତୁ ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ଗାଡିମଟର ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।