Advertisement
Article Detail0/zeeodisha/odisha772311
Zee OdishaOdisha LifeStyle and Othersଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ରବିବାର

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ରବିବାର

Horoscope of 25th October 2020: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ରବିବାର

Horoscope of 25th October 2020: ମେଷ- ମନ ଅଶାନ୍ତି ରହିବ । ପ୍ରତ୍ୟେକ କାର୍ଯ୍ୟରେ ବାଧାବିଘ୍ନର ସାମ୍ନା କରିବେ । ଦୁଶ୍ଚିନ୍ତା ମଧ୍ୟ ଦେଇ ଗତି କରିବେ । ପଡୋଶୀଙ୍କ ସହ ସମ୍ପର୍କରେ ତିକ୍ତତା ଆସିବ । ବ୍ୟବସାୟ ସ୍ୱଳ୍ପ ଲାଭଯୁକ୍ତ ହେବ ।  

ବୃଷ- ବ୍ୟବସାୟ ଲାଭଜନକ ହେବ । ପରିଶ୍ରମର ମୂଲ୍ୟ ମିଳିବ । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ୍ ହୋଇପାରନ୍ତି । ମଧୁରଭାଷୀ ହେବେ । ଥଣ୍ଡା-କଫ ଜନିତ ପୀଡା ଅନୁଭବ କରିବେ । ପ୍ରେମୀ ଓ ସାହସୀ ହୋଇପାରନ୍ତି ।      

ମିଥୁନ- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ଦେଖାଦେବ । ରୋଜଗାର ପୂର୍ବଭଳି ହେବ । ବ୍ୟବସାୟ ଆଶାନୁରୂପକ ହେବ । ପାଖ ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ ।  

Add Zee News as a Preferred Source

ଅଧିକ ପଢ଼ନ୍ତୁ:-ବିଜେପି ଜ୍ୟୋତିରାଦିତ୍ୟ ସିନ୍ଧିଆଙ୍କୁ 'ଠକି' ଦେଇଛି କି ?

କର୍କଟ- ଦୃଢ ମନୋବଳ ଯୋଗୁଁ ପ୍ରତିଟି କାର୍ଯ୍ୟରେ ସଫଳ ହେବେ । ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କାର୍ଯ୍ୟ ସଂପାଦନ କରିବେ । ଆୟ ଉତ୍ତମ ହେବ । ପାରିବାରିକ ସୁଖଶାନ୍ତି ଲାଭ କରିବେ ।  

ସିଂହ- ଘାତ ବାର ଭୋଗ ହେତୁ ଦିନଟିରେ ଆପଣ ଜଗି ରଖି ଚଳନ୍ତୁ । ଅଯଥା କଳହ ଠାରୁ ଦୂରେଇ ରୁହନ୍ତୁ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ଅଚିହ୍ନା ବ୍ୟକ୍ତିଙ୍କ ସହ ସମ୍ପର୍କ ବଢାନ୍ତୁ ନାହିଁ । ଠକାମିର ଶିକାର ହେବେ ।  

କନ୍ୟା- ଦେହ ସୁସ୍ଥ ରହିବ । କାର୍ଯ୍ୟାଳୟରେ କାର୍ଯ୍ୟଭାର ବୃଦ୍ଧି ପାଇବ । ବାଦ ବିବାଦ ଦେଖାଦେବ । ଶତ୍ରୁ ବୃଦ୍ଧି ପାଇବେ । ଖର୍ଚ୍ଚାନ୍ତ ହେବେ ।

ତୁଳା- ଶରୀର ସୁସ୍ଥ ରହିବ । କର୍ତ୍ତବ୍ୟ ପରାୟଣ ହେବେ । ବ୍ୟବସାୟ ଉତ୍ତମ ହେବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ । ପାରିବାରିକ ଜୀବନ ସୁଖମୟ ହେବ ।

ଅଧିକ ପଢ଼ନ୍ତୁ:-ବିହାର ବିଧାନସଭା ନିର୍ବାଚନ: ତେଜସ୍ୱୀଙ୍କ ଗଣିତ ନୀତିଶଙ୍କ ଉପରେ ପଡ଼ିବ ଭାରି

ବିଛା- ଅସୁସ୍ଥତାରୁ ଆରୋଗ୍ୟ ଲାଭ କରିବେ । ବକେୟା କାର୍ଯ୍ୟ ସବୁ ସଂପାଦନ କରିବେ । ବ୍ୟବସାୟରେ ସ୍ୱଳ୍ପ ଲାଭ ମିଳିବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ ।  

ଧନୁ- ଶରୀର ଆରୋଗ୍ୟ ରହିବ । କର୍ତ୍ତବ୍ୟ ନିଷ୍ଠ ହେବେ । ପରିଶ୍ରମୀ ହେବେ । ବ୍ୟବସାୟରେ ଉତ୍ତମ ଲାଭ କରିବେ । ରାଜନୈତିକ ବ୍ୟକ୍ତିବିଶେଷଙ୍କ ପାଇଁ ସମ୍ମାନର ଦିନ । ଆଇନ ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯିବ ।  

ମକର- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଉଚ୍ଚପଦାଧିଙ୍କ କ୍ରୋଧର ଶିକାର ହେବେ । ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରିବେ । ପରିବାରରେ ସାମାନ୍ୟ ମତଭେଦ ଦେଖାଦେବ । ଦୂରଯାତ୍ରା ସଫଳ ହେବ ।

ଅଧିକ ପଢ଼ନ୍ତୁ:-'ଯଦି ମୋ ପଛରେ ଇଡି ଲଗାଇବେ, ତେବେ ତୁମର ସିଡି ଚାଲାଇଦେବି'

କୁମ୍ଭ- ଆଶାବାଦୀ ହେବେ । ଅସଂପୂର୍ଣ୍ଣ  କାର୍ଯ୍ୟ ଆଜି ସଂପୂର୍ଣ୍ଣ  କରିବେ । ଅଧିନସ୍ଥ କର୍ମଚାରୀଙ୍କ  ସହଯୋଗ ପାଇବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ପାରିବାରିକ ଜୀବନ ସୁଖଶାନ୍ତି ପୂର୍ଣ୍ଣ ରହିବ ।  

ମୀନ- ଘାତଚନ୍ଦ୍ର ଭୋଗ ହେତୁ ଦିନଟି କଷ୍ଟଦାୟକ ହେବ । ବହୁ ପରିଶ୍ରମର ସମ୍ମୁଖୀନ ହେବେ । ନିନ୍ଦା ଅପବାଦର ଶିକାର ହେବେ । ଗାଡିମଟର ଚାଳନା ବେଳେ ସତର୍କତା ଅବଲମ୍ବନ କରନ୍ତୁ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ।   

About the Author