Horoscope of 26th October 2020: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର...
Trending Photos
)
Horoscope of 26th October 2020: ମେଷ- ନିଜର ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହେବେ । କର୍ମ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
ବୃଷ- କର୍ମ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ଚିନ୍ତାଧାରା ଉନ୍ନତମାନର ହେବ । ପାରିବାରିକ ସୁଖ ମିଳିବ ।
ମିଥୁନ- ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ପରିସ୍ଥିତି ପ୍ରତି ସଜାଗ ରୁହନ୍ତୁ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଚୋରୀ ଭୟ ରହିବ । ଅଚିହ୍ନା ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ ।
ଅଧିକ ପଢ଼ନ୍ତୁ:-ପୁଣି କୋରୋନା ଭୂତାଣୁକୁ ନେଇ ବହୁତ ବଡ଼ ଖରାପ ଖବର ଦେଲା WHO
କର୍କଟ- ସୁଖପୂର୍ଣ୍ଣ ଜୀବନ ଯାପନ କରିବେ । କର୍ମ କ୍ଷେତ୍ର ସହଜ ସରଳ ବୋଧଗମ୍ୟ ହେବ । ବନ୍ଧୁ ସାହାଯ୍ୟ ପାଇ ଖୁସି ହେବେ । ସନ୍ତାନଙ୍କ କୃତିତ୍ୱ ଆତ୍ମଶାନ୍ତି ପ୍ରଦାନ କରିବ ।
ସିଂହ- ସୌଭାଗ୍ୟ ବନ୍ତ ହେବେ । ସମସ୍ତ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୂକୁଳ ଅଟେ ।
ଅଧିକ ପଢ଼ନ୍ତୁ:-ଗୋଟିଏ ଦିନର କୋରୋନା ମାମଲାରେ ନୂଆ ବିଶ୍ୱ ରେକର୍ଡ କଲେ ଆମେରିକା-ଫ୍ରାନ୍ସ, ବ୍ରିଟେନରେ ପୁଣି ଲାଗିଲା ଲକଡାଉନ୍
କନ୍ୟା- ନୂତନ କର୍ମରେ ଯୋଗ ଦେଇ ଖୁସି ହେବେ । ମନ ପ୍ରସନ୍ନ ରହିବ । ଅର୍ଥ ପ୍ରାପ୍ତି ସୂଚନା ମିଳୁଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଦୂରଯାତ୍ରା କରିପାରନ୍ତି ।
ତୁଳା- ଶରୀର ସୁସ୍ଥ ରହିବ । ଦୃଢ ମନା ହୋଇ ସମସ୍ତ କାର୍ଯ୍ୟ ନିର୍ବାହ କରିବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟିକ ସଫଳତା ପ୍ରାପ୍ତି କରିବେ । ରାଜନୈତିକ ବ୍ୟକ୍ତି ବିଶେଷ ସଭା ସମିତିରେ ନିଜର ପ୍ରାଧାନ୍ୟ ଜାହିର୍ କରିବେ ।
ବିଛା- ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । ଶରୀର ସୁସ୍ଥ ରହିବ । ଦୂର ଯାତ୍ରା ସଫଳ ହେବ । ପଡୋଶୀ ମାନଙ୍କ ସହ ମଧୁରତା ହେଖା ଦେବ । ଆୟ ବୃଦ୍ଧି ହେବ । ପାରିବାରିକ ଜୀବନ ଶାନ୍ତରେ କଟିବ ।
ଧନୁ- କର୍ମ ପ୍ରବଣତା ପ୍ରକାଶ ପାଇବ । ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିବେ । ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହେବ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁ ଯୋଗୁଁ ଶେଷ ହେଉଛି ଏହି ରୋଗ ! ପ୍ରତିବର୍ଷ ହୋଇଥାଏ ଲକ୍ଷ ଲକ୍ଷ ଲୋକଙ୍କ ମୃତ୍ୟୁ
ମକର- ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବେ । ନିର୍ଭୀକ ଭାବେ କାର୍ଯ୍ୟ ସମ୍ପାଦନ କରିବେ । ବନ୍ଧୁଙ୍କ ସହଯୋଗ ମିଳିବ । ଆୟ ବୃଦ୍ଧି ପାଇବ । ବିବାହ ଆଦି ଭୋଜିଭାତରେ ଯୋଗ ଦେବେ ।
କୁମ୍ଭ- ମନ ପ୍ରସନ୍ନ ରହିବ । କର୍ତ୍ତବ୍ୟ ନିଷ୍ଠା ହେବେ । ପ୍ରତ୍ୟେକଟି କାର୍ଯ୍ୟ ସୁଚାରୁ ରୁପେ ହବ । ବନ୍ଧୁ ସହଯୋଗ ପାଇବେ । ବ୍ୟବସାୟରେ ଲାଭପ୍ରଦ ହେବ । ପାରିବାରିକ ଜୀବନ ଶାନ୍ତି ପୂର୍ଣ୍ଣ ରହିବ ।
ମୀନ- ଦେହ ଅସୁସ୍ଥ ରହିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ଦେଖାଦେବ । ସନ୍ତାନଙ୍କ କାର୍ଯ୍ୟ କଳାପକୁ ନେଇ ଚିନ୍ତିତ ରହିବେ ।