)
Horoscope of 26th september 2020: ମେଷରାଶି:- ବ୍ୟବସାୟ ଲାଭଜନକ ହେବ । ପରିଶ୍ରମର ମୂଲ୍ୟ ମିଳିବ । ମନ ପ୍ରସନ୍ନ ରହିବ । ଆସ୍ତିକ ହେବେ । ଜଳପ୍ରତି ଆଦର ପ୍ରେମୀ ଓ ବୁଦ୍ଧିମାନ ହୋଇପାରନ୍ତି । ମଧୁରଭାଷୀ ହେବେ । ଥଣ୍ଡା-କଫ ଜନିତ ପୀଡା ଅନୁଭବ କରିବେ । ପ୍ରେମୀ ଓ ସାହସୀ ହୋଇପାରନ୍ତି ।
ବୃଷରାଶି:- ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକରି ପ୍ରଶଂସାର ପାତ୍ର ହେବେ । ଉଚ୍ଚ ଆଶା ଫଳବତୀ ହେବ । ଦେହ ଅସୁସ୍ଥ ହୋଇପାରେ । ଯଶସ୍ୱୀ ହୋଇପାରନ୍ତି । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ଚେଷ୍ଟିତ ହେବେ । ସରକାରୀ ସ୍ତରରେ ସମ୍ମାନିତ ହେବେ ।
ମିଥୁନରାଶି:- କାର୍ଯ୍ୟରେ ସଫଳତା ମିଳିବ । ଶ୍ରମ ସାର୍ଥକ ହେବ । କୂଳଦୀପକ ହୋଇପାରନ୍ତି । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ସ୍ୱଭାବର ହୋଇପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଯଶସ୍ୱୀ ହେବେ । ପାରିବାରିକ ସ୍ନେହ ରହିବ ।
ଅଧିକ ପଢ଼ନ୍ତୁ:-କ୍ଷମା ମାଗିଲେ କିମ୍ ଜୋଙ୍ଗ ଉନ୍
କର୍କଟରାଶି:- ମହିଳା ଓ ବିଦ୍ୟାର୍ଥୀଙ୍କୁ ଜଗି ରଖି ଚଳିବାକୁ ପଡିବ । ସାମାନ୍ୟ ମାତ୍ରାର ଶାରୀରିକ ପୀଡା ଅନୁଭବ କରିପାରନ୍ତି । ଈର୍ଷା ସ୍ୱଭାବର ହେବେ । ଜଳଯାତ୍ରା ଉପରେ ସତର୍କତା ଲୋଡା । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହେବେ ।
ସିଂହରାଶି:- ଘାତଚନ୍ଦ୍ର ଓ ଘାତବାର ଯୋଗୁ ଜଗିରଖି ଚଳନ୍ତୁ । ପରଚର୍ଚ୍ଚାରେ ମଗ୍ନ ହୋଇପାରନ୍ତି । ଭାଗ୍ୟଶାଳୀ ହେବେ । ଭୋଗ-ବିଳାସ କରିପାରନ୍ତି । ସୁଖ ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ଧର୍ମାତ୍ମା, ବିଦ୍ୱାନ୍, ପ୍ରବାସପ୍ରିୟ, ସାହସୀ ଓ ସମ୍ପତ୍ତିବାନ୍ ହେବେ ।
କନ୍ୟାରାଶି:- ଆଜି ଆପଣଙ୍କର ଘାତବାର । ସାମାନ୍ୟ ଯନ୍ତ୍ରଣା ଭୋଗିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ସମାଜସେବୀ ହୋଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ ହେବା ଆଶା କରାଯାଏ । ପତ୍ନୀଙ୍କ ପରାମର୍ଶ ଉପାଦେୟ ହୋଇପାରେ ।
ତୁଳାରାଶି:- ଆଶ୍ରୟ ମିଳିବ । ଉପକୃତ ହୋଇପାରନ୍ତି । ଭାଇମାନଙ୍କ ଉପରେ ସ୍ନେହଭାବ ରହିବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିପାରନ୍ତି । ବଳିଷ୍ଠ ଓ ଶତ୍ରୁହନ୍ତା ହେବେ । ଚାକିରି କ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷଙ୍କ ଶ୍ରଦ୍ଧା ଭାଜନ ଆଶା କରାଯାଏ ।
ବିଛାରାଶି:- ବାଧା ବିଘ୍ନକୁ ଏଡାଇ କାର୍ଯ୍ୟରେ ଅଗ୍ରସର ହୋଇପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । କନ୍ୟା ସନ୍ତାନ ଦ୍ୱାରା ଉପକୃତ ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ରାଜତୁଲ୍ୟ ମାହଲରେ ଜୀବନଯାପନ କରିବେ । ଆର୍ଥିକ ସ୍ରୋତ ବିଭିନ୍ନ ଦିଗରୁ ଆସିବ ।
ଧନୁରାଶି:- ଉଦାର ପ୍ରକୃତିର ହୋଇପାରନ୍ତି । ଦାନ-ପୂଣ୍ଣ୍ୟ କରି ଆତ୍ମସନ୍ତୋଷ ଲାଭ କରିବେ । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହୋଇପାରନ୍ତି । ସ୍ୱାସ୍ଥ୍ୟ ଅତୁଟ ରହିବ । କୃଷି କର୍ମରେ ତତ୍ପରତା ପ୍ରକାଶ ପାଇବ । ଭାଇମାନଙ୍କ ମଧ୍ୟରେ ଶ୍ରେଷ୍ଠ ହେବେ ।
ମକରରାଶି:- ଅଜାଣତରେ ଶତ୍ରୁତା ସୃଷ୍ଟି ହୋଇପାରେ । କାର୍ଯ୍ୟରେ ବାଧା ଉପୁଜିବାର ସମ୍ଭାବନା ଅଛି । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ଭାଷାର ମାଧୁର୍ଯ୍ୟତା ପରକୁ ଆପଣାର କରିବ । ରାଜଯୋଗ ଭୋଗ ହେବ ।
କୁମ୍ଭରାଶି:- ମନସ୍କାମନା ପୂର୍ଣ୍ଣ ହେବ । ଯେକୌଣସି ସୂତ୍ରରୁ ଧନାଗମର ସୂଚନା ମିଳୁଛି । ଭାଗ୍ୟଶାଳୀ ହେବେ । ଶୋଭନ ବ୍ୟକ୍ତିତ୍ୱର ଅଧିକାରୀ ହେବେ । ପରଦେଶବାସୀ, ମଧୁର ଭାଷୀ, ସହନଶୀଳ, ଶାନ୍ତିପ୍ରିୟ ଓ ଉଦାର ବିଦ୍ୟା ପ୍ରେମୀ ହେବେ ।
ମୀନରାଶି:- ଆୟ ପରିମାଣ ବୃଦ୍ଧି ପାଇବ । ବଳବାନ୍ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହୋଇପାରନ୍ତି । ସମର କ୍ଷେତ୍ରରେ ବିଜୟୀ ହେବେ । ମାଲିମୋକଦ୍ଦମାର ରାୟ ଆପଣଙ୍କ ସପକ୍ଷରେ ଯିବ । ଲୋକପ୍ରିୟ ହେବେ । ସମାଜିକ ଗୌରବ ମିଳିବ ।