ଜାଣନ୍ତୁ ଆଜିର ଦିନଟି କେମିତି କଟିବ ଆପଣଙ୍କ ପାଇଁ...
Trending Photos
)
ମେଷ- ମନ ପ୍ରସନ୍ନ ରହିବ । କାର୍ଯ୍ୟାଳୟରେ ଅଧିକ ଉର୍ତ୍ସଗୀକୃତ ହୋଇ କାର୍ଯ୍ୟ କରିବେ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭପ୍ରଦ ହେବ ।
ବୃଷ- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିକାରୀଙ୍କ ପ୍ରଶଂସା ପାଇବେ । ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରିବେ । ପାରିବାରିକ ସୁଖଶାନ୍ତି ଲାଭ କରିବେ । ପଡୋଶୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ ।
ମିଥୁନ- ମନରେ ଈର୍ଷାଭାବ ଜାଗ୍ରତ ହେବ । କ୍ରୋଧକୁ ନିୟନ୍ତ୍ରଣରେ ନ ରଖିଲେ ଅସୁବିଧାରେ ପଡିବେ । ଘାତଚନ୍ଦ୍ର ଭୋଗ ହେତୁ ଦିନଟିରେ ଜଗି ରଖି ଚଳନ୍ତୁ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ।
କର୍କଟ- ହସ ଖୁସିର ଦିନ ଅତିବାହିତ ହେବ । ସ୍ୱାସ୍ଥ୍ୟ ଭଲ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ପ୍ରତିଯୋଗିତା ମନୋଭାବ ନେଇ କାର୍ଯ୍ୟ କରିବେ । ବ୍ୟବସାୟରେ ଅଭିବୃଦ୍ଧି ହେବ । ସନ୍ତାନଙ୍କ କାର୍ଯ୍ୟ କଳାପ ଆପଣଙ୍କୁ ଖୁସି ପ୍ରଦାନ କରିବ ।
ସିଂହ- ସ୍ୱାସ୍ଥ୍ୟ ସମସ୍ୟାରୁ ମୁକୁଳିବେ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭଜନକ ହେବ । ସନ୍ତାନଙ୍କ କାର୍ଯ୍ୟକଳାପରେ ସନ୍ତୁଷ୍ଟି ପ୍ରକାଶ କରିବେ । କର୍ମକ୍ଷେତ୍ରରେ ପ୍ରଶଂସିତ ହେବେ ।
କନ୍ୟା- ଶରୀର ସୁସ୍ଥ ରହିବ । ପ୍ରତିଟି କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ । ଆର୍ଥିକ ଅଭିବୃଦ୍ଧି ଘଟିବ । କାର୍ଯ୍ୟାଳୟରେ ଅଧ୍ୟସ୍ତନ କର୍ମଚାରୀଙ୍କ ଦ୍ୱାରା ସମ୍ମାନ ପାଇବେ । ଅପରାହ୍ନରେ ବନ୍ଧୁ ମିଳନର ଯୋଗ ରହୁଛି ।
ତୁଳା- ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ଅଶାନ୍ତିର କାରଣ ହେବ । ସନ୍ତାନଙ୍କ ପଢାପଢି ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ ।
ବିଛା- ସ୍ୱାସ୍ଥ୍ୟ ସଚେତନ ହେବେ । ସ୍ଥିର ଚିତ୍ତରେ ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ତୁଳାଇବେ । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ବ୍ୟବସାୟ ଭଲ ହେବ ।
ଧନୁ- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଅଗ୍ରଗତି ଘଟିବ । ଆୟ ଅବ୍ୟାହତ ରହିବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ ।
ମକର- ଶରୀର ଆରୋଗ୍ୟ ରହିବ । କର୍ତ୍ତବ୍ୟ ନିଷ୍ଠ ହେବେ । ଆୟ ଓ ବ୍ୟୟ ସମାନ ରହିବ । ପାରିବାରିକ ସୁଖସମ୍ମାନ ଲାଭ କରିବେ । ସେବା ପୂଜା ପ୍ରତି ମନ ବଳିବ । ବ୍ୟବସାୟ ଲାଭପ୍ରଦ ହେବ ।
କୁମ୍ଭ- ଦିନଟି ଆରମ୍ଭରୁ ସତର୍କତା ଆବଶ୍ୟକ । ସାମାନ୍ୟ କଥାକୁ କେନ୍ଦ୍ର କରି ବିବାଦୀୟ ପରିସ୍ଥିତି ଉପୁଜିପାରେ । ଖର୍ଚ୍ଚାନ୍ତ ହେବେ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ।
ମୀନ- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଅନୁକୂଳ ପରିବେଶ ସୃଷ୍ଟି ହେବ । ରୋଜଗାର ଭଲ ରହିବ । ବ୍ୟବସାୟ ଆଶାନୁରୂପକ ହେବ । ବିବାଦୀୟ ଘଟଣାରେ ବିଜୟୀ ହେବେ ।