)
ମେଷ– ଦିନଟି ଆପଣଙ୍କ ପାଇଁ ଶୁଭ ଆଶୁଭ ଫଳ ଦେବ । ସ୍ୱାସ୍ଥ୍ୟ ଭଲ ରହିବ । ବନ୍ଦୁଙ୍କ ସହ ଦିନଟି କାଟିବେ । ଆୟ ଅପରିବତ୍ତିତ ରହିବ । ଅପରାହ୍ନରେ ଦୂର ଯାତ୍ରା କରିବେ ।
ବୃଷ- ମନୋବଳ ଟାଣ ରହିବ । ଯୋଜନା ଫଳପ୍ରସୁ ହେବ । ଦେହ ସୁସ୍ଥ ରହିବ । ଦିନଟି ଆପଣଙ୍କର ସପକ୍ଷରେ ଯିବ । ବ୍ୟବସାୟରେ ଲାଭପ୍ରଦ ହେବ ।
ମିଥୁନ- ପ୍ରତ୍ୟେକ କାର୍ଯ୍ୟରେ ପ୍ରାଧାନ୍ୟ ବିସ୍ତାର କରିବେ । କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ବିଭିନ୍ନ ସୂତ୍ରରୁ ଅର୍ଥପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
କର୍କଟ- ମାନସିକ ଅବସାଦ ଦେଖା ଦେବ । ଶାରୀରିକ ଅସୁସ୍ଥତା ନେଇ ଡାକ୍ତରଙ୍କର ପରାମର୍ଶ ଲୋଡିବେ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ରାଜନିତି ବ୍ୟକ୍ତି ବିଶେଷ ନିନ୍ଦା ଅପବାଦର ଶିକାର ହେବେ ।
ସିଂହ- ନିଜର ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହେବେ । କର୍ମ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।
କନ୍ୟା- ତରବରରେ କାର୍ଯ୍ୟ କରନ୍ତୁ ନାହଁ । ଆୟ ବ୍ୟୟ ସମାନ ରହିବ । ପଡୋଶୀମାନଙ୍କ ସହ ମନାନ୍ତର ହେଖା ଦେବ । ବ୍ୟବସାୟରେ ସ୍ୱଳ୍ପ ଲାଭ ହେବ ।
ତୁଳା- ସୌଭାଗ୍ୟ ବନ୍ତ ହେବେ । ସମସ୍ତ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୂକୁଳ ଅଟେ ।
ବିଛା- ସ୍ୱାସ୍ଥ୍ୟ ଭଲ ରହିବ । ବ୍ୟସ୍ତତା ମଧ୍ୟରେ ଦିନ କାଟିବେ । ଆୟ ଉତ୍ତମ ରହିବ । କାର୍ଯ୍ୟରେ ଯୋଗ ଦେବେ । ବ୍ୟବସାୟରେ ଲାଭ ଦେଖାଦେବ ।
ଧନୁ- ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଶରୀର ଆରୋଗ୍ୟ ଓ ମନ ପ୍ରସନ୍ନ ରହିବ । ବନ୍ଧୁବାନ୍ଧବ ତଥା ଆତ୍ମୀୟ ସ୍ୱଜନଙ୍କ ମେଳରେ ଦିନ କାଟିବେ । ପାରିବାରିକ ଜୀବନ ମଧୁରମୟ ହେବ ।
ମକର- କର୍ମ କ୍ଷେତ୍ରରେ ଉଛାହ ସହ ସମତ୍ତ କାର୍ଯ୍ୟ କରିବେ । ଆୟ ଅପରିବତ୍ତିତ ରହିବ । ଦେହ ମନ ଭଲ ରହିବ । ପରିବାରରେ ହସ ଖୁସି ଲାଗି ରହିବ ।
କୁମ୍ଭ- ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । ଶରୀର ସୁସ୍ଥ ରହିବ । । ପଡୋଶୀ ମାନଙ୍କ ସହ ମଧୁରତା ହେଖା ଦେବ । ଆୟ ବୃଦ୍ଧି ହେବ । ପାରିବାରିକ ଜୀବନ ଶାନ୍ତ ରେ କଟିବ ।
ମୀନ- ସୂଚାରୁ ରୂପେ ସମସ୍ତ କାର୍ଯ୍ୟ ତୁଳାଇବେ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବେ । କାର୍ଯ୍ୟାଳୟରେ ଉପରିସ୍ଥ ଅଧିକାରୀଙ୍କ ପ୍ରିୟଭାଜନ ହେବେ । ଆୟ ଉତ୍ତମ ହେବ । ପାରିବାରିକ ସୁଖଶାନ୍ତି ଲାଭ କରିବେ ।