ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ରବିବାର
Advertisement

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ରବିବାର

Horoscope of 29th November 2020: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ରବିବାର

Horoscope of 29th November 2020: ମେଷ- ସାମାନ୍ୟ ଅସୁସ୍ଥତା ଦେଖାଦେବ । ମନ ଭାରାକ୍ରାନ୍ତ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଈର୍ଷାର ଶିକାର ହେବେ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ । ବିଦ୍ୟାର୍ଥୀମାନେ ପାଠପଢା ପ୍ରତି ଅବହେଳା ପ୍ରଦର୍ଶନ କରିବେ ।  

ବୃଷ-ଦିନଟି ଆପଣଙ୍କ ପାଇଁ କର୍ମଚଞ୍ଚଳ ଭରା ରହିବ । ଦେହ ଆରୋଗ୍ୟ ରହିବ ଓ ମନ ଭଲ ରହିବ । କାର୍ଯ୍ୟାଳୟରେ କାର୍ଯ୍ୟଭାର ବୃଦ୍ଧି ପାଇବ । ପାରିବାରିକ ଜୀବନ ସୁଖ ସମୃଦ୍ଧି ଭରା ହେବ । ବ୍ୟବସାୟରେ ଆଶିଂକ ସଫଳତା ପ୍ରାପ୍ତି ହେବ ।

ମିଥୁନ- ଶାନ୍ତିପୂର୍ଣ୍ଣ ଜୀବନ ଯାପନ କରିବେ । ଦେହ ଓ ମନ ଭଲ ରହିବ । କାର୍ଯ୍ୟାଳୟର ପରିବେଶ ଅନୁକୂଳ ରହିବ । ପରିବାରରେ ବୁଝାମଣା ଭଲ ରହିବ । ନୂତନ ବ୍ୟବସାୟ ପାଇଁ ଇଚ୍ଛା ପ୍ରକଟ କରିବେ ।  

ଅଧିକ ପଢ଼ନ୍ତୁ:-ଚୀନରୁ ବ୍ୟାପି ନାହିଁ କୋରୋନା ଭୂତାଣୁ, ଏହା କହିବା ଅତ୍ୟନ୍ତ କଷ୍ଟକର: WHO

କର୍କଟ-  ପ୍ରତ୍ୟେକ କାର୍ଯ୍ୟରେ ନିଜର ପ୍ରାଧାନ୍ୟତା ଜାହିର କରିବେ । ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ କାର୍ଯ୍ୟକୁ ସରଳ କରିଦେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ବିବାହ ଆଦି ଶୁଭକାର୍ଯ୍ୟରେ ଯୋଗ ଦେବେ ।  

ସିଂହ- ମନୋବଳ ଦୃଢ ରହିବ । କର୍ତ୍ତବ୍ୟ ନିଷ୍ଠ ହେବେ । ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ସମ୍ପାଦନ କରିବେ । କର୍ମ କ୍ଷେତ୍ର ସହଜ ସରଳ ବୋଧଗମ୍ୟ ହେବ । ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ଭାଜନ ହେବେ । ଛାତ୍ରଛାତ୍ରୀମାନେ ପଠନ ପ୍ରିୟ ହେବେ ।  

କନ୍ୟା- ପରାମର୍ଶ ନେଇ କାର୍ଯ୍ୟ  କରନ୍ତୁ । କୃତକାର୍ଯ୍ୟ ହେବେ । କର୍ମ କ୍ଷେତ୍ର ସହଜ,ସରଳ ଓ ଆନନ୍ଦଦାୟକ ହେବ । ଆୟ ଅବ୍ୟାହତ ରହିବ । ପଡୋଶୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ ।

ତୁଳା- ଦାୟିତ୍ୱବାନ୍ ହେବେ । କର୍ମ ଚଞ୍ଚଳ ରହିବେ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ସୁସମ୍ବାଦ ପ୍ରାପ୍ତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ ।  

ଅଧିକ ପଢ଼ନ୍ତୁ:-ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମିଳିବ ଭରପୂର ଲାଭ

ବିଛା- ଦୃଢମନା ହେବେ । ଦେହ ଆରୋଗ୍ୟ ଓ ମନ ପ୍ରଫୁଲ୍ଲ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । ଗୃହକୁ ବନ୍ଧୁ ଆଗମନ ହୋଇପାରେ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । କର୍ତ୍ତବ୍ୟ ପରାୟଣ ହେବେ ।  

ଧନୁ- ପରିଶ୍ରମୀ ହେବେ । ନିଷ୍ଠାର ସହ କାର୍ଯ୍ୟ ସମ୍ପାଦନ କରିବେ ।  କର୍ମ କ୍ଷେତ୍ର ବ୍ୟସ୍ତ ବହୁଳ ରହିବ । ପରିବାରରେ ପରସ୍ପର ପ୍ରତି ସ୍ନେହ ଶ୍ରଦ୍ଧା ଅତୁଟ ରହିବ । ଆୟ ଭଲ ହେବ ।  

ମକର- ଦିନଟିରେ ଆପଣ ସକଳ କାର୍ଯ୍ୟରେ ସଫଳ ହେବେ । ଆମୋଦ ପ୍ରମୋଦରେ ଦିନ କାଟିବେ । ନୂତନ ବସ୍ତ୍ରାଦି କ୍ରୟ କରିବେ । ପାରିବାରିକ ସୁଖଶାନ୍ତି ଲାଭ  କରିବେ ।  

ଅଧିକ ପଢ଼ନ୍ତୁ:-ଯୁଦ୍ଧ ପାଇଁ ପ୍ରସ୍ତୁତି କରୁଛି ଚୀନ! ମୃତ୍ୟୁକୁ ଭୟ ନ କରିବାକୁ ସୈନ୍ୟଙ୍କୁ ପରାମର୍ଶ ଦେଲେ ଜିନପିଙ୍ଗ

କୁମ୍ଭ- ମନ ପ୍ରସନ୍ନ ରହିବ । ଦାୟିତ୍ୱର ସହ କାର୍ଯ୍ୟ ନିର୍ବାହ କରିବେ । ସନ୍ତାନଙ୍କ ପଢାପଢିରେ ଅଧିକ ଖର୍ଚ୍ଚ କରିବେ । ପରିବାରରେ ବୁଝାମଣା ଭଲ ରହିବ ।

ମୀନ- ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ । ଗୁରୁଜନଙ୍କ ଆର୍ଶୀବାଦ ପ୍ରାପ୍ତ ହେବ । ବନ୍ଧୁ ସାହାଯ୍ୟ ପାଇବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ ।