• ବାହାର ରାଜ୍ୟରୁ ଓଡ଼ିଶା ଆସିବା ପାଇଁ ଥିବା କଟକଣା ପ୍ରତ୍ୟାହାର
  • ଆବଶ୍ୟକ ନାହିଁ କୋରୋନା ଟେଷ୍ଟ ରିପୋର୍ଟ ଓ ଦ୍ୱିତୀୟ ଡୋଜ୍ ପ୍ରମାଣପତ୍ର
  • ଅଗଷ୍ଟ ୯ରୁ ଖୋଲିବ ବୈଷୟିକ ଶିକ୍ଷାନୁଷ୍ଠାନ
  • ଶ୍ରେଣୀଗୃହ ଶିକ୍ଷାଦାନର ରେକର୍ଡିଂ ଅନୁପସ୍ଥିତ ଛାତ୍ରଙ୍କୁ ପଠାଯିବ
  • ବୈଷୟିକ ଶିକ୍ଷା ଓ ଦକ୍ଷତା ବିକାଶ ବିଭାଗ ପକ୍ଷରୁ SOP ଜାରି
  • ଅଲମ୍ପିକ ୨୦୨୦: ଆସାମର ୨୩ ବର୍ଷୀୟା ଲଭଲିନାଙ୍କୁ ବ୍ରୋଞ୍ଜ ପଦକରେ ସନ୍ତୁଷ୍ଟ
  • ଅକ୍ଟୋବର ୨୪ରେ ଭାରତ-ପାକିସ୍ତାନ କ୍ରିକେଟ ଟକ୍କର
  • ଖୁବ୍‌ ଶୀଘ୍ର ବିରଞ୍ଚିଙ୍କ ବିରୋଧରେ ମାମଲା ରୁଜୁ କରିପାରେ ED
  • ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ କୋରୋନାର ୪୨,୬୨୫ଟି ନୂଆ ମାମଲା ଚିହ୍ନଟ, ୫୬୨ ମୃତ
  • ରାଜ୍ୟରେ ଆଜି ୧୩୧୫ ନୂଆ କୋରୋନା ସଂକ୍ରମିତ ଚିହ୍ନଟ, ୬୬ ମୃତ

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ସପ୍ତାହର ପ୍ରଥମ

Horoscope of 2nd November 2020: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ସପ୍ତାହର ପ୍ରଥମ

Horoscope of 2nd November 2020: ମେଷ- ମାନସିକ ଓ ଶାରୀରିକ ସୁସ୍ଥତା ବଜାୟ ରହିବ । କର୍ମ କ୍ଷେତ୍ରରେ ଉତ୍ସାହର ସହ କାର୍ଯ୍ୟ ତୁଳାଇବେ । ଅକସ୍ମାତ୍ ଧନପ୍ରାପ୍ତିର ଯୋଗ ରହୁଛି । ଛାତ୍ରଛାତ୍ରୀମାନେ ଲିଖନ ପଠନରେ ମନନିବେଶ କରିବେ ।  

ବୃଷ- ମାନସିକ ଶାନ୍ତି ବଜାୟ ରହିବ । ସୁଖ ସନ୍ତୋଷରେ ଦିନ କାଟିବେ । ଉତ୍ତମ ଭୋଜନରେ ଆପ୍ୟାୟିତ ହେବେ । ଭଗବାନ ଦର୍ଶନ ସହ ବନ୍ଧୁମିଳନର ଯୋଗ ରହୁଛି ।

ମିଥୁନ- ଶାରୀରିକ କ୍ଲେଶ ଅନୁଭବ କରିବେ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଦୂର ସମ୍ପର୍କୀୟଙ୍କ ସାହାଯ୍ୟ ପାଇବେ । ଅଜଣା ଅପରିଚିତ ବ୍ୟକ୍ତିଙ୍କ ଦ୍ୱାରା ଅସୁବିଧାରେ ପଡିବେ ।  

କର୍କଟ- ମନ ପ୍ରସନ୍ନ ରହିବ । କାର୍ଯ୍ୟାଳୟରେ ଅଧିକ ଉର୍ତ୍ସଗୀକୃତ ହୋଇ କାର୍ଯ୍ୟ କରିବେ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭପ୍ରଦ ହେବ । ବନ୍ଧୁ ସୂତ୍ରରୁ ଲାଭବାନ ହେବେ ।

ଅଧିକ ପଢ଼ନ୍ତୁ:-ଆପଣଙ୍କ ଝିଅର ବିବାହ ପାଇଁ ୪୦,୦୦୦ ଟଙ୍କା ଦେଉଛନ୍ତି କି ମୋଦି ସରକାର? ଜାଣନ୍ତୁ ସଂପୂର୍ଣ୍ଣ ମାମଲା

ସିଂହ- ଦେହ ଓ ମନ ସୁସ୍ଥ ରହିବ । କର୍ମ କ୍ଷେତ୍ର ସହଜ ସରଳ ବୋଧଗମ୍ୟ ହେବ । ନୀତି ଆଦର୍ଶକୁ ନେଇ ପରିଚାଳିତ ହେବେ । ଆୟ ଓ ବ୍ୟୟ ସମାନ ରହିବ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ ।  

କନ୍ୟା- ପ୍ରତ୍ୟେକ କ୍ଷେତ୍ରରେ ନିଜର ପ୍ରାଧାନ୍ୟ ଜାହିର୍ କରିବେ । ମନ ପ୍ରଫୁଲ୍ଲିତ ରହିବ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ଦ୍ୱାରା ପ୍ରଶଂସିତ ହେବେ । ପରିବାରରେ ଉତ୍ତମ ବୁଝାମଣା ପରିଲକ୍ଷିତ ହେବ ।  

ତୁଳା- ଶାରୀରିକ ସୁସ୍ଥତା ଲାଭ କରିବେ । କର୍ମ କ୍ଷେତ୍ରରେ ଉତ୍ସାହର ସହ କର୍ମ କରି ସଫଳ ହେବେ । ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ବିଛା- ତରବର ଭାବେ କୌଣସି ନିଷ୍ପତ୍ତି ନିଅନ୍ତୁ ନାହିଁ । କର୍ମ କ୍ଷେତ୍ରରେ କର୍ମ ଚାପ ଲାଗି ରହିଛି । ଆୟ ଆଶାନୁରୂପ ହେବ । ଶାରୀରିକ କିମ୍ବା ମାନସିକ ଭାବେ ଆଘାତ ପ୍ରାପ୍ତ ହେବେ ।  

ଅଧିକ ପଢ଼ନ୍ତୁ:-ଘର ଭିତରେ ଶୀଘ୍ର ବ୍ୟାପିଥାଏ କୋରୋନା ଭୂତାଣୁ, ଚିନ୍ତା ବଢ଼ାଇଲା ଏହି ନୂଆ ରିପୋର୍ଟ

ଧନୁ- ଦୃଢ ମନୋବଳ ନେଇ କାର୍ଯ୍ୟ କରିବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ । ବ୍ୟବସାୟ ଉତ୍ତମ ହେବ । ପଡୋଶୀଙ୍କ ସହ ସମ୍ପର୍କ ମଧୁର ହେବ ।  

ମକର- ପ୍ରତ୍ୟେକ କାର୍ଯ୍ୟ ଆଜି ଆପଣ ସୂଚାରୁ ରୂପେ ସମ୍ପାଦନ କରିବେ । ଭଗବାନଙ୍କ ଦର୍ଶନ ପାଇ ମନ ବଳିବ । ମନ ପ୍ରସନ୍ନ ରହିବ । ବନ୍ଧୁ ସହଯୋଗ ପାଇବେ ।  

ଅଧିକ ପଢ଼ନ୍ତୁ:-ବିଜେପି ପରିବର୍ତ୍ତେ କଂଗ୍ରେସ ପାଇଁ ଭୋଟ ମାଗିଲେ ଜ୍ୟୋତିରାଦିତ୍ୟ ସିନ୍ଧିଆ, ଦେଖନ୍ତୁ ଭିଡିଓ

କୁମ୍ଭ- କର୍ତ୍ତବ୍ୟ ପରାୟଣା ହେବେ । ଉଚ୍ଚ ଆଶା ଫଳବତୀ ହେବ । କୌଣସି ଧାର୍ମିକ କାର୍ଯ୍ୟରେ ଯୋଗଦେବେ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମୀନ- ମନ ସ୍ଥିର କରି କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ । ଧର୍ମ କର୍ମ ସମ୍ପାଦନ କରିବେ । ସ୍ୱାସ୍ଥ୍ୟ ସଚେତନ ହେବେ । ପାରିବାରିକ ଜୀବନ ଶାନ୍ତି ପୂର୍ଣ୍ଣ  ରହିବ ।