Horoscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ରବିବାର
Advertisement

Horoscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ରବିବାର

ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର...

Horoscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ରବିବାର

Horoscope of 30 August 2020: ମେଷରାଶି:- ଷଡ଼ଯନ୍ତ୍ରରୁ ଉଧୁରି ଯାଇପାରନ୍ତି । ଦୁଃଖର ପରିମାଣ ଅଧିକ ଥିବାବେଳେ ସୁଖର ମାତ୍ରା କମ୍ ରହିବ । କର୍ମକ୍ଷେତ୍ରରେ ଅବହେଳା କରିବାର ସୂଚନା ମିଳୁଛି । କେବଳ କଥା ମଧୁର ଯୋଗୁଁ ସାମାଜିକ କ୍ଷେତ୍ରରେ ଆଦରଣୀୟ ହୋଇପାରନ୍ତି ।

ବୃଷରାଶି:- ଉଚ୍ଚ ପଦସ୍ଥ ଅଫିସରଙ୍କ ସହାୟତା ମିଳିବ । ଉଚ୍ଚ ଆଶା ବଳବତୀ ହେବ । ସମ୍ମାନିତ ହେବେ । ନାନାବିଧ ସମ୍ମାନର ଅଧିକାରୀ ହୋଇପାରନ୍ତି । ଯାନବାହନ ସୁଖ ମିଳିବ । ଭୋଗ-ବିଳାସ କରିପାରନ୍ତି । ଗୁଣଜ୍ଞ ହେବେ । ପ୍ରସନ୍ନତା ଲାଭ କରିବେ ।

ମିଥୁନରାଶି:- ମାନସିକ ଉଦ୍‌ବେଗ ବୃଦ୍ଧି ପାଇବ । କାର୍ଯ୍ୟରେ ସଫଳତା ଲାଭ କରିବେ । ସନ୍ତାନ ବର୍ଗରେ ଉନ୍ନତି ଘଟିବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । କାର୍ଯ୍ୟର ସଫଳ ରୂପାୟନ କରି ପ୍ରଶଂସାର ପାତ୍ର ହେବେ । ସର୍ବ ସୁଖ ମିଳିବା ଆଶା କରାଯାଏ । ବ୍ୟବସାୟରୁ ଲାଭ ମିଳିବ ।

ଅଧିକ ପଢ଼ନ୍ତୁ:-ସେପ୍ଟେମ୍ବରରୁ ସାରା ଦେଶରେ ଛାଡ କରାଯିବ ବିଜୁଳି ବିଲ୍ ? ଜାଣନ୍ତୁ ସଂପୂର୍ଣ୍ଣ ମାମଲା…

କର୍କଟରାଶି:- ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ଲାଭ କରିବେ । ସେବା-ପୂଜାରେ ନିମଗ୍ନ ହୋଇପାରନ୍ତି । ଶୁଭକାର୍ଯ୍ୟ ପାଇଁ ବାତାବରଣ ସ୍ୱଚ୍ଛ ଓ ଅନୁକୂଳ ରହିଛି । କୌଶଳରେ କାର୍ଯ୍ୟ ହାସଲ କରିବେ । ବିଳାସ-ବ୍ୟସନରେ ନିଜକୁ ନିୟୋଜିତ କରିବେ ।

ସିଂହରାଶି:- ଯାତ୍ରାକାଳୀନ କ୍ଳେଶ ଅନୁଭବ କରିପାରନ୍ତି । ଧନ କ୍ଷୟ ହେବାର ସମ୍ଭାବନା ଅଛି । ସାମାନ୍ୟ ଅସୁସ୍ଥତା ଦେଖା ଦେଇପାରେ । ଯୁଗ୍ମ ବ୍ୟବସାୟ ଲାଭଜନକ ହେବ । ସ୍ୱାଭିମାନୀ ହୋଇପାରନ୍ତି ।

ଅଧିକ ପଢ଼ନ୍ତୁ:-LIC ପଲିସି ଧାରକଙ୍କ ପାଇଁ ଖୁସି ଖବର

କନ୍ୟାରାଶି:- କାର୍ଯ୍ୟ ବ୍ୟସ୍ତତା ବଢିଯାଇପାରେ । ସୁଖ ସନ୍ତୋଷ ଲାଭ କରିବେ । ଗଠନମୂଳକ କାର୍ଯ୍ୟରେ ମନୋନିବେଶ କରିପାରନ୍ତି । ବ୍ୟବସାୟ ଲାଭଜନକ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ପୁତ୍ର ସୁଖ ମିଳିବ । ଜିତେନ୍ଦ୍ରିୟ ହେବେ । ପରାକ୍ରମୀ ହେବେ ।

ଅଧିକ ପଢ଼ନ୍ତୁ:-ମଧ୍ୟପ୍ରଦେଶ ଉପନିର୍ବାଚନର ଫଳାଫଳ ବଦଳାଇ ଦେବ ମୁଖ୍ୟମନ୍ତ୍ରୀଙ୍କ ଚେହେରା ! ଜାଣନ୍ତୁ ବିଧାନସଭାର ଗଣିତ...

ତୁଳାରାଶି:- ହୃଦୟରୁ ଜାତ ହୋଇଥିବା ସାହସର ଉପଯୋଗ କରିପାରନ୍ତି । ମନୋବଳ ଦୃଢ ହେବ । ବିଭିନ୍ନ ସୁତ୍ରରୁ ଧନ ପ୍ରାପ୍ତିର ସୂଚନା ମିଳୁଛି । ଚିନ୍ତାଧାରା ଉନ୍ନତମାନର ହେବ । ଉପୁଜିଥିବା ସମସ୍ୟାର ସମାଧାନ ହେବ । ପାରିବାରିକ ସୁଖ ମିଳିବ ।

ବିଛାରାଶି:- ରୋଜଗାର ଅତ୍ୟଧିକ ହୋଇପାରେ । ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ସଫଳତା ମିଳିବ । ପାରିବାରିକ ସୁଖ-ଶାନ୍ତି ଅବ୍ୟାହତ ରହିବ । ଧନ-ମାନ-ସୁଖ-ସମ୍ଭୋଗ ସବୁ କିଛି ମିଳିବ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ । କନ୍ୟା ସହାୟିକା ହେବେ ।

ଧନୁରାଶି:- ହସ ଖୁସିରେ ଦିନ ଅତିବାହିତ କରିବେ । ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବ । ବ୍ୟବସାୟରେ ଅଗ୍ରଗତି ହେବ । ଦୂରଯାତ୍ରା ସଫଳ ହେବ ।

ଅଧିକ ପଢ଼ନ୍ତୁ:-କୋରୋନା ମାମଲାରେ ବିଶ୍ୱ ରେକର୍ଡ କଲା ଭାରତ

ମକରରାଶି:- ଗୃହ କାର୍ଯ୍ୟରେ ମନ ବଳାଇ ପାରନ୍ତି । କାର୍ଯ୍ୟ କ୍ଷେତ୍ରରେ ସଫଳତା ଲାଭ କରିବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ସତ୍‌କର୍ମରେ ବ୍ୟୟ କରିପାରନ୍ତି । ସାଧନାରେ ସିଦ୍ଧି ପ୍ରାପ୍ତ ହେବେ । ବିବାଦରେ ବିଜୟୀ ହେବେ । ବ୍ୟବସାୟ ଅତ୍ୟନ୍ତ ଲାଭଜନକ ହେବ ।

କୁମ୍ଭରାଶି:- ଚଞ୍ଚଳ ଚେଷ୍ଟିତ ହେବେ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟ ସଫଳ ରୂପାୟନ କରିବାରେ ସକ୍ଷମ ହୋଇପାରନ୍ତି । କାର୍ଯ୍ୟର ଅଗ୍ରଗତି ଘଟିବ । ଚିନ୍ତାଧାରା ଉନ୍ନତମାନର ହେବ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଧନଗମନ ହେବାର ସୂଚନା ମିଳିଛି । ଭାଗ୍ୟଶାଳୀ ହେବେ ।

ଅଧିକ ପଢ଼ନ୍ତୁ:-ପୁଟିନଙ୍କ ଏହି ଘୋଷଣା ପରେ ବଢ଼ିଲା ଉତ୍ତେଜନା, ଫୋର୍ସ ପଠାଇବାକୁ ପ୍ରସ୍ତୁତି କରୁଛି ଋଷ

ମୀନରାଶି:- ଦୁଃସାହସିକ କାର୍ଯ୍ୟ କରି ସ୍ୱତନ୍ତ୍ର ଉଦାହରଣ ସୃଷ୍ଟି କରିବେ । ରୋଜଗାର ଆଶାନୁରୂପ ହେବ । ନୈତିକତା ବୃଦ୍ଧି ହେବ । ମିଷ୍ଟାନ୍ନ ଭୋଜନ ମିଳିବ । ମାନ୍ୟତା ଲାଭ କରିବେ । ସୁଖ ଶାନ୍ତିରେ ଦିନଟି ଅତିବାହିତ ହେବ । ସର୍ବତ୍ର ସୁଖ ଆଶାକରାଯାଏ ।