Advertisement
Article Detail0/zeeodisha/odisha775655
Zee OdishaOdisha LifeStyle and OthersHoroscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶୁକ୍ରବାର

Horoscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶୁକ୍ରବାର

Horoscope of 30th October 2020: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର...

Horoscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶୁକ୍ରବାର

Horoscope of 30th October 2020: ମେଷ ରାଶି:- ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ସୁଖ ଓ ଶାନ୍ତିରେ ଅତିବାହିତ ହେବ । କର୍ମ କ୍ଷେତ୍ରରେ ସାହାଯ୍ୟ ସହଯୋଗ ମିଳିବ । ମହିଳା ଓ ଛାତ୍ରଛାତ୍ରୀମାନେ ଉତ୍ସାହରେ ଦିନଟି କାଟିବେ ।

ବୃଷ ରାଶି:- ଆଜି ଦିନଟି କର୍ମକ୍ଷେତ୍ରରେ ଅଧସ୍ତନ କର୍ମଚାରିଙ୍କର ସଂପୂର୍ଣ୍ଣ ସହଯୋଗ ମିଳିବ । ସାଂସାରିକ ଜୀବନ ଆନନ୍ଦଭରା ରହିବ । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଓ ଅଯଥା ବ୍ୟୟ ଦୂର ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସିକ ସ୍ତରରେ ଖୁସିରେ କାଟିବେ ।  

ମିଥୁନ ରାଶି:- ଏହି ରାଶିର ଲୋକମାନଙ୍କ ପାଇଁ ଆଜି ବ୍ୟବସାୟରେ ଲାଭବାନ ହେବେ । ପାରିବାରିକ ଶାନ୍ତି ମିଳିବ । କର୍ମ କ୍ଷେତ୍ରରେ ନୂତନ ସୁଯୋଗ ସୃଷ୍ଟି ହୋଇପାରେ । ମହିଳା ଓ ଛାତ୍ରଛାତ୍ରୀମାନେ ଦିନଟି ଉତ୍ସାହରେ ଅତିବାହିତ କରିବେ ।  

Add Zee News as a Preferred Source

ଅଧିକ ପଢ଼ନ୍ତୁ:-କୋରୋନା ଟୀକା ବଣ୍ଟନକୁ ନେଇ ବହୁତ ବଡ଼ ଖୁସି ଖବର ଦେଲେ ପିଏମ ମୋଦି

କର୍କଟ ରାଶି:- ଆଜିର ଦିନଟି ସନ୍ତାନ ମାନଙ୍କୁ ନେଇ ଗର୍ବ ଅନୁଭବ କରିବେ । ନୂତନ ବସ୍ତ୍ର ଆଦି ଆଭୂଷଣ ପ୍ରାପ୍ତି ହେବ । ନୂତନ ଯୋଜନାରେ ସଫଳ ହେବେ । ଆର୍ଥିକ ଉନ୍ନତି ବହୁ ପରିମାଣରେ ବୃଦ୍ଧି ପାଇବ । ମହିଳା ଓ ଛାତ୍ରଛାତ୍ରୀମାନେ କୌଣସି ଦିଗରୁ ପୁରସ୍କୃତ ହେବେ ।  

ସିଂହ ରାଶି:- ଆଜିର ଦିନଟି ସାମାଜିକ ସ୍ତରରେ ମାନ ସମ୍ମାନ ବୃଦ୍ଧି ହେବ । ଧନ ସଂଚୟ ପାଇଁ ଦିବସଟି ବେସ ଉତ୍ତମ । ଚାକିରୀରେ ପଦ ମର୍ଯ୍ୟାଦା ପ୍ରାପ୍ତି ହୋଇପାରେ । ମହିଳା ଓ ଛାତ୍ରମାନେ କର୍ମ ନିପୂଣ ହେବେ ।  

କନ୍ୟା ରାଶି:- ଆଜି ଦେହ ମନ ଭଲ ରହିବ । ଉଚ୍ଚସ୍ତରୀୟ ବ୍ୟକ୍ତିଙ୍କ ସାନିଧ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ ସମସ୍ତ ଦିଗରୁ ସହଯୋଗର ହାତ ବଢିବ । ମହିଳାମାନେ ନିଜକୁ ଗୃହ କାର୍ଯ୍ୟରେ ନିମଗ୍ନ ରଖିବେ ଓ ଛାତ୍ରଛାତ୍ରୀମାନେ ବିଦ୍ୟାରେ ସଫଳତା ହାସଲ କରିବେ ।  

ଅଧିକ ପଢ଼ନ୍ତୁ:-ପୁଣି ଉଗ୍ର ରୂପ ନେଲା ଆର୍ମେନିଆ-ଆଜେରବାଇଜାନ ଯୁଦ୍ଧ, ସେନା ମୁତୟନ କଲା ଋଷ

ତୁଳା ରାଶି:- ଆଜି ଦିନଟି ବିଳାସ ବେସନରେ ଅତିବାହିତ ହେବା ସଂଗେ ସଂଗେ ଆର୍ଥିକ ବୃଦ୍ଧି ହେବ । ପ୍ରସାଶନିକ ସେବା କ୍ଷେତ୍ରରେ କର୍ମରତମାନେ ଶୁଭଫଳ ଅଧିକ ପାଇବେ । ମହିଳାମାନେ ଓ ଛାତ୍ରଛାତ୍ରୀମାନେ ଅତ୍ୟନ୍ତ ସୁଖୀ ହେବେ ।  

ବିଛା ରାଶି:- ଆଜି କର୍ମକ୍ଷେତ୍ରରେ ସତର୍କତା ଅବଲମ୍ବନ କରନ୍ତୁ ନ ହେଲେ କିଛି କ୍ଷତି ସହିବାକୁ ପଡିପାରେ । ଏବଂ ବହୁଦିନରୁ ଲାଗିରହିଥିବା ମାଲି ମକୋଦ୍ଦମାର ସମାଧାନ ହେବାର ସମ୍ଭାବନା ସୃଷ୍ଟି ହେବ । ତଥାପି ରସାୟନ ସମ୍ବନ୍ଧୀୟ ବ୍ୟବସାୟୀମାନେ ଶୁଭଫଳ ଅନୁଭବ କରିବେ ।  

ଧନୁ ରାଶି:- ଏହି ରାଶିର ଲୋକମାନଙ୍କ ପାଇଁ ଆଜିର ଦିନଟି ଶାରୀରିକ ଅସୁସ୍ଥତା ଦେହ ଓ ମନକୁ ଖରାପ କରିଦେବ । ଚିନ୍ତା ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ କମ ହେବ । ମହିଳା ଓ ଛାତ୍ରଛାତ୍ରୀମାନେ ମାନସିକ ଯନ୍ତ୍ରଣା ପାଇପାରନ୍ତି ।  

ମକର ରାଶି:-ମନ ପ୍ରସନ୍ନ ରହିବ । ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ । ଅକସ୍ମାତ ଧନ ପ୍ରାପ୍ତିର ଯୋଗ ରହୁଛି । ମହିଳାମାନେ ଗୃହ ନିପୁଣା ହେବେ ।  

ଅଧିକ ପଢ଼ନ୍ତୁ:-ଏପରି ଅନଲାଇନ୍ ବୁକ୍ କରନ୍ତୁ ନିଜ LPG ଗ୍ୟାସ ସିଲିଣ୍ଡର, ମିଳିବ ୫୦ ଟଙ୍କା ଶସ୍ତା

କୁମ୍ଭ ରାଶି:- ଆଜି କର୍ମକ୍ଷେତ୍ରରେ ଲାଭ ବୃଦ୍ଧି ପରିଲକ୍ଷିତ ହେବ । ବ୍ୟୟଠାରୁ ଆୟ ବଢିବ ତେଣୁ ମାନସିକ ତୃପ୍ତି ବଢିବ । ସନ୍ତାନମାନଙ୍କ ଶିକ୍ଷା ପାଇଁ ଖର୍ଚ୍ଚ ବୃଦ୍ଧି ପରିଲକ୍ଷିତ ହୋଇପାରେ । ମହିଳାମାନେ ପାରିବାରିକ ପରିବେଶରେ ନିଜକୁ ସ୍ଥିର କରିପାରିବେ ।  

ମୀନ ରାଶି:- ଆଜି ମାନସିକ ଅବସାଦ ମନକୁ ଭାରାକ୍ରାନ୍ତ କରିବ । ଋଣ କରିବାର ଦୁର୍ଯୋଗ ରହିବ, ସାଂସାରିକ ଜୀବନକୁ ନେଇ ଚିନ୍ତିତ ରହିବେ । ରାଜନୈତିକ କ୍ଷେତ୍ରରେ ବହୁ ସମସ୍ୟା ଦେଖାଦେବ । ମହିଳା ଓ ଛାତ୍ରଛାତ୍ରୀମାନେ ବିସାଦରେ ଦିନଟି ଅତିବାହିତ କରିବେ ।  

About the Author