Horoscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶନିବାର
Advertisement

Horoscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶନିବାର

Horoscope of 3rd October 2020: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର...

Horoscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶନିବାର

Horoscope of 3rd October 2020: ମେଷ ରାଶି- ଆଜି ଆପଣଙ୍କର ଘାତଚନ୍ଦ୍ର । ଜଗି ରଖି ନଚଳିଲେ ବିପଦରେ ପଡିପାରନ୍ତି । ସ୍ୱାସ୍ଥ୍ୟ ଜନିତ ସମସ୍ୟା ଦେଖାଦେଇପାରେ । ଦୂରଯାତ୍ରା କରନ୍ତୁ ନାହିଁ । ଛାତ୍ରଛାତ୍ରୀ ମାନେ ଆଶାନୁରୁପକ ଫଳ ପାଇବେ ।

ବୃଷ ରାଶି- ଘାତବାର ହେତୁ ଶାରିରୀକ ଯନ୍ତ୍ରଣା ଭୋଗିପାରନ୍ତି । ଗୃହକୁ ଅତିଥିଙ୍କ ଆଗମନ ହୋଇପାରେ । କର୍ମକ୍ଷେତ୍ରରେ ମଧ୍ୟମ ଧରଣର ଫଳ ମିଳିବ । ଜରୁରୀ କାର୍ଯ୍ୟ ନପଡିଲେ ଦୂରଯାତ୍ରା କରନ୍ତୁ ନାହିଁ । ଭକ୍ତି କାର୍ଯ୍ୟରେ ସମୟ ବିତିବ ।

ମିଥୁନ ରାଶି- ଆପଣଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ । ପାରିବାରିକ ସୁଖ ଲାଭ କରିବେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟରେ ଭଲ ଲାଭ ହେବ । ଦୂରଯାତ୍ରା ମଧ୍ୟ ଫଳପ୍ରଦ ହେବ ।

ଅଧିକ ପଢ଼ନ୍ତୁ:-ଚାକିରି କରୁଥିବା ଲୋକଙ୍କ ପାଇଁ ବଡ଼ ଖବର, ମୋଦି ସରକାର ଜାରି କଲେ ନୂଆ ନିୟମ

କର୍କଟ ରାଶି- ସ୍ୱାସ୍ଥ୍ୟ ଭଲ ରହିବ । ମାନସିକ ସ୍ତରରେ ସାମାନ୍ୟ କଷ୍ଟ ଅନୁଭବ କରିପାରନ୍ତି । ନବବିବାହିତାଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ । ପାରିବାରିକ କଳହରୁ ମୁକ୍ତି ପାଇବେ । ଆଇନ୍ ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯିବ ।

ସିଂହ ରାଶି- ଘାତବାର ହେତୁ ଜଗିରଖି ଚଳିବାର ଦିନଟିଏ । ଆୟ ଅପେକ୍ଷା ବ୍ୟୟ ଅଧିକ ହେବ । ଧାର୍ମିକ କାର୍ଯ୍ୟରେ ମନ ବଳାଇବେ । ପାରିବାରିକ ଅଶାନ୍ତି ଉଗ୍ର ରୁପ ନେଇପାରେ । ଶତୃ ବୁଦ୍ଧି ହେବେ ।

କନ୍ୟା ରାଶି- ଆପଣଙ୍କ ଆଜି ଘାତବାର । ଶାରିରୀକ ଯନ୍ତ୍ରଣା ଭୋଗିପାରନ୍ତି ।  ଗଣମାଧ୍ୟମ କ୍ଷେତ୍ରରେ କାର୍ଯ୍ୟ କରୁଥିବା ବ୍ୟକ୍ତି ପ୍ରଶଂସା ପାଇବେ । ସେବା ପୂଜାରେ ମନ ଲାଗିବ । ପଡ଼ୋଶୀଙ୍କୁ ଚକ୍ରାନ୍ତର ଶିକାର ହେବେ ।

ତୁଳା ରାଶି- ଦେହ ଓ ମନ ଭଲ ରହିବ । ଜମିଜମା ମାମଲାରେ ବିଜୟୀ ହେବେ । ମନୋରଞ୍ଜନ କରିବାରେ ଅଧିକ ସମୟ ଦେବେ । କର୍ମକ୍ଷେତ୍ରରେ ସାମାନ୍ୟ ବିବାଦ ଉପୁଜିପାରେ । ନୂତନ ଗୃହ ପାଇଁ ଯୋଜନା କରିବେ ।

ବିଛା ରାଶି- ଦେହ ସୁସ୍ଥ ରହିଲେ ମଧ୍ୟ ମାନସିକ ଚାପ ରହିପାରେ । ପାରିବାରିକ ଅଶାନ୍ତି ଦେଖାଦେବ । ପୂର୍ବ କାର୍ଯ୍ୟ ପାଇଁ ଅନୁତାପ କରିବେ । ସମ୍ପର୍କର ମୂଲ୍ୟ ବୁଝିବେ । ସାଥିଙ୍କ ଗହଣରେ ସମୟ ବିତିବ ।

ଅଧିକ ପଢ଼ନ୍ତୁ:-କୋରୋନା ସଙ୍କଟ ମଧ୍ୟରେ ବିଶ୍ୱ ଯୁଦ୍ଧର ଆଭାସ ! ଏହି ୪ଟି ସ୍ଥାନରେ ପଡ଼ୋଶୀ ଦେଶ ମଧ୍ୟରେ ଜାରି ରହିଛି ସଂଘର୍ଷ

ଧନୁ ରାଶି- ଦେହ ସାମାନ୍ୟ ଅସୁସ୍ଥ ରହିପାରେ । ମନ ଭଲ ରହିବ । ଅପରାହ୍ନରେ ଦୂରଯାତ୍ରା କଲେ ଶୁଭ । କୌଣସି ମାଙ୍ଗଳିକ କାର୍ଯ୍ୟରେ ଯୋଗ ଦେବେ । ଆୟ ଅଧିକ ହେବ ।

ମକର ରାଶି- ଦିନଟି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ । ବ୍ୟବସାୟରେ ଲାଭ କମ୍ ହେବ । ପାରିବାରିକ ଖର୍ଚ୍ଚ ବୃଦ୍ଧି ପାଇବ । ଦୂରଯାତ୍ରା ସଫଳ ହେବ । ନବବିବାହିତା ସନ୍ତାନ ସନ୍ତତି ପାଇଁ ଯୋଜନା କରିବେ ।

ଅଧିକ ପଢ଼ନ୍ତୁ:-କୋରୋନା ଭୂତାଣୁ ପରେ ଚୀନର ଆଉ ଏକ ରହସ୍ୟମୟୀ ଭାଇରସ ଭାରତ ପାଇଁ ସୃଷ୍ଟି କରିବ ନୂଆ ସଙ୍କଟ !

କୁମ୍ଭ ରାଶି- ଶାରିରିକ ସୁସ୍ଥତା ବଜାୟ ରହିବ । ମନ ପ୍ରସନ୍ନ ରହିବ । କର୍ମକ୍ଷେତ୍ରରେ ଆଗକୁ ବଢିବେ । ଛାତ୍ରଛାତ୍ରୀ ମାନେ ଭଲ ପ୍ରଦର୍ଶନ କରିବେ । ଦୂରଯାତ୍ରା ସାର୍ଥକ ହେବ ।

ମୀନ ରାଶି- ଉଭୟ ଦେହ ଓ ମନ ଭଲ ରହିବ । ପାରିବାରିକ ଶାନ୍ତି ମିଳିବ । ନିଜ ଯୋଜନା ମୂତାବକ କାର୍ଯ୍ୟ କଲେ ସଫଳତା ମିଳିବ । ସେବା ପୂଜାରେ ସମୟ କାଟିବେ । ନବବିବାହିତା କୌଣସି ସ୍ଥାନକୁ ଯିବାପାଇଁ ଯୋଜନା କରିବେ ।