)
Horoscope of 4th September 2020: ମେଷ- ଦେହ ସୁସ୍ଥ ରହିବ । ମନୋବଳ ବୃଦ୍ଧି ପାଇବ । ଅବସର ସମୟର ସଦ୍ଉପଯୋଗ କରିବେ । ବ୍ୟବସାୟ ଆଶାନୁରୂପକ ହେବ । ଖର୍ଚ୍ଚାନ୍ତ ହେବେ । ଉଦାର ଚିତ୍ତ ତଥା ଦୟାଳୁ ସ୍ୱଭାବର ହେବେ ।
ବୃଷ- ଶାରୀରିକ ସୁସ୍ଥତା ଲାଭ କରିବେ । ସମସ୍ତ ବକେୟା କାର୍ଯ୍ୟକୁ ଆଜି ସଂପୂର୍ଣ୍ଣ କରିବେ । ହଠାତ୍ ଧନ ଆଗମନର ସୂଚନା ମିଳୁଛି । ପଡୋଶୀଙ୍କ ସହ ସମ୍ପର୍କ ମଧୁର ହେବ । ପରିବାରରେ ହସ ଖୁସିର ଲହରୀ ରହିବ ।
ମିଥୁନ- ଦେହ ଓ ମନ ଭଲ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । କୌଣସି ନୂତନ ଦ୍ରବ୍ୟ କ୍ରୟ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ସୁଖ ସମୃଦ୍ଧି ବଜାୟ ରହିବ । ପରୋପକାର କରି ଆତ୍ମସନ୍ତୋଷ ପାଇବେ ।
କର୍କଟ- ଦିନଟି ଆପଣଙ୍କ ପାଇଁ ଶୁଭ ଆଶୁଭ ଫଳ ଦେବ । ସ୍ୱାସ୍ଥ୍ୟ ଭଲ ରହିବ । ବନ୍ଧୁଙ୍କ ସହ ଦିନଟି କାଟିବେ । ଆୟ ଅପରିବତ୍ତିତ ରହିବ । ଅପରାହ୍ନରେ ଦୂର ଯାତ୍ରା କରିବେ ।
ସିଂହ- ଦାନ ଧର୍ମ ପ୍ରତି ମନ ବଳିବ । ପରିବାରରେ ଶାନ୍ତିପୂର୍ଣ୍ଣ ବାତାବରଣ ଲାଗି ରହିବ । ଆୟ ସଂକୁଚିତ ହେବ । ରାଜନୈତିକ ବ୍ୟକ୍ତି ବିଶେଷ ଜନତାଙ୍କ ଆକ୍ରୋଶର ଶିକାର ହେବେ । ବ୍ୟବସାୟରେ ଉତ୍ତମ ଲାଭ ପାଇବେ ।
କନ୍ୟା- ଦେହ ଓ ମନ ଭଲ ରହିବ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତ ହେବ । ବକେୟା କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଆହୁରି ବିଳମ୍ବ ହେବ । ବିଦ୍ୟାର୍ଥୀମାନେ ଖେଳ ପ୍ରିୟ ହେବେ । ମହିଳାମାନେ ଗୃହ ନିପୁଣା ହେବେ । ବ୍ୟବସାୟରେ ସ୍ୱଳ୍ପ ଲାଭ ମିଳିବ ।
ତୁଳା- ପରିଶ୍ରମ ଅନୁଯାୟୀ ଫଳ ମିଳିବ । ଅପରିଚିତ ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । କ୍ରୀଡାବିତ୍ଙ୍କ ପାଇଁ ଦିନଟି ଶୁଭଫଳ ଦେବ । ବ୍ୟବସାୟ ଭଲ ହେବ । ମହିଳାମାନେ କର୍ତ୍ତବ୍ୟ ନିଷ୍ଠ ହେବେ ।
ବିଛା- ଚିନ୍ତାଗ୍ରସ୍ତ ରହିବେ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । ଶତ୍ରୁ ବୃଦ୍ଧି ପାଇବେ । ପୂର୍ବ ବିବାଦ ଜଟିଳତା ଆଡକୁ ଅଗ୍ରସର ହେବ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ । କୌଣସି ଦ୍ରବ୍ୟ ଚୋରି କିମ୍ବା ହଜି ଯାଇପାରେ । ସାଂସାରିକ ଜୀବନ ବାଧା ପ୍ରାପ୍ତ ହେବ । ପଡୋଶୀଙ୍କ ସହ ସମ୍ପର୍କରେ ତିକ୍ତତା ଆସିବ ।
ଧନୁ- ଦିନଟି ଶୁଭାଶୁଭ ମିଶ୍ରିତ ଫଳ ପ୍ରଦାନ କରିବ । ଶାରୀରିକ କ୍ଲେଶ ଅନୁଭବ କରିବେ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତିରେ ବିଳମ୍ବ ହେବ । ଅବସର ସମୟର ସଦ୍ଉପଯୋଗ କରିବେ । ପାରିବାରିକ ବିଶୃଙ୍ଖଳା ଦେଖାଦେବ ।
ମକର - କାର୍ଯ୍ୟ ବ୍ୟସ୍ତତା ବୃଦ୍ଧି ପାଇବ । ବିରକ୍ତି ଭାବ ପ୍ରକାଶ ପାଇବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଆଶା କରୁଥିବା ଦିଗରୁ ଅର୍ଥ ପାଇବାରେ ବିଳମ୍ବ ହେବ । ଦୂରଯାତ୍ରା ବିଫଳ ହେବ ।
କୁମ୍ଭ- ସୁଖ ସମୃଦ୍ଧିର ଦିନ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ଧନ ଆଗମନର ସୂଚନା ମିଳୁଛି । ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତ ହେବ । ଅର୍ଥ ଆଗମନର ସୂଚନା ମିଳୁଛି । ବୁଝି ବିଚାରି ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ତୁଳାଇବେ ।
ମୀନ- ଶରୀର ଅସୁସ୍ଥ ରହିବ । ମନ ଭାରାକ୍ରାନ୍ତ ରହିବ । କାର୍ଯ୍ୟାଳୟରେ କାର୍ଯ୍ୟଭରା ବୃଦ୍ଧି ପାଇବ । ଆୟ ସଂକୁଚିତ ହେବ । ବ୍ୟବସାୟରେ ପ୍ରତିନ୍ଦ୍ୱନ୍ଦିତା ଲାଗି ରହିବ । ଚିଡିଚିଡା ସ୍ୱଭାବର ହେବେ ।