Advertisement
Article Detail0/zeeodisha/odisha759880
Zee OdishaOdisha LifeStyle and OthersHoroscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ସପ୍ତାହର ପ୍ରଥମ ଦିନ

Horoscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ସପ୍ତାହର ପ୍ରଥମ ଦିନ

Horoscope of 5th October 2020: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର...

Horoscope Today: ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ସପ୍ତାହର ପ୍ରଥମ ଦିନ

Horoscope of 5th October 2020: ମେଷ- ମାନସିକ ଶାନ୍ତିବଜାୟ ରହିଲେ ମଧ୍ୟ ଶାରିରୀକ ଅସୁସ୍ଥତା ଦେଖାଦେବ । ଘାଟଚନ୍ଦ୍ର ହେତୁ ଜଗି ରଖି ଚଳନ୍ତୁ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ମିଳିବ । ଅକସ୍ମାତ ଧନ ପ୍ରାପ୍ତିର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ବେଶ ସୁଖମୟ ହେବ ।

ବୃଷ- ମନ ପ୍ରସନ୍ନ ରହିବ । ଦାନ ଧର୍ମ ପ୍ରତି ମନ ବଳିବ । କର୍ମ କ୍ଷେତ୍ର ଉତ୍ସାହ ପୂର୍ଣ୍ଣ ରହିବ । ଗୃହକୁ ବନ୍ଧୁ ଆଗମନ ହେବ । ଆୟ ବ୍ୟୟ ସମାନ ରହିବ ।

ମିଥୁନ- ଆଜି ଆପଣଙ୍କର ଘାତବାର, ସ୍ୱାସ୍ଥ୍ୟରେ ସମସ୍ୟା ଦେଖାଦେଇପାରେ । ପୂଜାପାଠ ପ୍ରତି ଆର୍କଷିତ ହେବେ । ଆୟ ମଧ୍ୟମ ଧରଣର ହେବ । ପାରିବାରିକ ଜୀବନ ହସଖୁସିରେ ବଢିବ ।

Add Zee News as a Preferred Source

କର୍କଟ- ମଉଜ ମଜଲିସରେ ଦିନ ଅତିବାହିତ କରିବେ । ଖର୍ଚ୍ଚ ବୃଦ୍ଧି ପାଇବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଛାତ୍ରଛାତ୍ରୀ ମାନେ ପରୀକ୍ଷାରେ ଭଲ ପ୍ରଦର୍ଶନ କରିବେ । କର୍ମକ୍ଷେତ୍ରରେ ଲାଭବାନ ହେବେ ।

ଅଧିକ ପଢ଼ନ୍ତୁ:-ବିହାର ନିର୍ବାଚନ ପୂର୍ବରୁ ଏନଡିଏକୁ ବଡ଼ ଝଟକା, ଏକାକୀ ନିର୍ବାଚନ ଲଢ଼ିବ ଏଲଜେପି

ସିଂହ- ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ । ପାରିବାରିକ ସମସ୍ୟା ଥିଲେ ତାହା ସମାଧାନ ହୋଇପାରିବ । କ୍ରୋଧକୁ ନିୟନ୍ତ୍ରଣରେ ରଖିନ୍ତୁ ଦିନଟି ଭଲରେ ଅତିବାହିତ କରିବ । ଦୂରଯାତ୍ରା ସଫଳ ହେବ ।

କନ୍ୟା- ସାଂସାରିକ ଜୀବନ ସୁଖମୟ ହେବ । ଶରୀର ସୁସ୍ଥ ଓ ମନ ଭଲ ରହିବ । ଦାୟିତ୍ୱ ବୃଦ୍ଧି ପାଇବ । ଆଶା କରୁଥିବା ଦିଗରୁ ଅର୍ଥ ଆଗମନ ହେବ । ଜମିବାଡି ମାମଲାରେ ବିଜୟୀ ହେବେ ।

ତୁଳା- ଦେହ ଓ ମନ ଭଲ ରହିବ । କର୍ମକ୍ଷେତ୍ରରେ ଉତ୍ସାହ ପୂର୍ବକ ସମସ୍ତ କାର୍ଯ୍ୟ ଦାୟିତ୍ୱର ସହ ତୁଳାଇବେ । ଉପରିସ୍ଥ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ । ବ୍ୟବସାୟ ଲାଭପ୍ରଦ ହେବ । ଆୟ ବୃଦ୍ଧି ପାଇବ ।

ବିଛା- ଘାତଚନ୍ଦ୍ର ଯୋଗୁ ସାମାନ୍ୟ ଆଘାତ ପାଇପାରନ୍ତି । ନିଜ ଅଧିକାର ସାବ୍ୟସ୍ତ କରିବେ । ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ବିବାଦୀୟ ଘଟଣାର ଅବସାନ ଘଟିବ । ଦୂରଯାତ୍ରା କରନ୍ତୁ ନାହିଁ ।

ଧନୁ- ଦୃଢ ମନୋବଳ ନେଇ ପ୍ରତ୍ୟେକଟି କାମ ସୂଚାରୁ ରୂପେ ତୁଳାଇବେ । ଶରୀର ଆରୋଗ୍ୟ ରହିବ । କର୍ମକ୍ଷେତ୍ର ଅନୁକୂଳ ରହିବ । ଆୟ ବ୍ୟୟ ସମାନ ରହିବ । ପାରିବାରିକ ସ୍ନେହ ଶ୍ରଦ୍ଧା ଅତୁଟ ରହିବ ।

ଅଧିକ ପଢ଼ନ୍ତୁ:-ରାହୁଲଙ୍କ ବଡ଼ ଘୋଷଣା-ଯେଉଁ ଦିନ କଂଗ୍ରେସ କ୍ଷମତାକୁ ଆସିବ, ଡଷ୍ଟବିନରେ ପକାଇବି ଏହି ୩ଟି...

ମକର- ଦିନଟିରେ ଆପଣ ଜଗି ରଖି ଚଳନ୍ତୁ । ଅଯଥା କଳହଠାରୁ ଦୂରେଇ ରୁହନ୍ତୁ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ଅଚିହ୍ନା ବ୍ୟକ୍ତିଙ୍କ ସହ ସମ୍ପର୍କ ବଢାନ୍ତୁ ନାହିଁ । ଠକାମିର ଶିକାର ହେବେ ।

କୁମ୍ଭ- କର୍ତ୍ତବ୍ୟ ନିଷ୍ଠ ହେବେ । ଈଶ୍ୱର ବିଶ୍ୱାସୀ ହେବେ । ପାରିବାରିକ ବୁଝାମଣା ଉତ୍ତମ ରହିବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ପାରିବାରିକ ସୁଖଶାନ୍ତି ପ୍ରାପ୍ତ ହେବ ।

ମୀନ- ଦେହ ସୁସ୍ଥ ରହିବ । ମନ ପ୍ରସନ୍ନ ରହିବ । ସମସ୍ତ କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ । ବ୍ୟବସାୟରେ ଅଭିବୃଦ୍ଧି ଦେଖାଦେବ । ସନ୍ତାନଙ୍କ ସଫଳତାରେ ଆତ୍ମ ସନ୍ତୋଷ ଲାଭ କରିବେ । ପଡୋଶୀଙ୍କ ସହ ସମ୍ପର୍କ ମଧୁର ହେବ ।

About the Author