ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ରବିବାର

ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ରବିବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ରବିବାର

Horoscope of 9th August 2020: ମେଷ- ଚିନ୍ତାଗ୍ରସ୍ତ ରହିବେ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । ଶତ୍ରୁ ବୃଦ୍ଧି ପାଇବେ । ପୂର୍ବ ବିବାଦ ଜଟିଳତା ଆଡକୁ ଅଗ୍ରସର ହେବ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।

ବୃଷ- ଦୃଢମନା ହେବେ । କର୍ମ କ୍ଷେତ୍ରରେ ଉପରିସ୍ତ ଅଧିକାରୀଙ୍କ ପ୍ରଶଂସା ପାଇବେ । ଋଣ ପରିଶୋଧ କରି ଆତ୍ମଶାନ୍ତି ପାଇବେ । ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରିବେ । ରାଜନୈତିକ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭଦାୟକ ଅଟେ ।

ମିଥୁନ- ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବେ । ସ୍ଥିର ଚିତ୍ତରେ କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ । ସେବା ପୂଜା ପାଇଁ ମନ ବଳିବ । ନବ ବିବାହିତ ଦମ୍ପତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ ।

କର୍କଟ- ଦେହ ଓ ମନ ଭଲ ରହିବ । ଯୋଜନା ଅନୁଯାୟୀ ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ ।

ସିଂହ- କର୍ମ କ୍ଷେତ୍ର ସହଜ, ସରଳ ଓ ଆନନ୍ଦଦାୟକ ହେବ । ବ୍ୟସ୍ତତା ମଧ୍ୟେ ଦିନ କାଟିବ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବ । ବ୍ୟବସାୟ ଲାଭପ୍ରଦ ହେବ ।

କନ୍ୟା- ଶାରୀରିକ ସୁସ୍ଥତା ଲାଭ କରିବେ । କର୍ମ କ୍ଷେତ୍ର ଉଜ୍ଜଳମୟ ହେବ । ଆୟ ବୃଦ୍ଧି ପାଇବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ । ବ୍ୟାଙ୍କିଙ୍ଗ୍ ଓ ଇନସୁରାନ୍ସ କର୍ମଚାରୀଙ୍କ ପାଇଁ ଦିନଟି ଶୁଭପ୍ରଦ ହେବ ।

ତୁଳା- ମାନସିକ ଓ ଶାରୀରିକ ସୁସ୍ଥତା ବଜାୟ ରହିବ । କର୍ମ ଚଞ୍ଚଳ ହେବେ । କାର୍ଯ୍ୟାଳୟରେ ଦାୟିତ୍ୱର ସହ କାର୍ଯ୍ୟ ନିର୍ବାହ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆୟ ବୃଦ୍ଧି ପାଇବ ।

ବିଛା- ଶାନ୍ତିପୂଣ୍ଣ ଜୀବନ ଯାପନ କରିବେ । କର୍ମ କ୍ଷେତ୍ର ସହଜ ସରଳ ବୋଧଗମ୍ୟ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ । ବ୍ୟାଙ୍କ ଓ ବୀମା କର୍ମଚାରୀମାନେ ବିଶେଷ ଉପକୃତ ହେବେ ।

ଧନୁ- ଶରୀର ଅସୁସ୍ଥ ରହିବ । ଚିଡିଚିଡା ସ୍ୱଭାବର ହେବେ । ପାରିବାରିକ ଅଶାନ୍ତି ଦେଖାଦେବ । ବ୍ୟବସାୟ ସ୍ୱଳ୍ପଲାଭ ଯୁକ୍ତ ହେବ । ସନ୍ତାନଙ୍କ କାର୍ଯ୍ୟ କଳାପରେ ଅସନ୍ତୁଷ୍ଟ ରହିବେ ।

ମକର- ମନ ପ୍ରସନ୍ନ ରହିବ । ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ । ବ୍ୟବସାୟରେ ଅଗ୍ରଗତି ହେବ । ପାରିବାରିକ ଜୀବନ ଆନନ୍ଦମୟ ହେବ ।

କୁମ୍ଭ- ଦିନଟି ଆପଣଙ୍କ ପାଇଁ ଶୁଭପ୍ରଦ ଅଟେ । କର୍ମ କ୍ଷେତ୍ରରେ ଉତ୍ସାହର ସହ କର୍ମ ସମ୍ପାଦନ କରିବେ । ଆୟ ବୃଦ୍ଧି ପାଇବ । ବ୍ୟବସାୟିକ ଦୃଷ୍ଟିକୋଣରୁ ଦିନଟି ଶୁଭପ୍ରଦ ଅଟେ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ ।

ମୀନ- ଶାରୀରିକ କ୍ଲେଶ ବୃଦ୍ଧି ପାଇବ । ମାନସିକ ଅବସାଦ ଦେଖାଦେବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଘାତ ଚନ୍ଦ୍ର ଭୋଗ ହେତୁ ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ଗାଡିମଟର ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।