• ପଞ୍ଚାୟତ ସ୍ତରରେ TMC ଓ ସଙ୍ଗରୋଧ କେନ୍ଦ୍ର ଖୋଲିବାକୁ ସାଂସଦ ବସନ୍ତ ପଣ୍ଡାଙ୍କ ଦାବି
  • ନାରଦା ସ୍କାମରେ ମମତା ବାନାର୍ଜୀଙ୍କ କ୍ୟାବିନେଟ ମନ୍ତ୍ରୀ ଓ ବିଧାୟକ ଗିରଫ
  • DRDO ବୈଜ୍ଞାନିକଙ୍କ ଦ୍ୱାରା ପ୍ରସ୍ତୁତ ୨-ଡିଜି ଔଷଧ ଲଞ୍ଚ
  • କୋରୋନାରେ ବିଶିଷ୍ଟ ସଂଗୀତ ନିର୍ଦେଶକ ଅମରେନ୍ଦ୍ର ମହାନ୍ତିଙ୍କ ପରଲୋକ
  • ରାଜ୍ୟରେ କୋଭିଡ ମୁକାବିଲା ନେଇ ବାଚସ୍ପତିଙ୍କ ଅଧ୍ୟକ୍ଷତାରେ ସର୍ବଦଳୀୟ ବୈଠକ
  • ଦେଶରେ ଦିନକରେ ୨,୮୧,୩୮୬ ନୂଆ କୋରୋନା ଆକ୍ରାନ୍ତ , ୪,୧୦୬ ମୃତ
  • ରାଜ୍ୟରେ ୨୪ ଘଣ୍ଟାରେ ୧୦୭୫୭ ପଜିଟିଭ୍ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ଆଉ ୨୨ ଜୀଵନ ନେଲା କରୋନା
  • ଭକ୍ତଙ୍କ ପାଇଁ ଜୁନ୍ ୧୫ ଯାଏଁ ଶ୍ରୀମନ୍ଦିରରେ ପ୍ରଭୁଦର୍ଶନ ମନା
  • କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି କଟକଣା ଅବଧି ବଢିଲା

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର

Horoscope of April 13: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର

Horoscope of April 13: ମେଷ- ସାମାନ୍ୟ ଶରୀର ପୀଡା ଦେଖାଦେବ । ମନ ଭାରକ୍ରାନ୍ତ ରହିବ । ବ୍ୟସ୍ତତା ଭିତରେ ଦୀନଚର୍ଯ୍ୟା କରିବେ । ବ୍ୟୟ ବୃଦ୍ଧି ପାଇବ । ବ୍ୟବସାୟରେ ଲାଭ ଆଖିଦୃଶିଆ ହେବ ।

ଅଧିକ ପଢ଼ନ୍ତୁ:-କ'ଣ କେବେ ଶେଷ ହେବ ନାହିଁ କୋରୋନା ଭୂତାଣୁ? ଜାଣନ୍ତୁ ଏମ୍ସ ନିର୍ଦ୍ଦେଶକଙ୍କ ଜବାବ

ବୃଷ- ଦାନ ଧର୍ମ ପ୍ରତି ମନ ବଳିବ । ଦିଅଁ ଦର୍ଶନ କରିବେ । ବ୍ୟୟ ଅଧିକ ହେବ । ସାମାନ୍ୟ ଅସୁସ୍ଥତା ବୋଧ ହେବ । ପାରିବାରିକ ଜଞ୍ଜାଳ ବୃଦ୍ଧି ପାଇବ ।

ମିଥୁନ- କର୍ମ ଚଞ୍ଚଳ ରହିବେ । ସମସ୍ତ କାର୍ଯ୍ୟ ଠିକ୍ ସମୟରେ ସମ୍ପାଦନ କରିବେ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତ ହେବ । ମନୋରଞ୍ଜନ ପାଇଁ ସମୟ ପାଇବେ ।

କର୍କଟ- ମନ ପ୍ରସନ୍ନ ରହିବ । ବ୍ୟୟ ଅଧିକ ହେବ । ଅବସର ସମୟର ସଦ୍‌ଉପଯୋଗ କରିବେ । ବନ୍ଧୁ ବାନ୍ଧବଙ୍କ ଗହଣରେ ଦିନ କାଟିବେ ।

ଅଧିକ ପଢ଼ନ୍ତୁ:-କୋରୋନା ମହାମାରୀର ଦ୍ରୁତ ବିସ୍ତାରକୁ ରୋକିବା ପାଇଁ WHO କହିଲା ଉପାୟ, ଆପଣ ମଧ୍ୟ ଜାଣନ୍ତୁ...

ସିଂହ- ବିଳମ୍ବ ହେଉ ପଛେ କାର୍ଯ୍ୟ ସିଦ୍ଧି ହେବ । ଏକାନ୍ତରେ ସମୟ ବିତାଇବେ । ସନ୍ତାନଙ୍କ କୃତ୍ୱତିରେ ଆନନ୍ଦ ପାଇବେ । ପରିବାରରେ ହସଖୁସି ଲାଗି ରହିବ ।

କନ୍ୟା- ଧର୍ମ କାର୍ଯ୍ୟରେ ଦିନ ବିତାଇବେ । ଦିଅଁ ଦର୍ଶନର ସୌଭାଗ୍ୟ ରହିଛି । ଆୟ ଅବ୍ୟାହତ ରହିବ । ଅପରାହ୍ନରେ ସୁସ୍ୱାଦୁ ଭୋଜନର ଯୋଗ ରହୁଛି ।  

ତୁଳା- ଶରୀର ଆରୋଗ୍ୟ ରହିବ । ମନ ପ୍ରଫୁଲ୍ଲିତ ରହିବ । ମଉଜ ମଜ୍‌ଲିସରେ ଦିନ କାଟିବେ । ଗୁରୁଜନଙ୍କ ଆଶୀର୍ବାଦ ପ୍ରାପ୍ତ ହେବ । ବ୍ୟବସାୟିକ କାର୍ଯ୍ୟ କରିବେ ।

ଅଧିକ ପଢ଼ନ୍ତୁ:-ଦେଶରେ କୋରୋନାର ତାଣ୍ଡବ: ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ସଂକ୍ରମିତ ଚିହ୍ନଟ, ୯୦୪ ଜଣଙ୍କ ମୃତ୍ୟୁ

ବିଛା- ମନରେ ପ୍ରସନ୍ନତା ଭାବ ରହିବ । ତୀର୍ଥଯାତ୍ରା ପାଇଁ ମନ ବଳିବ । ସୁସମ୍ବାଦ ହସ୍ତଗତ ହେବ । ଆର୍ଥିକ ଅଭିବୃଦ୍ଧି ଘଟିବ । ନୂତନ ଦ୍ରବ୍ୟ କ୍ରୟ କରିବେ ।

ଧନୁ-ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ । ଦେହ ଓ ମନ ଭଲ ରହିବ । ଦିଅଁ ଦର୍ଶନର ସୌଭାଗ୍ୟ ମିଳିବ । ପରିବାରରେ ହସଖୁସି ଲାଗି ରହିବ । ପଡୋଶୀଙ୍କ  ସହ ଥିବା ମନାନ୍ତର ମତାନ୍ତର ଅନ୍ତଃ ଘଟିବ ।

ମକର- ମନ ବିଷର୍ଣ୍ଣ ରହିବ । ମାନସିକ ଶାନ୍ତି ବାଧାପ୍ରାପ୍ତ ହେବ । ବ୍ୟସ୍ତତା ମଧ୍ୟେ ଦୀନଚର୍ଯ୍ୟା କରିବେ । କୌଣସି ମୂଲ୍ୟବାନ୍ ଦ୍ରବ୍ୟ ନଷ୍ଟ କିମ୍ବା ଚୋରି ଯାଇପାରେ ।

କୁମ୍ଭ- ଦେହ ଓ ମନ ଭଲ ରହିବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ପଡୋଶୀଙ୍କ ସହ ମତାନ୍ତର ଦେଖାଦେବ । ଗାଡିମଟର ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।

ମୀନ- ଦାନ ଧର୍ମ ପ୍ରତି ମନ ବଳିବ । ଦୟାଳୁ ସ୍ୱଭାବର ହେବେ । ପରୋପକାର କରି ଆତ୍ମସନ୍ତୋଷ ଲାଭ କରିବେ । ଆୟ ଅବ୍ୟାହତ ରହିବ । ମନ ପ୍ରଫୁଲ୍ଲ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।