• ଗଞ୍ଜାମ ଭଞ୍ଜନଗର ବ୍ଲକ୍‌ କୁଟୁଣୁକୁମ୍ପା ଗାଁରେ ଗୁଳିମାଡ଼
  • ଗୁରୁତର ଆହତ ଶିବରାମ ନାୟକ ବ୍ରହ୍ମପୁର ବଡ଼ ମେଡିକାଲ ଭର୍ତ୍ତି
  • ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୬ ,୧୧୫ଟି ନୂଆ କୋରୋନା ମାମଲା ଚିହ୍ନଟ, ୨୫୨ ମୃତ
  • ଦିନକରେ ରାଜ୍ୟରେ ଆଉ ୪୬୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୫ ମୃତ
  • ବାଲେଶ୍ବର ମଥାନୀରେ ଜଳକା ବିପଦ ସଂକେତ ଉପରେ ପ୍ରବାହିତ
  • ନ୍ୟୁଜିଲାଣ୍ଡ ମହିଳା କ୍ରିକେଟ ଟିମ୍‌କୁ ବୋମା ବିସ୍ଫୋରଣ ଧମକ !
  • ନ୍ୟୁଜିଲାଣ୍ଡ ଟିମ୍‌କୁ ନେଇ ଇଂଲଣ୍ଡ ଓ ୱେଲ୍ସ କ୍ରିକେଟ ବୋର୍ଡକୁ ଆସିଛି ଧମକପୂର୍ଣ୍ଣ ଇ-ମେଲ୍‌
  • ଆସନ୍ତା ୨୫ରେ ଆମେରିକାରେ ଆୟୋଜିତ ହେବ କ୍ବାଡ଼ ସମ୍ମିଳନୀ
  • କେନ୍ଦୁଝରରେ ନେସ୍କୋ ଯନ୍ତ୍ରୀ ମହେଶ୍ଵର ସେଠୀଙ୍କ ଘରେ ଭିଜିଲାନ୍ସ ଚଢ଼ାଉ
  • ବଙ୍ଗୋପସାଗରରେ ଘୂର୍ଣ୍ଣିବଳୟ ପ୍ରଭାବରେ ଲଘୁଚାପ କ୍ଷେତ୍ର ସୃଷ୍ଟି

ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ? ଏହି ୨ ରାଶି ପାଇଁ ଆସିପାରେ ବିପଦ

ମନ ପ୍ରସନ୍ନ ରହିବ । ଅବସର ସମୟର ସଦ୍‌ଉପଯୋଗ କରିବେ । ବନ୍ଧୁବାନ୍ଧବଙ୍କ ଗହଣରେ ଦିନ କାଟିବେ । ବିବାହ ଭୋଜି ଆଦିରେ ଯୋଗ ଦେବେ । ଆୟ ବ୍ୟୟ ସମାନ ରହିବ ।  

ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ଆପଣଙ୍କର ଦିନ? ଏହି ୨ ରାଶି ପାଇଁ ଆସିପାରେ ବିପଦ
ପ୍ରତିକାତ୍ମକ ଫଟୋ

ମେଷ: ଦେହ ଓ ମନ ଭଲ ରହିବ । ଯୋଜନା ଅନୁଯାୟୀ  ସମସ୍ତ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ବନ୍ଧୁବାନ୍ଧବ ତଥା ଜ୍ଞାତି ପରିଜନଙ୍କ ଗହଣରେ ଦିନ କାଟିବେ ।

ବୃଷ: ମନ ପ୍ରସନ୍ନ ରହିବ । ଅବସର ସମୟର ସଦ୍‌ଉପଯୋଗ କରିବେ । ବନ୍ଧୁବାନ୍ଧବଙ୍କ ଗହଣରେ ଦିନ କାଟିବେ । ବିବାହ ଭୋଜି ଆଦିରେ ଯୋଗ ଦେବେ । ଆୟ ବ୍ୟୟ ସମାନ ରହିବ ।

ମିଥୁନ: ଶାରୀରିକ କ୍ଲେଶ ବୃଦ୍ଧି ପାଇବ । ମାନସିକ ଅବସାଦ ଦେଖାଦେବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଘାତ ଚନ୍ଦ୍ର ଭୋଗ ହେତୁ ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ଗାଡିମଟର ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।

କର୍କଟ: ନିଜ ଅଧିକାର ସାବ୍ୟସ୍ତ କରିବେ । ଆଶା କରୁଥିବା ଦିଗରୁ ଅର୍ଥପ୍ରାପ୍ତି ହେବ । ଦୂର ସହରକୁ ଯାତ୍ରା କରିପାରନ୍ତି । ବିବାଦୀୟ ଘଟଣାର ଅବସାନ ଘଟିବ ।

Also Read: Bathroomରେ କାହିଁକି ଅଧିକ ହୁଏ Heart attack? ଗାଧୋଇଲା ବେଳେ କରନ୍ତୁ ନାହିଁ ଏହି ଭୁଲ୍

ସିଂହ: ଆମୋଦ ପ୍ରମୋଦରେ ଦିନ ଅତିବାହିତ କରିବେ । ଦିଅଁ ଦର୍ଶନର ସୌଭାଗ୍ୟ ଅଛି । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିବ । ଛାତ୍ରଛାତ୍ରୀ ପାଠପଢାରେ ଅବହେଳା ପ୍ରଦର୍ଶନ କରିବେ ।

କନ୍ୟା: ଦେହ ଓ ମନ ଭଲ ରହିବ । ଉଚ୍ଚ ସମ୍ମାନ ଲାଭ କରିବେ । ଗୃହକୁ ବିବାହ ପ୍ରସ୍ତାବ ଆସିପାରେ । ଅବସର ସମୟର ସଠିକ୍ ଉପଯୋଗ କରିବେ । ନୂତନ ଦ୍ରବ୍ୟ କ୍ରୟ କରିବେ ।

ତୁଳା: ଦେହ ସୁସ୍ଥ ରହିବ । ମନ ପ୍ରସନ୍ନ ରହିବ । ସମସ୍ତ କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ । ବ୍ୟବସାୟରେ ଅଭିବୃଦ୍ଧି ଦେଖାଦେବ । ସନ୍ତାନଙ୍କ ସଫଳତାରେ ଆତ୍ମ ସନ୍ତୋଷ ଲାଭ କରିବେ । ପଡୋଶୀଙ୍କ ସହ ସମ୍ପର୍କ  ମଧୁର ହେବ ।

ବିଛା: ସ୍ୱାସ୍ଥ୍ୟରେ ଉନ୍ନତି ପରିଲକ୍ଷିତ ହେବ । ସନ୍ତାନ ସନ୍ତତି ଭିତ୍ତିକ ସମସ୍ୟା ଦୂରିଭୂତ ହେବ । ମନ ପ୍ରଫୁଲ୍ଲ୍ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ ।

Also Read: ଭୁଲିଯାଅ Petrol ଖର୍ଚ୍ଚ, ଫୁଲ ଚାର୍ଜରେ ଏହି ଇଲେକ୍ଟ୍ରିକ୍ ସାଇକେଲ ଗଡ଼ିବ ୧୦୦ କିଲୋମିଟର !

ଧନୁ: ମାନସିକ ଓ ଶାରିରୀକ ସୁସ୍ଥତା ମିଳିବ । ଆର୍ଥିକ ସ୍ଥିତିରେ ସୁଧାର ଆସିବ । ଶତ୍ରୁ ପରାଜିତ ହେବେ । କର୍ମ ତତ୍ପରତା ବୃଦ୍ଧି ପାଇବ ।

ମକର: ଗାଡି ମଟର ଚାଳନାରୁ ନିବୃତ୍ତ ରୁହନ୍ତୁ । ଦୂରଯାତ୍ରା ବିପଦପୂର୍ଣ୍ଣ ହେବ । ବୃଥା ନିନ୍ଦା ଅପବାଦ ମିଳିପାରେ । ବାକ୍ ସଂଯମତା ରକ୍ଷା ନ କଲେ ବିପଦରେ ପଡିବେ । ଅର୍ଥହାନି ହେବ ।

କୁମ୍ଭ: ଶାରିରୀକ ସୁସ୍ଥତା ଲାଭ କରିବେ । ଦାନ ଧର୍ମ ପ୍ରତି ମନ ବଳିବ । କାର୍ଯ୍ୟାଳୟରେ କାର୍ଯ୍ୟଚାପ ରହିବ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭ ପ୍ରଦ ହେବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ଅପରାହ୍ନରେ ଶୁଭଖବର ପ୍ରାପ୍ତ ହେବ । 
 
ମୀନ: ଚିନ୍ତାଗ୍ରସ୍ତ ରହିବେ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । ଶତ୍ରୁ ବୃଦ୍ଧି ପାଇବେ । ପୂର୍ବ ବିବାଦ ଜଟିଳତା ଆଡକୁ ଅଗ୍ରସର ହେବ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।