• ବିଜୁ ଜନତା ଦଳରେ ଯୋଗଦେଲେ ମହେଶ ହେମ୍ବ୍ରମ ଓ ରାମଚନ୍ଦ୍ର ମୁର୍ମୁ
  • JMMର ପୂର୍ବତନ ରାଜ୍ୟ ସଭାପତି ମହେଶ ଓ ରାଜ୍ୟ ଉପସଭାପତି ଥିଲେ ରାମଚନ୍ଦ୍ର
  • ପଞ୍ଜାବ ମୁଖ୍ୟମନ୍ତ୍ରୀ ଭାବେ ଚରଣଜିତ ସିଂହ ଚନ୍ନିଙ୍କ ଶପଥ ଗ୍ରହଣ
  • ଚରଣଜିତ ହେଉଛନ୍ତି ପଞ୍ଜାବର ସର୍ବପ୍ରଥମ ଦଳିତ ମୁଖ୍ୟମନ୍ତ୍ରୀ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୨୯୫ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୨୫୬ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୫୧୦ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଭୁବନେଶ୍ବର: ୧୯ ଘଣ୍ଟା ପରେ ନାଳରେ ଭାସିଯାଇଥିବା ଜ୍ୟୋତିପ୍ରକାଶଙ୍କ ମୃତଦେହ ଠାବ
  • ପଞ୍ଚସଖା ନଗରରୁ ଜ୍ୟୋତିପ୍ରକାଶଙ୍କ ଶବ ଉଦ୍ଧାର କଲା ଅଗ୍ନିଶମ ବାହିନୀ
  • ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ମାମଲା; OCCLର ଯନ୍ତ୍ରୀ ରଂଜନ ଡାଙ୍ଗଙ୍କ ଘରେ ଭିଜିଲାନ୍ସ ଚଢ଼ାଉ

ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ସପ୍ତାହର ପ୍ରଥମ ଦିନ?

୦୨.୦୮.୨୦୨୧. ଶ୍ରବଣ କୃଷ୍ଣ ପକ୍ଷ, ଚନ୍ଦ୍ର- ବୃଷ ଆହୋରାତ୍ର, ନକ୍ଷତ୍ର-କୃତିକ ରାତି ୧୦ଟା ୪୩ ଯାଏଁ । ରୋହିଣୀ, ରାହୁକାଳ- ୦୭ ଟାରୁ ୦୮ : ୩୦, ଶୁଭାଶୁଭ- ୧୦ଟାରୁ ୦୧, ଘାତଚନ୍ଦ୍ର- ବିଛା ରାଶି, ଘାତବାର - ମିଥୁନ

ଆଜିର ରାଶିଫଳ: ଜାଣନ୍ତୁ କେମିତି କଟିବ ସପ୍ତାହର ପ୍ରଥମ ଦିନ?
ପ୍ରତିକାତ୍ମକ ଫଟୋ

ମେଷ: ଦେହ ଓ ମନ ଭଲ ରହିବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ପଡୋଶୀଙ୍କ ସହ ମତାନ୍ତର ଦେଖାଦେବ । ଗାଡିମଟର ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।

ବୃଷ: ସ୍ୱାସ୍ଥ୍ୟ ସଚେତନ ହେବେ । କୌଣସି ଭୋଜି ଭାତରେ ଯୋଗ ଦେବେ । ଆର୍ଥିକ ସ୍ଥିତି ମଜଭୁତ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ: ମାନସିକ ଅବସାଦ ଦେଖାଦେବ । କର୍ମ କ୍ଷେତ୍ରରେ କର୍ମ ଚାପ ବଢିବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିବ । ପାରିବାରିକ ଜୀବନରେ ବୁଝାମଣାର ଅଭାବ ପରିଲକ୍ଷିତ ହେବ ।

କର୍କଟ: ଅବସର ସମୟର ସଦ୍‌ଉପଯୋଗ କରିବେ । ଶରୀର ସୁସ୍ଥ ରହିବ । ଅର୍ଥ ଆଗମନର ସୂଚନା ମିଳୁଛି । ଦୂରଯାତ୍ରା ସଫଳ ହେବ ।

Also Read: Postmortem ବେଳେ କ'ଣ କ'ଣ ହୁଏ? ଚାଞ୍ଚଲ୍ୟକର ଖୁଲାସା କଲେ କର୍ମଚାରୀ

ସିଂହ:  କାର୍ଯ୍ୟ ବ୍ୟସ୍ତତା ଭିତରେ ଦିନ କାଟିବେ । ଶରୀର ସୁସ୍ଥ ରହିବ । ବକେୟା କାର୍ଯ୍ୟ ସବୁ ଆଜି ସଂପୂର୍ଣ୍ଣ କରିବେ । ଆୟ ବ୍ୟୟ ସମାନ ରହିବ । କୌଣସି ଦ୍ରବ୍ୟ ହଜି କିମ୍ବା ଚୋରି ଯାଇପାରେ ।

କନ୍ୟା: ସୁସମ୍ବାଦ ପ୍ରାପ୍ତ ହେବ । ଶରୀର ଆରୋଗ୍ୟ ରହିବ । ସନ୍ତାନ ସନ୍ତତିଙ୍କ କୃତିତ୍ୱରେ ଆତ୍ମ ସନ୍ତୋଷ ଲାଭ କରିବେ । କର୍ମ କ୍ଷେତ୍ର ଉଜ୍ଜଳମୟ ହେବ । ବ୍ୟବସାୟର ଅଭିବୃଦ୍ଧି ହେବ ।

ତୁଳା: ଶରୀର ସୁସ୍ଥ ରହିବ । କର୍ମ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ସମୟାନୁବର୍ତ୍ତୀ  ହେବେ । ହଠାତ କୌଣସି ଖୁସିଖବର ପାଇ ଆନନ୍ଦିତ ହେବେ । ପୁଞ୍ଜି ନିବେଶ ପାଇଁ ଦିନଟି ଅନୁକୂଳ । ପଡୋଶୀଙ୍କ ସହ ସମ୍ପର୍କ ମଜଭୁତ ହେବ

ବିଛା: ଦିନ ଚର୍ଯ୍ୟାରେ ସାବଧାନତା ଅବଲମ୍ବନ କରନ୍ତୁ । ଶାରୀରିକ କ୍ଲେଶ ଦେଖାଦେବ । ଦୁର୍ଘଟଣାର ଶିକାର ହେବେ । ପଡୋଶୀଙ୍କ ସହ ମତଭେଦ ଦେଖାଦେବ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ।

Also Read: WhatsAppର ଏହି ୫ଟି tricks ଆପଣଙ୍କୁ କରିଦେବ ସ୍ମାର୍ଟ

ଧନୁ: ଶରୀର ଆରୋଗ୍ୟ ରହିବ । କର୍ମ ତତ୍ପରତା ବୃଦ୍ଧି ପାଇବ । ବ୍ୟବସାୟିକ ଅଭିବୃଦ୍ଧି ଦେଖାଦେବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ଆୟ ଆଶାନୁରୂପକ ହେବ ।

ମକର: ଶାରୀରିକ ସୁସ୍ଥତା ଲାଭ କରିବେ । ବୁଝି ବିଚାରି ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ତୁଳାଇବେ ।ଅବସର ସମୟର ସଦ୍‌ବିନିଯୋଗ କରିବେ । ହଠାତ ସୁଖବର ପ୍ରାପ୍ତି ହେବ ।

କୁମ୍ଭ: ମନ ପ୍ରସନ୍ନ ରହିବ । ବନ୍ଧୁବାନ୍ଧବ ଓ ଆତ୍ମୀୟ ପରିଜନଙ୍କ ଗହଣରେ ଦିନ କାଟିବେ । ଋଣ ପରିଶୋଧ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ଜୀବନ ସୁଖମୟ ହେବ ।

ମୀନ:ଦେହ ଓ ମନ ଭଲ ରହିବ । ସମସ୍ତ କାର୍ଯ୍ୟ ସୂଚାରୁ ରୂପେ ତୁଳାଇବେ । ବ୍ୟବସାୟରେ ଉତ୍ତମ ଲାଭ ପାଇବେ । ଗୃହକୁ ବନ୍ଧୁବାନ୍ଧବଙ୍କ ଆଗମନ ହେବ । ଖର୍ଚ୍ଚାନ୍ତ ହେବେ ।