• କଟକ ମହାନଗର ନିଗମ ଅଞ୍ଚଳ ରେ କୋରୋନା ମୁକାବିଲା ପାଇଁ ଜାରି କରାଗଲା ହେଲ୍ପ ଲାଇନ ନମ୍ବର
  • କୋଭିଡ ସଂକ୍ରାନ୍ତୀୟ ସମସ୍ତ ତଥ୍ୟ ପ୍ରଦାନ କରାଯିବା ଲାଗି କୋଭିଡ କଣ୍ଟ୍ରୋଲ ରୁମ ଖୋଲାଯାଇଛି
  • ହେଲ୍ପ ଲାଇନ ନମ୍ବର ହେଲା ୭୦୭୭୭୭୫୫୫୫
  • ଏସୀୟ ଭାରୋତ୍ତୋଳନ ଚାମ୍ପିଅନ୍‌ସିପ୍‌ରେ ସ୍ୱର୍ଣ୍ଣ ପଦକ ଜିତିଲେ ଓଡ଼ିଆ ଝିଅ ଝିଲି ଦଳବେହେରା
  • ଶ୍ରୀମନ୍ଦିର ଭିତର କାଠ ନିକଟରେ ଗଣ୍ଡଗୋଳ, ନୀତି ୨ ଘଣ୍ଟା ବିଳମ୍ବ
  • ଥଟ୍ଟା ମଜାକୁ ନେଇ ୨ JTP ହାତାହାତି, ଜଣେ ଆହତ
  • ରକ୍ତ ଛିଟା ପଡ଼ିବାରୁ ମନ୍ଦିରରେ ହେଲା ମହାସ୍ନାନ ନୀତି
  • ଦୁଇ ଜେଟିପି ମନୋଜ ପାଣିଗ୍ରାହୀ ଓ ଗଙ୍ଗା ପ୍ରଧାନ, ଜେଟିପି ମେଡିକାଲରେ ଭର୍ତ୍ତି
  • କୋଭିଡ୍ ମୁକାବିଲା ସମ୍ପର୍କରେ ଜନସ୍ୱାସ୍ଥ୍ୟ ନିର୍ଦ୍ଦେଶକଙ୍କ ସୂଚନା
  • ବେଡ୍ ସଂଖ୍ୟା ବୃଦ୍ଧି କରିବା ପାଇଁ ଜିଲ୍ଲାପାଳମାନଙ୍କୁ ନିର୍ଦ୍ଦେଶ

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶୁକ୍ରବାର

Horoscope of February 26: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶୁକ୍ରବାର

Horoscope of February 26: ମେଷ- ଦେହ ସୁସ୍ଥ ରହିବ । ମନୋବଳ ବୃଦ୍ଧି ପାଇବ । ଅବସର ସମୟର ସଦ୍‌ଉପଯୋଗ କରିବେ । ଦୂରଯାତ୍ରା କରିବେ । ଗୃହକୁ ବନ୍ଧୁଙ୍କ ଆଗମନ ହେବ । ବ୍ୟବସାୟ ଆଶାନୁରୂପକ ହେବ ।

ଅଧିକ ପଢ଼ନ୍ତୁ:-ଆହୁରି କମିଲା ସୁନା-ରୁପା ଦର, ଜାଣନ୍ତୁ ଆଜିର ରେଟ୍

ବୃଷ- କାର୍ଯ୍ୟ ବ୍ୟସ୍ତତା ବୃଦ୍ଧି ପାଇବ । ବିରକ୍ତି ଭାବ ପ୍ରକାଶ ପାଇବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଆଶା କରୁଥିବା ଦିଗରୁ ଅର୍ଥ ପାଇବାରେ ବିଳମ୍ବ ହେବ । ଦୂରଯାତ୍ରା ବିଫଳ ହେବ ।

ମିଥୁନ- ଦେହ ଓ ମନ ଭଲ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । କୌଣସି ନୂତନ ଦ୍ରବ୍ୟ କ୍ରୟ କରିବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପାରିବାରିକ ସୁଖ ସମୃଦ୍ଧି ବଜାୟ ରହିବ ।

କର୍କଟ- ସୁଖ ସମୃଦ୍ଧିର ଦିନ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । ଧନ ଆଗମନର ସୂଚନା ମିଳୁଛି । ବନ୍ଧୁଙ୍କ ସାହାଯ୍ୟ ପ୍ରାପ୍ତ ହେବ । ବିବାହ ଭୋଜି ଆଦି କାର୍ଯ୍ୟକ୍ରମରେ ଯୋଗ ଦେବେ ।

ଅଧିକ ପଢ଼ନ୍ତୁ:-ବିଜେପି ଜାଲରେ ଫସିଲେ ଚିରାଗ! ବିଧାନ ପରିଷଦରେ ଦଳର ଅସ୍ତିତ୍ୱ ଶେଷ

ସିଂହ- ସାଂସାରିକ ଜୀବନ ସୁଖମୟ ହେବ । ଶରୀର ସୁସ୍ଥ ଓ ମନ ଭଲ ରହିବ । ଦାୟିତ୍ୱ ବୃଦ୍ଧି ପାଇବ । ଶୁଭ କାର୍ଯ୍ୟରେ ଯୋଗ ଦେବେ । ଆଶା କରୁଥିବା ଦିଗରୁ ଅର୍ଥ ଆଗମନ ହେବ ।

କନ୍ୟା- ଶାରୀରିକ କ୍ଲେଶ ଅନୁଭବ କରିବେ । ଚିଡିଚିଡା ସ୍ୱଭାବର ହେବେ । କୌଣସି ଦ୍ରବ୍ୟ ଚୋରି କିମ୍ବା ହଜି ଯାଇପାରେ । ସାଂସାରିକ ଜୀବନ ବାଧା ପ୍ରାପ୍ତ ହେବ । ପଡୋଶୀଙ୍କ ସହ ସମ୍ପର୍କରେ ତିକ୍ତତା ଆସିବ ।

ତୁଳା- କଥାବର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କଳହ ଠାରୁ ନିଜକୁ ଦୂରେଇ ରଖନ୍ତୁ । ପାଖଲୋକ ଶତ୍ରୁତା କରିବେ । ନିଆଁ ପାଣି ପ୍ରତି ସତର୍କତା ଜରୁରୀ ।

ଅଧିକ ପଢ଼ନ୍ତୁ:-ପୁଣି ଡରାଇଲାଣି କୋରୋନା: ଦେଶରେ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

ବିଛା- ମଉଜ ମଜଲିସରେ ଦିନ ଅତିବାହିତ କରିବେ । ଦୂରଯାତ୍ରା କରିପାରନ୍ତି । ଖର୍ଚ୍ଚ ବୃଦ୍ଧି ପାଇବ । ବିବାହ ଭୋଜି ଆଦିରେ ଯୋଗ ଦେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ଧନୁ- ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ଶରୀର ଆରୋଗ୍ୟ ଓମନ ପ୍ରସନ୍ନ ରହିବ । ବନ୍ଧୁବାନ୍ଧବ ତଥା ଆତ୍ମୀୟ ସ୍ୱଜନଙ୍କ ମେଳରେ ଦିନ କାଟିବେ । ପାରିବାରିକ ଜୀବନ ମଧୁରମୟ ହେବ ।

ମକର- ଶାରୀରିକ ସୁସ୍ଥତା ଲାଭ କରିବେ । ସମସ୍ତ ବକେୟା କାର୍ଯ୍ୟକୁ ଆଜି ସଂପୂର୍ଣ୍ଣ କରିବେ । ହଠାତ୍ ଧନ ଆଗମନର ସୂଚନା ମିଳୁଛି । ପଡୋଶୀଙ୍କ ସହ ସମ୍ପର୍କ ମଧୁର ହେବ । ପରିବାରରେ ହସ ଖୁସିର ଲହରୀ ରହିବ ।

ଅଧିକ ପଢ଼ନ୍ତୁ:-୨୦୨୦-୨୧ରେ ଏପ୍ରିଲରୁ ନଭେମ୍ବର ମଧ୍ୟରେ ଭାରତ ବିଦେଶରୁ ଯେତିକି ସାମଗ୍ରୀ କିଣିଛି, ସେଥିରେ ୧୮ ପ୍ରତିଶତ ଚାଇନାରୁ ଆସିଛି

କୁମ୍ଭ- କର୍ମ କ୍ଷେତ୍ରରେ ସମସ୍ୟା ଦେଖାଦେବ । କାର୍ଯ୍ୟ ସମ୍ପାଦନରେ ବିଳମ୍ବ ହେବ । ଧାର କରଜ କରିପାରନ୍ତି । ଚିଡିଚିଡା ସ୍ୱଭାବର ହେବେ । ପରିବାରରେ ଅଶାନ୍ତି ଦେଖାଦେବ ।

ମୀନ- ଦେହ ଓ ମନ ଭଲ ରହିବ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତ ହେବ । ବକେୟା କାର୍ଯ୍ୟ ସଂପୂର୍ଣ୍ଣ କରିବା ପାଇଁ ଆହୁରି ବିଳମ୍ବ ହେବ । ବିଦ୍ୟାର୍ଥୀମାନେ ଖେଳ ପ୍ରିୟ ହେବେ । ମହିଳାମାନେ ଗୃହ ନିପୁଣା ହେବେ । ବ୍ୟବସାୟରେ ସ୍ୱଳ୍ପ ଲାଭ ମିଳିବ ।

ଗ୍ରହ ବିଚାର-ଶୁକ୍ର ରାହୁ କିମ୍ବା କେତୁ ଯୁକ୍ତ ହୋଇଥିଲେ ।

ଶୁକ୍ର ହେଉଛନ୍ତି ସମସ୍ତ ପ୍ରକାରର ସୁଖସମୃଦ୍ଧିର ଗ୍ରହ, ବୈବାହିକ ଜୀବନରେ ଗ୍ରହ ।

ଶୁକ୍ର ଯଦି ରାହୁ ଯୁକ୍ତ ହୁଏ ତେବେ ଏହା ଅତ୍ୟନ୍ତ ଅଶୁଭ ଅଟେ ।

ଶୁକ୍ର ଯଦି କେତୁ ଯୁକ୍ତ ହୁଏ ତେବେ ଏହା ମଧ୍ୟ ଅତ୍ୟନ୍ତ ଅଶୁଭଦାୟକ ।

ଶୁକ୍ର ଦୁର୍ବଳରେ ଥିଲେ ଜୀବନ ନିରାଶପୂର୍ଣ୍ଣ ହୋଇଯାଏ ।

ରାହୁ ମହାଦୋଷରେ ଶୁକ୍ର ଅନ୍ତାଦୋଷ ଚାଲିଛି ତେବେ ଅଶୁଭ ଅଟେ  ।