Horoscope of January 19: ମେଷ ରାଶି:- ଦ୍ୱିଜା ନକ୍ଷତ୍ର ଜାତ ବ୍ୟକ୍ତି ସ୍ୱାଭିମାନୀ ହେବେ । ଯୁଗ୍ମ ବ୍ୟବସାୟରୁ ଲାଭବାନ୍ ହେବେ । ଅଶ୍ୱିନୀ ଓ କୃର୍ତ୍ତିକା ନକ୍ଷତ୍ର ଜାଜ ବ୍ୟକ୍ତି ବିଭିନ୍ନ କାରଣରୁ ବ୍ୟତିବ୍ୟସ୍ତ ହୋଇପାରନ୍ତି । ସୁଖ ମିଳିବା କଷ୍ଟସାଧ୍ୟ ହେବ । ସମାନ୍ୟ ଅସୁସ୍ଥତା ଉପୁଜିପାରେ ।
ଅଧିକ ପଢ଼ନ୍ତୁ:-LIC ର ଏହି ପଲିସିରେ ପ୍ରତିଦିନ ୨୮ ଟଙ୍କା ନିବେଶ କରି ପାଇପାରିବେ ୨୬ ଲକ୍ଷ ଟଙ୍କା, ଜାଣନ୍ତୁ ସମ୍ପୂର୍ଣ୍ଣ ପ୍ଲାନ୍...
ବୃଷ ରାଶି:- ରୋହିଣୀ ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ପରିମାଣର ଅର୍ଥ ପ୍ରାପ୍ତ ହେବେ । ବନ୍ଧୁ ସୁଖ ପାଇ ଉତ୍ଫୁଲ୍ଲିତ ହେବେ । ଯଶ ଅର୍ଜନ କରିପାରନ୍ତି । ବିଭିନ୍ନ ସ୍ତରରୁ ସହଯୋଗ ପାଇବେ । ବିବାହ ସ୍ଥିର ହେବ । କୃର୍ତ୍ତିକା ଓ ମୃଗଶିରା ନକ୍ଷତ୍ରର ସାମାନ୍ୟ ଫଳ ।
ମିଥୁନ ରାଶି:- ଆର୍ଦ୍ରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ଦ୍ରବ୍ୟ ଲାଭର ସୂଚନା ମିଳୁଛି । ସମ୍ମାନିତ ହେବେ । ବନ୍ଧୁ ମିଳନ ଘଟିପାରେ । ବାରମ୍ବାର ଚେଷ୍ଟା କଲେ କାର୍ଯ୍ୟରେ ସଫଳତା ପାଇବେ । ମୃଗଶିରା ଓ ପୁନବସୁ ନକ୍ଷତ୍ର ଜାତ ବ୍ୟକ୍ତି କଳହ ଠାରୁ ଦୂରେଇ ରହିବା ଉଚିତ୍ ।
କର୍କଟ ରାଶି:- ପୁଷ୍ୟା ଓ ଅଶ୍ଳେଷା ନକ୍ଷତ୍ର ଜାତ ବ୍ୟକ୍ତି ବ୍ୟବସାୟରେ ଅଧିକ ଅର୍ଥ ବିନିଯୋଗ କରି ପ୍ରଚୁର ଧନ ଅର୍ଜନ କରିବେ । କର୍ମକ୍ଷେତ୍ରରେ ଅପୂର୍ବ ସଫଳତା ପାଇବେ । ସର୍ବସୁଖ ଲାଭ କରିପାରନ୍ତି । ପୁନର୍ବସୁ କ୍ଷେତ୍ରରେ ସାମାନ୍ୟ ଶୁଭଫଳ ।
ଅଧିକ ପଢ଼ନ୍ତୁ:-ରାଷ୍ଟ୍ରପତି ହେବା ମାତ୍ରେ ଭାରତୀୟଙ୍କୁ ଏହି ଖୁସି ଖବର ଦେବେ ବାଇଡେନ
ସିଂହ ରାଶି:- ପୂର୍ବା ଫାଲ୍ଗୁନୀ ନକ୍ଷତ୍ର ଜାତ ବ୍ୟକ୍ତି ଉଚ୍ଚ ମହଲରେ ସ୍ଥାନିତ ହେବେ । ଆନନ୍ଦ ଉଲ୍ଲାସରେ ସମୟ ବିତାଇ ପାରନ୍ତି । କର୍ମକ୍ଷେତ୍ରରେ ଉନ୍ନତି ଆଶା କରାଯାଏ । ଆଶା ପୂରଣ ହେବ । କୃଷି କ୍ଷେତକୁ ତ୍ୱରାନ୍ୱିତ କରିବେ । ମଘା ଓ ଉତ୍ତର ଫାଲ୍ଗୁନୀର ସାମାନ୍ୟ ଫଳ ।
କନ୍ୟା ରାଶି:- ହସ୍ତା ନକ୍ଷତ୍ର ଜାତ ବ୍ୟକ୍ତି ନିଷ୍ଠାବାନ୍ ହୋଇ କାର୍ଯ୍ୟକୁ ଆଗେଇ ନେବେ । ଅର୍ଥ ଚିନ୍ତା ଦୂର ହେବ । କର୍ମକ୍ଷେତ୍ର ଆନନ୍ଦଦାୟକ ହେବ । ସତ୍ସଙ୍ଗୀ ହୋଇପାରନ୍ତି । ପ୍ରତିଯୋଗୀତାରେ ବିଜୟୀ ହେବେ । ଉତ୍ତରା ଫାଲ୍ଗୁନୀ ଓ ଚିତ୍ରା ନକ୍ଷତ୍ର ଜାତ ବ୍ୟକ୍ତିଙ୍କ ସାମାନ୍ୟ ଶୁଭ ।
ତୁଳା ରାଶି:- ସ୍ୱାତୀ ନକ୍ଷତ୍ର ଜାତ ବ୍ୟକ୍ତି ଭାଗ୍ୟଶାଳୀ ହେବେ । ଗୃହକାର୍ଯ୍ୟକୁ ତ୍ୱରାନ୍ୱିତ କରିବେ । ଆଶାବାଦୀ ହେବେ । ବିଭିନ୍ନ ଦିଗରୁ ଧନାଗମ ହେବ । ଶାନ୍ତ ଓ ଧୈର୍ଯ୍ୟବାନ୍ ହୋଇପାରନ୍ତି । ଚିତ୍ର ଓ ବିଶାଖା ନକ୍ଷତ୍ର ଜାତ ବ୍ୟକ୍ତି ସାମାନ୍ୟ ଶୁଭଫଳ ପ୍ରାପ୍ତ ହେବେ ।
ବିଛା ରାଶି:- ଅନୁରାଧା ଓ ଜ୍ୟୋଷ୍ଠା ନକ୍ଷତ୍ର ଜାତ ବ୍ୟକ୍ତି ନୂତନ କାର୍ଯ୍ୟ କରିବା ପାଇଁ ଆଗ୍ରହ ପ୍ରକାଶ କରିବେ । ସ୍ୱସ୍ଥ୍ୟ ଅତୁଟ ରହିବ । ଚିନ୍ତାଧାରା ଉନ୍ନତିମାନର ହେବ । ବିଶାଖା ନକ୍ଷତ୍ରର ସାମାନ୍ୟ ଶୁଭ ।
ଅଧିକ ପଢ଼ନ୍ତୁ:-କେନ୍ଦ୍ର ରାଜ୍ୟମାନଙ୍କୁ କହିଛି- ରନ୍ଧା ହୋଇଥିବା ଚିକେନ୍ ଓ ଅଣ୍ଡାରୁ ବାର୍ଡ ଫ୍ଲୁ ହେବାର ଭୟ ନାହିଁ, ହଟାନ୍ତୁ ପ୍ରତିବନ୍ଧକ
ଧନୁ ରାଶି:- ଉତ୍ତର ଭାଦ୍ରପଦ ଓ ରେବତୀର ନକ୍ଷତ୍ର ଜାତବ୍ୟକ୍ତି ଦାନ ଧର୍ମର ଦୀକ୍ଷିତ ହୋଇପାରନ୍ତି । ବିଭିନ୍ନ ସମସ୍ୟାର ସମ୍ମୁଖୀନ ହୋଇ ମଧ୍ୟ ଶୁଭଫଳ ପ୍ରାପ୍ତ ହେବେ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ । ବିବାଦରେ ବିଜୟୀ ହେବେ । ପୂର୍ବଭାଦ୍ରପଦ ନକ୍ଷତ୍ରର ସାମାନ୍ୟ ଶୁଭ ।
ମକର ରାଶି:- ଶ୍ରବଣା ନକ୍ଷତ୍ର ଜାତ ବ୍ୟକ୍ତିଙ୍କର ମୂଲ୍ୟବାନ ଦ୍ରବ୍ୟ ଲାଭ ହେବ । ସର୍ବ କୁଶଳ ଆଶା କରାଯାଏ । ଉତ୍ସାହିତ ହୋଇ ପାର୍ଯ୍ୟ କରିବେ । ଶାନ୍ତି ଓ ସନ୍ତୋଷ ଲାଭ କରିବେ । ଉତ୍ତରାଷାଢା ଓ ଧନିଷ୍ଠାର ସାମାନ୍ୟ ଶୁଭ ।
ଅଧିକ ପଢ଼ନ୍ତୁ:-ପଶ୍ଚିମବଙ୍ଗରେ ବିଜେପିର ଖେଳ ବିଗାଡ଼ିବ ଶିବସେନା, 'ଦିଦି'ଙ୍କ ପାଇଁ ସହଜ ହେବ ଲଢ଼େଇ!
କୁମ୍ଭ ରାଶି:- ଶତଭିଷା ନକ୍ଷତ୍ର ଜାତ ବ୍ୟକ୍ତି ସମାଜସେବୀ ହେବେ । ଶ୍ରମର ମୂଲ୍ୟାଙ୍କନ ହେବ । ପ୍ରାୟ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ମିଳିବ । ମାନ୍ୟତା ପ୍ରାପ୍ତ ହେବେ । ଯଶ ଅର୍ଜନ କରିପାରନ୍ତି । ଧନିଷ୍ଠା ଓ ପୂର୍ବଭାଦ୍ରପଦ ନକ୍ଷତ୍ର ଜାତବ୍ୟକ୍ତି ପତ୍ମୀଙ୍କର ଇଙ୍ଗିତରେ ଚଳିବେ ।
ମୀନ ରାଶି:- ପୂର୍ବଷାଢା ନକ୍ଷତ୍ର ଜାତ ବ୍ୟକ୍ତି ଆଲୋଚନା ମାଧ୍ୟମରେ କାର୍ଯ୍ୟ କଲେ ଉପକୃତ ହେବେ । ବ୍ୟୟ ବୃଦ୍ଧି ଘଟିପାରେ । ସତ୍କର୍ମରେ ବ୍ୟୟ କରି ଆତ୍ମତୃପ୍ତି ଲାଭ କରିପାରନ୍ତି । ଆର୍ଥିକ ଅଭିବୃଦ୍ଧି ଘଟିବାର ସୂଚନା ମିଳୁଛି । ଉତ୍ତରାଷାଢା ଓ ମୂଳା ନକ୍ଷତ୍ରର ସାମାନ୍ୟ ଶୁଭ ।