ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ଗୁରୁବାର
Advertisement

ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ଗୁରୁବାର

Horoscope of January 6: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହି ଗୁରୁବାର...

ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ଗୁରୁବାର

Horoscope of January 6: ମେଷ- ମାନସିକ ଓ ଶାରୀରିକ ସୁସ୍ଥତା ବଜାୟ ରହିବ । କର୍ମ ଚଞ୍ଚଳ ହେବେ । କାର୍ଯ୍ୟାଳୟରେ ଦାୟିତ୍ୱର ସହ କାର୍ଯ୍ୟ ନିର୍ବାହ କରିବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆୟ ବୃଦ୍ଧି ପାଇବ ।

ବୃଷ- ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବେ । ସ୍ଥିର ଚିତ୍ତରେ କାର୍ଯ୍ୟ କଲେ ସଫଳତା ପ୍ରାପ୍ତି ହେବ । ସେବା ପୂଜା ପାଇଁ ମନ ବଳିବ । ନବ ବିବାହିତ ଦମ୍ପତିଙ୍କ ପାଇଁ ଦିନଟି ଅତ୍ୟନ୍ତ ଶୁଭ ଅଟେ ।

ମିଥୁନ- ଶାରୀରିକ ସୁସ୍ଥତା ବୋଧ ହେବ । କାର୍ଯ୍ୟାଳୟରେ ଦାୟିତ୍ୱର ସହ ସମସ୍ତ ନ୍ୟସ୍ତ କାର୍ଯ୍ୟ ନିର୍ବାହ କରିବେ । ଆର୍ଥିକ ସ୍ଥିତି ପୂର୍ବଭଳି ରହିବ । ପରିବାରରେ ଗୁରୁଜନଙ୍କ ସ୍ନେହଶ୍ରଦ୍ଧା ତଥା ଆଶୀର୍ବାଦ ପ୍ରାପ୍ତ ହେବ ।

କର୍କଟ- ଶାରୀରିକ କ୍ଲେଶ ବୃଦ୍ଧିପାଇବ । ମାନସିକ ଅବସାଦ ଦେଖାଦେବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ ।  ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ଗାଡିମଟର ଚାଳନାରେ ସତର୍କତା ଅବଲମ୍ବନ କରନ୍ତୁ ।

ସିଂହ- ଦେହ ଓ ମନ ଭଲ ରହିବ । କର୍ମକ୍ଷେତ୍ର ସହଜ, ସରଳ ଓ ଆନନ୍ଦଦାୟକ ହେବ । ବ୍ୟସ୍ତତା ମଧ୍ୟେ ଦିନ କାଟିବ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବ । ବ୍ୟବସାୟ ଲାଭପ୍ରଦ ହେବ ।

କନ୍ୟା- ଶାରୀରିକ ସୁସ୍ଥତା ଲାଭ  କରିବେ । କର୍ମକ୍ଷେତ୍ର ଉଜ୍ଜଳମୟ ହେବ । ଆୟ ବୃଦ୍ଧି ପାଇବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ । ବ୍ୟାଙ୍କିଙ୍ଗ୍ ଓ ଇନସୁରାନ୍ସ କର୍ମଚାରୀଙ୍କ ପାଇଁ  ଦିନଟି ଶୁଭପ୍ରଦ ହେବ ।

ତୁଳା- ମାନସିକ ଶାନ୍ତି ବଜାୟ ରହିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ  ସହଯୋଗ ମିଳିବ । ଅକସ୍ମାତ ଧନ ପ୍ରାପ୍ତିର ଯୋଗ ରହିଛି । ଦାମ୍ପତ୍ୟ ଜୀବନ ବେଶ ସୁଖମୟ ହେବ । ଦୂରଯାତ୍ରା ସଫଳ ହେବ ।

ଏହା ବି ପଢ଼ନ୍ତୁ:-ଯଦି ଆପଣଙ୍କର ପାନ୍ କାର୍ଡ ଅଛି ଓ ଏପର୍ଯ୍ୟନ୍ତ କରିନାହାଁନ୍ତି ଏହି କାମ, ତେବେ ଲାଗିବ ୧୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜରିମାନା

ଏହା ବି ପଢ଼ନ୍ତୁ:-ଟାର୍ଗେଟରେ ଔଷଧ ଦୋକାନ, ୧୫ ଦିନରେ ୫ ଥର ଲୁଟ୍

ଏହା ବି ପଢ଼ନ୍ତୁ:-ଦେଶରେ ବଢ଼ିଲା କୋରୋନା ସଙ୍କଟ: ଦିନକରେ ଚିହ୍ନଟ ହେଲା ୫୮ ହଜାରରୁ ଉର୍ଦ୍ଧ୍ୱ ମାମଲା, ଆଖି ବୁଜିଲେ ୫୩୪ ସଂକ୍ରମିତ

ଏହା ବି ପଢ଼ନ୍ତୁ:-ବିଜୁଳି ବିଲ୍ ହୋଇଯିବ ଅଧାରୁ କମ୍! କେବଳ ଆପଣାନ୍ତୁ ଏହି ୨ଟି ଉପାୟ

 

ବିଛା- ଶରୀର ଅସୁସ୍ଥ ରହିବ । କାର୍ଯ୍ୟରେ ମାନ୍ଦାବସ୍ଥା ଦେଖାଦେବ । ଦୂରଯାତ୍ରା କରନ୍ତୁ ନାହିଁ । ଆୟ ବ୍ୟୟ ସମାନ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନ ନିବେଶ କରିବେ ।

ଧନୁ- ମନ ପ୍ରସନ୍ନ ରହିଲେ ବି ସ୍ୱାସ୍ଥ୍ୟରେ ଅବନତି ଦେଖାଦେବ । ଦୂରଯାତ୍ରାକୁ ସ୍ଥଗିତ ରଖନ୍ତୁ । ପରିବାରକୁ ଅଧିକ ସମୟ ଦିଅନ୍ତୁ । ଦେଖିଚାହିଁ ଖର୍ଚ୍ଚ ନକଲେ ଅସୁବିଧାରେ ପଡ଼ିବେ । ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ ।

ମକର- ସ୍ୱାସ୍ଥ୍ୟ ଜନିତ ସମସ୍ୟା ଉପୁଜିବ । କର୍ମକ୍ଷେତ୍ରରେ ମଧ୍ୟମଧରଣର ଫଳ ମିଳିବ । ଋଣ ପରିଶୋଧ କରିବାର ଯୋଗ ରହୁଛି । ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରିବେ । ଦୂରଯାତ୍ରା ବିପଜ୍ଜନକ ହୋଇପାରେ ।

କୁମ୍ଭ- ଦେହ ଓ ମନ ଭଲ ରହିବ । କର୍ମକ୍ଷେତ୍ରରେ ଉତ୍ସାହ ପୂର୍ବକ ସମସ୍ତ କାର୍ଯ୍ୟ ଦାୟିତ୍ୱର ସହ ତୁଳାଇବେ । ଉପରିସ୍ତ ଅଧିକାରୀଙ୍କ ପ୍ରଶଂସାର ପାତ୍ର ହେବେ । ବ୍ୟବସାୟ ଲାଭପ୍ରଦ ହେବ । ଆଇନ ଅଦାଲତର କାର୍ଯ୍ୟ ସଫଳ ହେବ । ଆୟ ବୃଦ୍ଧି ପାଇବ ।

ମୀନ- ଶାରିରୀକ ଅସୁସ୍ଥତା ଦେଖାଦେଇପାରେ । କର୍ମକ୍ଷେତ୍ରରେ ମଧ୍ୟମ ଧରଣର ଫଳ ମିଳିବ । ମହିଳା ମାନଙ୍କର ସେବା ଓ ପୂଜାରେ ଦିନଟି କଟିବ । ଆୟ ଅଭିବୃଦ୍ଧି ହେବ । ଦାମ୍ପତ୍ୟ ଜୀବନରେ ସାମାନ୍ୟ ସମସ୍ୟା ଉପୁଜିପାରେ ।