ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ବୁଧବାର
Advertisement

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ବୁଧବାର

Horoscope of January 6: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ବୁଧବାର

Horoscope of January 6: ମେଷ- ଆଜି ଆପଣଙ୍କ ପାଇଁ ଶୁଭ ଦିନ । ପୂଜାର୍ଚ୍ଚନା ପ୍ରତି ମନ ବଳିବ । ମାନସିକ ଓ ଶାରୀରିକ ସୁସ୍ଥତା ବଜାୟ ରହିବ । କର୍ମକ୍ଷେତ୍ରରେ ପ୍ରଶଂସିତ ହୋଇପାରନ୍ତି । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ହେବ ।

ଅଧିକ ପଢ଼ନ୍ତୁ:-ଶିବରାଜ କ୍ୟାବିନେଟରେ ସିନ୍ଧିଆଙ୍କ ଦବଦବାରୁ ଅସନ୍ତୁଷ୍ଟ ବିଜେପିର ବରିଷ୍ଠ ନେତା!

ବୃଷ-  ଅନ୍ୟ ଅପେକ୍ଷା ନିଜକୁ ଅଧିକ ପ୍ରାଧାନ୍ୟ ଦେବାରୁ ଅସୁବିଧାରେ ପଡ଼ିବେ । ଜଗିରଖି ଖର୍ଚ୍ଚ ନକଲେ ଆର୍ଥିକ ସଂକଟର ସାମ୍ନା କରିବେ । ଅନ୍ୟର ଇର୍ଷାଭାବ ଆପଣଙ୍କୁ ମାନସିକ ଆଘାତ ଦେଇପାରେ । ସ୍ୱାସ୍ଥ୍ୟ ଭଲ ରହିବ ।

ମିଥୁନ- ଦାନ ଧର୍ମ ପ୍ରତି ମନ ବଳିବ । ବନ୍ଧୁଙ୍କ ସହଯୋଗ ମିଳିବ । କର୍ମସ୍ଥଳୀରେ ପରିବର୍ତ୍ତନର ଆଶଙ୍କା ରହୁଛି । ମନ ପ୍ରସନ୍ନ ରହିବ । ଜଗିରଖି ନଚଳିଲେ ଅସୁବିଧାରେ ପଡ଼ିବେ ।

କର୍କଟ - ବିଳମ୍ୱ ହେଲେ ମଧ୍ୟ ସଫଳତା ପ୍ରାପ୍ତି ହେବ । ସେବା କାର୍ଯ୍ୟ  କରିବାକୁ ମନ ବଳାଇବେ । ନିଜ ଲୋକମାନେ ଅସୁବିଧାରେ ପକାଇ ପାରନ୍ତି । ସାମାନ୍ୟ ଶାରୀରିକ ପିଡ଼ା ଭୋଗି ପାରନ୍ତି । ଦୂରଯାତ୍ରା ନକରିବା ଭଲ ।

ଅଧିକ ପଢ଼ନ୍ତୁ:-ମମତା ବାନାର୍ଜୀଙ୍କ ବଡ ଘୋଷଣା, ରାଜ୍ୟବାସୀଙ୍କୁ ମିଳିବ ଏହି ଲାଭ

ସିଂହ- ଦିଅଁ ଦର୍ଶନର ସୌଭାଗ୍ୟ ମିଳିବ । ଦାନ ଧର୍ମ କରି ଆତ୍ମ ସନ୍ତୋଷ ପାଇବେ । ପାରିବାରିକ ବିବାଦ ଦୂରେଇ ଯିବ । କର୍ମସ୍ଥଳୀରେ ମନନିବେଶ କରିବେ । ଘାତଚନ୍ଦ୍ର ଯୋଗୁ ସମସ୍ତ କ୍ଷେତ୍ରରେ ଜଗିରଖି ଚଳନ୍ତୁ ।

କନ୍ୟା - ବ୍ୟସ୍ତତାର ସହ ଦିନଟି କଟିବ । କର୍ମସ୍ଥଳୀରେ ପ୍ରଶଂସାର ପାତ୍ର ହେବେ । ଖର୍ଚ୍ଚ ବୃଦ୍ଧି ପାଇବ । ଅନ୍ୟ ବ୍ୟକ୍ତିଙ୍କ ଇର୍ଷାର ଶିକାର ହେବେ । ସନ୍ଧ୍ୟାରେ ଆଧ୍ୟାତ୍ମିକ କାର୍ଯ୍ୟରେ ମନନିବେଶ କରିପାରନ୍ତି ।

ତୁଳା- ସୁସ୍ୱାଦୁ ଭୋଜନର ଯୋଗ ରହିଛି । କୌଣସୀ ବିବାଦ କାରଣରୁ ପଡ଼ୋଶୀଙ୍କ ସହ ସାମାନ୍ୟ କଳହ ସୃଷ୍ଟି ହୋଇପାରେ । ଜଗିରଖି ଚଳିବାର ଦିନଟିଏ । ବ୍ୟବସାୟରେ ମଧ୍ୟମ ଧରଣର ଫଳ ମିଳିବ । ଦିଅଁ ଦର୍ଶନ ପାଇଁ ଦୂରଯାତ୍ରା କରିପାରନ୍ତି ।

ଅଧିକ ପଢ଼ନ୍ତୁ:-ପଶ୍ଚିମବଙ୍ଗରେ ବିଜେପିକୁ ମିଳିବ କେତେ ଆସନ? ସେନେଇ କରାଯାଇଛି 'ଆଭ୍ୟନ୍ତରୀଣ ସର୍ଭେ'

ବିଛା- ଧର୍ମ କାର୍ଯ୍ୟରୁ ଦିନର ଆରମ୍ଭ ହେବ । ବ୍ୟବସାୟରେ ପରିବାର ସଦସ୍ୟଙ୍କ ସହଯୋଗ ମିଳିବ । ଆୟ ଅପେକ୍ଷା ବ୍ୟୟ ଅଧିକ ହୋଇପାରେ । ଅସୁସ୍ଥତା ଚିନ୍ତାର କାରଣ ହୋଇପାରେ । ଅପରାହ୍ନରେ ବନ୍ଧୁ ମିଳନର ଯୋଗ ରହିଛି ।

ଧନୁ- ଅନ୍ୟମାନଙ୍କ ସହଯୋଗରେ ଆଧ୍ୟାତ୍ମିକ କାର୍ଯ୍ୟ କରିବାରେ ସଫଳ ହେବେ । ମାନ ସମ୍ମାନ ବୃଦ୍ଧି ଘଟିବ । ଆର୍ଥିକ ଦୃଷ୍ଟିରୁ ଭଲ ଫଳ ମିଳିବ । ସାମାନ୍ୟ ସ୍ୱାସ୍ଥ୍ୟ ସମସ୍ୟା ଦେଖାଦେବ । ଛାତ୍ରଛାତ୍ରୀ ମାନେ ଖେଳକୁଦରେ ମନନିବେଶ କରିବେ ।

ମକର- ନୂତନ ଯାନବାହାନ କିଣିବା ପାଇଁ ମନ ବଳାଇବେ । ଉଭୟ ଶାରିରୀକ ଓ ମାନସିକ ସ୍ତରରେ ସୁସ୍ଥ ରହିବେ । ପ୍ରଭୁଙ୍କ ପ୍ରସାଦ ସେବନର ଯୋଗ ରହିଛି । କ୍ରିଡ଼ାବିତ୍ ମାନେ ଭଲ ପ୍ରଦର୍ଶନ କରିବେ । ଦୂରସ୍ଥାନକୁ ଯାତ୍ରା କରିବାର ଯୋଗ ମଧ୍ୟ ରହିଛି ।

ଅଧିକ ପଢ଼ନ୍ତୁ:-LIC ର ଖାସ୍ ପଲିସି! ଥରେ ଜମା କରନ୍ତୁ ଟଙ୍କା, ଆଜୀବନ ପାଆନ୍ତୁ ପେନସନର ଗ୍ୟାରେଣ୍ଟି…

କୁମ୍ଭ- ଆଧ୍ୟାତ୍ମିକ ପରିବେଶରେ ଦିନଟି କଟିବ । କର୍ମସ୍ଥଳୀରେ ସାମାନ୍ୟ ବିବାଦ ଉପୁଜିପାରେ । ଦୂରସ୍ଥାନକୁ ଯାତ୍ରା କରିପାରନ୍ତି । ଆର୍ଥିକ ଦୃଷ୍ଟିରୁ ସ୍ୱଛଳ ରହିବେ । ଛାତ୍ରଛାତ୍ରୀ ମାନେ ଭଲ ପାଠ ପଢିବେ ।

ମୀନ - ଦେବାଦେବୀଙ୍କ ଦର୍ଶନର ଯୋଗ ରହିଛି । ମନରେ ଆତ୍ମିୟତା ଭାବ ଜାଗ୍ରତ ହେବ । ନିଜ ପ୍ରିୟଜନଙ୍କ ସହ ଦିନଟି କଟିବ । ନୂତନ ଗୃହ କିମ୍ୱା ଜମିବାଡ଼ି କିଣା କିଣି ପାଇଁ ଇଛା ପ୍ରକାଶ କରିବେ । ସ୍ୱାସ୍ଥ୍ୟ ପ୍ରତି ଯତ୍ନବାନ ହୁଅନ୍ତୁ ।