• ସମ୍ଭାବ୍ୟ ବାତ୍ୟା ପ୍ରଭାବରେ ୭ ଜିଲ୍ଲାରେ ପ୍ରବଳରୁ ଅତିପ୍ରବଳ ବର୍ଷା ସମ୍ଭାବନା
  • ୨୬-୨୭ରେ ଦକ୍ଷିଣ ଓଡ଼ିଶାର ଉପକୂଳ ଅଞ୍ଚଳରେ ପ୍ରବଳ ବର୍ଷା ହେବ
  • ରୁଷିକୂଲ୍ୟା ଏବଂ ନାଗାବଳୀ ନଦୀରେ ବନ୍ୟା ଆଶଙ୍କା
  • ଖାଲୁଆ ଅଞ୍ଚଳରୁ ଲୋକଙ୍କୁ ସ୍ଥାନାନ୍ତରିତ କରିବାକୁ ନିର୍ଦ୍ଦେଶ ଦିଆଯାଇଛି : SRC
  • ଆସନ୍ତାକାଲି ସଂଧ୍ୟା ସୁଦ୍ଧା କଳିଙ୍ଗପାଟନମ ନିକଟ ଉପକୂଳରେ ବାତ୍ୟା ମାଡ଼ ହେବା ଆଶଙ୍କା
  • ସମ୍ଭାବ୍ୟ ବାତ୍ୟା ପାଇଁ ଗଜପତି ଜିଲ୍ଲାର ସରକାରୀ କର୍ମଚାରୀଙ୍କ ଛୁଟି ବାତିଲ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ଆଉ ୬୦୨ କୋରୋନା ଆକ୍ରାନ୍ତ ଚିହ୍ନଟ, ୪୯୪ ସୁସ୍ଥ
  • ରାଜ୍ୟରେ ୨୪ ଘଣ୍ଟାରେ ୭ ଆକ୍ରାନ୍ତଙ୍କ ଜୀବନ ନେଲା କୋରୋନା
  • ମୁଣ୍ଡଳୀ ବ୍ୟାରେଜରେ ଓଡ୍ରାଫ ବୋଟ ଓଲଟିବା ଘଟଣା
  • ହାତୀ ଓ ନିଖୋଜ ଓଡ୍ରାଫ ଯବାନଙ୍କ ମିଳୁନି ପତ୍ତା

ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ଶୁକ୍ରବାର

Horoscope of July 23: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର...

ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ଶୁକ୍ରବାର

Horoscope of July 23: ମେଷ- ଦେହ ଓ ମନ ଭଲ ରହିବ । କର୍ମ ଚଞ୍ଚଳ ରହିବେ । କର୍ମ କ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ । ଅକସ୍ମାତ ଧନପ୍ରାପ୍ତିର ଯୋଗ ରହୁଛି । ବ୍ୟବସାୟରେ ସଫଳତା ପାଇବେ । ଆଇନ୍‌, ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯିବ ।

ବୃଷ- ଦେହ ସୁସ୍ଥ ରହିବ । ମନ ପ୍ରସନ୍ନ ରହିବ । ସମସ୍ତ କାର୍ଯ୍ୟ ସଫଳତାର ସହ ସଂପାଦନ କରିବେ । ବ୍ୟବସାୟରେ ଅଭିବୃଦ୍ଧି ଦେଖାଦେବ । ସନ୍ତାନଙ୍କ ସଫଳତାରେ ଆତ୍ମ ସନ୍ତୋଷ ଲାଭ କରିବେ । ପଡୋଶୀଙ୍କ ସହ ସମ୍ପର୍କ ମଧୁର ହେବ ।

ମିଥୁନ- ଶାରିରୀକ ସୁସ୍ଥତା ଲାଭ କରିବେ । ଦାନ ଧର୍ମ ପ୍ରତି ମନ ବଳିବ । କାର୍ଯ୍ୟାଳୟରେ କାର୍ଯ୍ୟଚାପ ରହିବ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭ ପ୍ରଦ ହେବ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ଅପରାହ୍ନରେ ଶୁଭ ଖବର ପ୍ରାପ୍ତ ହେବ ।

ଅଧିକ ପଢ଼ନ୍ତୁ:-ଖୁବ୍ ଶୀଘ୍ର ପେଟ୍ରୋଲ ଲିଟର ପିଛା ୪ ଟଙ୍କା ଓ ଡିଜେଲ ୫ ଟଙ୍କା ହୋଇପାରେ ଶସ୍ତା, ଜାଣନ୍ତୁ କିପରି

କର୍କଟ- ଶାରିରୀକ ସୁସ୍ଥତା ଲାଭ କରିବେ । କର୍ମକ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ମହିଳା ମାନଙ୍କର ସେବା ଓ ପୂଜାରେ ଦିନଟି କଟିବ । ଆୟ ଅଭିବୃଦ୍ଧି ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ସିଂହ- ଦେହ ଓ ମନ ଭଲ ରହିବ । ଆୟ ତୁଳନାରେ ବ୍ୟୟ ଅଧିକ ରହିବ । ଗୃହକୁ ବନ୍ଧୁ ଆଗମନ ହୋଇପାରେ । ବ୍ୟବସାୟରେ ସଫଳତା ପ୍ରାପ୍ତି କରିବେ । ସନ୍ତାନଙ୍କ ପାଇଁ ଚିନ୍ତାରେ ରହିବେ ।

କନ୍ୟା- ଶରୀର ସୁସ୍ଥ ରହିବ । ଦୃଢ ମନା ହୋଇ ସମସ୍ତ କାର୍ଯ୍ୟ  ନିର୍ବାହ କରିବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟିକ ସଫଳତା ପ୍ରାପ୍ତି କରିବେ । ରାଜନୈତିକ ବ୍ୟକ୍ତି ବିଶେଷ ସଭା ସମିତିରେ ନିଜର ପ୍ରାଧାନ୍ୟ ଜାହିର୍ କରିବେ ।

ଅଧିକ ପଢ଼ନ୍ତୁ:-କେନ୍ଦ୍ର କର୍ମଚାରୀଙ୍କ ପାଇଁ ସରକାର ନେଲା ଏସବୁ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ତୁଳା- ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । କଳହଠାରୁ ନିଜକୁ ଦୂରେଇ ରଖନ୍ତୁ । ବ୍ୟବସାୟ ମାନ୍ଦା ହେବ । ପାରିବାରିକ ଜୀବନରେ ଭୁଲ ବୁଝାମଣାର ଶିକାର ହେବେ ।

ବିଛା- ମନ ଅସ୍ଥିର ରହିବ । ଆୟା ବାଧାପ୍ରତ୍ତ ହେବ । ପଡୋଶୀ ମାନଙ୍କ  ସହ ମନାନ୍ତର ହେଖା ଦେବ । କର୍ମ କ୍ଷେତ୍ରରେ ଅଶାନ୍ତି ଦେଖା ଦେବ । ବ୍ୟବସାୟ ସ୍ୱଳ୍ପ ଲାଭ ହେବ । ପାରିବାରିକ ଜୀବନ ଶାନ୍ତ ରେ କଟିବ ।

ଧନୁ- କାର୍ଯ୍ୟ ବ୍ୟସ୍ତତା ବୃଦ୍ଧି ପାଇବ । ବିରକ୍ତି ଭାବ ପ୍ରକାଶ ପାଇବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଆଶା କରୁଥିବା ଦିଗରୁ ଅର୍ଥ ପାଇବାରେ ବିଳମ୍ବ ହେବ । ଦୂରଯାତ୍ରା ବିଫଳ ହେବ ।

ଅଧିକ ପଢ଼ନ୍ତୁ:-ଦୁନିଆର ୬ଟି ଦେଶର ଶପଥ, କ୍ଷମତା ବଳରେ ତାଲିବାନକୁ କରିବାକୁ ଦେବେ ନାହିଁ ଦଖଲ

ମକର-  ମନ ପ୍ରସନ୍ନ ରହିବ । କର୍ତ୍ତବ୍ୟ ନିଷ୍ଠା ହେବେ । ପ୍ରତ୍ୟେକଟି କାର୍ଯ୍ୟ ସୁଚାରୁ ରୁପେ ହବ । ବନ୍ଧୁ ସହଯୋଗ ପାଇବେ । ବ୍ୟବସାୟରେ ଲାଭପ୍ରଦ ହବ । ପାରିବାରିକ ଜୀବନ ଶାନ୍ତି ପୂର୍ଣ୍ଣ ରହିବ ।

କୁମ୍ଭ- ଦିନଟିରେ ସତର୍କ ରୁହନ୍ତୁ । କର୍ମ କ୍ଷେତ୍ରରେ କର୍ମ ଚାପ ବୃଦ୍ଧି ପାଇବ । ଅନ୍ୟକୁ ସାହାଯ୍ୟ କରି ନିଜେ ଅସୁବିଧାରେ ପଡିବେ । ବ୍ୟବସାୟରେ ମଧ୍ୟମ ସଫଳତା ପାଇବେ । ଦୂର ଯାତ୍ରା କରନ୍ତୁ ନାହିଁ ।

ମୀନ- ସାମୟିକ ଶରୀର ପୀଡା ଭୋଗିବେ । କୌଣସି ବାଦ ବିବାଦରେ ଜଡିତ ହେବେ । ଧାର କରଜ ଆଦି କରିପାରନ୍ତି । ବ୍ୟବସାୟ ସ୍ୱଳ୍ପ ଲାଭ ଯୁକ୍ତ ହେବ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।