• ବିହାର ମୋତିହାରୀର ସିକରହନା ନଦୀରେ ବୁଡ଼ିଲା ଡଙ୍ଗା
  • ୨୧ ଯାତ୍ରୀ ନିଖୋଜ, ଜଣଙ୍କର ମୃତଦେହ ଉଦ୍ଧାର
  • ଲଗାଣ ବର୍ଷାରେ ଗଜପତି ଜିଲ୍ଲା ଗୁମ୍ମାରେ ଧସିଲା ପାହାଡ଼
  • ଅତିପ୍ରବଳ ବର୍ଷା ଓ ପବନ ଆଶଙ୍କାରେ ଦକ୍ଷିଣ ଓଡ଼ିଶା
  • ବାତ୍ୟା-‘ଗୁଲାବ’ ଆଜି ବିଳମ୍ବିତ ସଂଧ୍ୟାରେ ଆରମ୍ଭ ହେବ ଲ୍ୟାଣ୍ଡଫଲ୍‌ ପ୍ରକ୍ରିୟା
  • ଦିଲ୍ଲୀରୁ ୧୧ଟା ୩୦ରେ ବାତ୍ୟା ସ୍ଥିତିର ସମୀକ୍ଷା କଲେ CM ନବୀନ
  • କଟକ କାଳିଆବୁଦା ନିକଟରେ ମହାନଦୀକୁ ଡେଇଁ ଅଧ୍ୟାପକ ନିଖୋଜ
  • କଟକର ଯୋବ୍ରା ବ୍ୟାରେଜରେ ଏକ ମୃତ ହାତୀ ଠାବ
  • ବରଗଡ଼ ଥାନାରେ ଗୋବିନ୍ଦ କୁମ୍ଭାର ହାଜତ ମୃତ୍ୟୁ ଅଭିଯୋଗ
  • ଘଟଣାରେ ୪ ପୋଲିସ କର୍ମଚାରୀଙ୍କୁ ପୋଲିସ ରିଜର୍ଭ ଅଫିସକୁ ବଦଳି

ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ଗୁରୁବାର

Horoscope of July 29: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର...

ଜାଣନ୍ତୁ କେଉଁ ରାଶିର ବ୍ୟକ୍ତିଙ୍କ ପାଇଁ ଶୁଭ ରହିବ ଗୁରୁବାର

Horoscope of July 29: ମେଷ- ଆକସ୍ମିକ ଭାବେ ଧନ ପ୍ରାପ୍ତିର ସୁଯୋଗ ଅଛି । ପରିଶ୍ରମର ମୂଲ୍ୟାଙ୍କନ ହେବ । ନିଜ ବଂଶର ସୁଖପାତ୍ର ହୋଇପାରନ୍ତି । କୁଳ ଉଜ୍ୱକାରୀ ହେବେ । ମନ ପ୍ରସନ୍ନ ରହିବ । ସୁସ୍ଥ ଓ ନିରାମୟ ରହିବେ । ଦୟାଳୁ ହେବେ । ବ୍ୟବସାୟରୁ ଲାଭ ମିଳିବ । ଯଶସ୍ୱୀ ହେବେ ।  

ବୃଷ- ସମସ୍ତ କାର୍ଯ୍ୟ ସୁରୁଖୁରୁରେ ସଂପାଦନ କରିବେ । କାର୍ଯ୍ୟାଳୟରେ ସୌହାର୍ଦ୍ୟପୂର୍ଣ୍ଣ ବାତାବରଣ ପାଇବେ । ଆୟ ଆଶାନୁରୂପ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।  

ମିଥୁନ- ପୂଜାପୂଜି ପାଇଁ ମନ ବଳାଇବେ । କର୍ତ୍ତବ୍ୟ ନିଷ୍ଠ ହୋଇ ସମସ୍ତ ନ୍ୟସ୍ତ କାର୍ଯ୍ୟ ଦାୟିତ୍ୱର ସହ ତୁଳାଇବେ । ଦେହ ଓ ମନ ଭଲ ରହିବ । ବ୍ୟବସାୟିକ ଅଭିବୃଦ୍ଧି ପାଇଁ ନୂତନ ଚିନ୍ତାଧାରା ଆପଣେଇବେ ।  

ଅଧିକ ପଢ଼ନ୍ତୁ:-କୋରୋନା ସହ ଲଢ଼େଇରେ ମିଳିଲା ନୂଆ ଅସ୍ତ୍ର: ବୈଜ୍ଞାନିକ ତିଆରି କଲେ ଏପରି ଏକ ଲେଜର ଉପକରଣ, ଯାହା ପବନରେ ହିଁ ବିନାଶ କରିବ ଭାଇରସ

କର୍କଟ- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ଉପଲବ୍ଧି ହେବ । ଆୟ ଆଶାନୁରୂପକ ହେବ । ପାରିବାରିକ ସ୍ନେହ ଶ୍ରଦ୍ଧା ପ୍ରାପ୍ତି ହେବ । ବ୍ୟବସାୟରେ ସଫଳତା ପାଇବେ ।  

ସିଂହ- ଉତ୍ତମ ଆୟ  ଯୋଗ ରହୁଛି । ମନ ପ୍ରଫୁଲ୍ଲ ରହିବ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ସୁସମ୍ବାଦ ପ୍ରାପ୍ତ ହେବ । ଦାମ୍ପତ୍ୟ ଜୀବନ ସୁଖ ବୋଧ ହେବ । 

କନ୍ୟା- ଶାରୀରିକ ସୁସ୍ଥତା ଲାଭ କରିବେ । କର୍ମତତ୍ପର ହେବେ । ବ୍ୟବସାୟିକ ଅଭିବୃଦ୍ଧି ଦେଖାଦେବ । ସାଂଗଠନିକ କାର୍ଯ୍ୟରେ ଯୋଗ ଦେବେ । ଆୟ ଅବ୍ୟାହତ ରହିବ । 

ଅଧିକ ପଢ଼ନ୍ତୁ:-ତାଲିବାନ ସହ ଲଢିବାକୁ ପ୍ରସ୍ତୁତ ଆଫଗାନିସ୍ତାନର ଏହି ପଡୋଶୀ ଦେଶ, ସାଥ୍ ଦେବ ଋଷ

ତୁଳା- ମୁଣ୍ଡବିନ୍ଧା, ଉଦର ପୀଡା ଭଳି ଅସୁସ୍ଥତା ଦେଖାଦେବ । କୌଣସି ବି କାର୍ଯ୍ୟ ଠିକ୍ ଭାବେ ତୁଳାଇପାରିବେ ନାହିଁ । ଧାର କରଜ କରିପାରନ୍ତି । ଶତ୍ରୁ ବୃଦ୍ଧି ପାଇବେ । ପୂର୍ବ ବିବାଦ ଜଟିଳତା ଆଡକୁ ଅଗ୍ରସର ହେବ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।  

ବିଛା- ସ୍ୱାସ୍ଥ୍ୟ ଅତୁଟ ରହିବ । କର୍ମ କ୍ଷେତ୍ରରେ ଚଳଚଞ୍ଚଳ  ରହିବେ । ଆୟ ଉତ୍ତମ ହେବ । ବ୍ୟବସାୟ ଲାଭପ୍ରଦ ହେବ ।  ପାରିବାରିକ ସୁଖଶାନ୍ତି ଲାଭ କରିବେ । ବ୍ୟାଙ୍କିଙ୍ଗ୍‌, ଇନସୁରାନସ ବିଭାଗରେ କାର୍ଯ୍ୟରତ ବ୍ୟକ୍ତି ବିଶେଷଙ୍କ ପାଇଁ ଦିନଟି ଶୁଭପ୍ରଦ ଅଟେ । 

ଧନୁ- ଘାତ ଚନ୍ଦ୍ର ଭୋଗ ହେତୁ ଦିନଟିରେ ଆପଣ ଜଗି ରଖି ଚଳନ୍ତୁ । ଅଯଥା କଳହଠାରୁ ଦୂରେଇ ରୁହନ୍ତୁ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ଅଚିହ୍ନା ବ୍ୟକ୍ତିଙ୍କ ସହ ସମ୍ପର୍କ ବଢାନ୍ତୁ ନାହିଁ । ଠକାମିର ଶିକାର ହେବେ ।  

ଅଧିକ ପଢ଼ନ୍ତୁ:-ପୁଣି ବଢ଼ିବ କେନ୍ଦ୍ର କର୍ମଚାରୀଙ୍କ ଦରମା! ୩ ପ୍ରତିଶତ ବୃଦ୍ଧି ପାଇପାରେ ମହଙ୍ଗା ଭତ୍ତା

ମକର- ଦାନ ଧର୍ମ ପ୍ରତି ମନ ବଳିବ । କର୍ତ୍ତବ୍ୟ ନିଷ୍ଠ ହେବେ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ପାଇବେ । ପାରିବାରିକ ସୁଖଶାନ୍ତି ଉପଭୋଗ କରିବେ ।  

କୁମ୍ଭ- ବ୍ୟସ୍ତତା ଭିତରେ ଦିନ କଟିବ । ଠକାମିର ଶିକାର ହେବେ । କୌଣସି ଦ୍ରବ୍ୟ ହଜି, ଚୋରି ବା ନଷ୍ଟ ହୋଇପାରେ । ଯାନବାହନ ପ୍ରତି ସତର୍କତା ଅବଲମ୍ବନ କରନ୍ତୁ ।  

ମୀନ- ଦିନଟିରେ ଆପଣଙ୍କ କର୍ମତତ୍ପରତା ବୃଦ୍ଧି ପାଇବ । ସ୍ୱାସ୍ଥ୍ୟ ସଚେତନ ହେବେ । ପ୍ରତ୍ୟେକଟି କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ କରିବେ । ନୂତନ ଯୋଜନା ଫଳପ୍ରସୁ ହେବ ।