ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶନିବାର
Advertisement

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶନିବାର

Horoscope of July 3: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶନିବାର

Horoscope of July 3: ମେଷ- ଘାତ ଚନ୍ଦ୍ର ଭୋଗ ହେତୁ  କଥାବାର୍ତ୍ତାରେ ସଂଯମତା ରକ୍ଷା କରନ୍ତୁ । ପ୍ରତିକୂଳ ପରିସ୍ଥିତି ଦେଇ ଗତି କରିବେ । କଳହଠାରୁ ନିଜକୁ ଦୂରେଇ ରଖନ୍ତୁ । ବ୍ୟବସାୟ ମାନ୍ଦା ହେବ । ପାରିବାରିକ ଜୀବନରେ ଭୁଲ ବୁଝାମଣାର ଶିକାର ହେବେ ।

ବୃଷ- ଶାରୀରିକ ଅସୁସ୍ଥତା ଦେଖାଦେବ । ଚିଡିଚିଡା ସ୍ୱଭାବରେ ହେବେ । ଆଶା କରୁଥିବା ଦିଗରୁ ଅର୍ଥ ପାଇବାରେ ବିଳମ୍ବ ହେବ । କର୍ମ କ୍ଷେତ୍ରରେ  ଅସହଯୋଗ ପାଇବ ।  

ମିଥୁନ- ଦେହ ଓ ମନ ଭଲ ରହିବ । କର୍ତ୍ତବ୍ୟ  ପରାୟଣ ହେବେ । ସାଂସାରିକ ଜୀବନ ସୁଖପ୍ରଦ ହେବ । ବିଦ୍ୟାର୍ଥୀମାନେ ପଢାପଢିରେ ମନୋନିବେଶ କରିବେ । ଗୃହଣୀମାନେ ସୁସ୍ୱାଦୁ ଭୋଜନ ପ୍ରସ୍ତୁତ କରିବେ ।

ଅଧିକ ପଢ଼ନ୍ତୁ:-ପାକିସ୍ତାନରେ ହେଉଛି ଟଙ୍କା ବର୍ଷା! ବିଶ୍ୱ ବ୍ୟାଙ୍କ ଭାରତ ଅପେକ୍ଷା ପାକିସ୍ତାନକୁ ଦେଇଛି ଅଧିକ ଋଣ

କର୍କଟ- ପରାମର୍ଶ ନେଇ କାର୍ଯ୍ୟ  କରନ୍ତୁ । କୃତକାର୍ଯ୍ୟ ହେବେ । ଦିନଟି ସହଜ, ସରଳ ଓ ଆନନ୍ଦଦାୟକ ହେବ । ଆୟ ଅବ୍ୟାହତ ରହିବ । ପଡୋଶୀଙ୍କ ସହ ସମ୍ପର୍କରେ ମଧୁରତା ଆସିବ ।

ସିଂହ- ଆଳସ୍ୟ ପରାୟଣ ହେବେ । କାର୍ଯ୍ୟ ନିର୍ବାହରେ ବିଳମ୍ବ କରିବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତ ହେବ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ ।

କନ୍ୟା- ଶରିରୀକ  ଅସୁସ୍ଥତା ବୋଧ ହେବ । କାର୍ଯ୍ୟ  ସମ୍ପନ୍ନ କରିବାରେ ବିଳମ୍ବ ହେବ । ପାରିବାରିକ ଅଶାନ୍ତି ଉପୁଜିବ । ବ୍ୟବସାୟ ପାଇଁ  ପୁଞ୍ଜିର ଆବଶ୍ୟକତା ହୋଇପାରେ ।

ଅଧିକ ପଢ଼ନ୍ତୁ:-ଖୁସି ଖବର! ୫.୪ ଲକ୍ଷ କର୍ମଚାରୀଙ୍କୁ ମିଳିବ ଅଢ଼େଇ ଗୁଣ ବର୍ଦ୍ଧିତ ଦରମା ସହ ଏରିୟର

ତୁଳା- ଶରୀର ସୁସ୍ଥ ରହିବ । କର୍ମ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ସମୟାନୁବର୍ତ୍ତୀ  ହେବେ । ହଠାତ କୌଣସି ଖୁସିଖବର ପାଇ ଆନନ୍ଦିତ ହେବେ । ପୁଞ୍ଜି ନିବେଶ ପାଇଁ ଦିନଟି ଅନୁକୂଳ । ପଡୋଶୀଙ୍କ ସହ ସମ୍ପର୍କ ମଜଭୁତ ହେବ ।

ବିଛା- ଶରୀର ଆରୋଗ୍ୟ ରହିବ । ଯୋଜନା ମୁତାବକ ସମସ୍ତ କାର୍ଯ୍ୟ ନିର୍ବାହ କରିବେ । ବ୍ୟବସାୟର ଅଭିବୃଦ୍ଧି ପାଇଁ ଚେଷ୍ଟିତ ହେବେ । ଦୂର ସମ୍ପର୍କୀୟଙ୍କ ଠାରୁ ସୁସମ୍ବାଦ ପ୍ରାପ୍ତି ହେବ ।

ଧନୁ- ଶାରୀରିକ ସୁସ୍ଥତା ବୋଧ ହେବ । ଦାୟିତ୍ୱର ସହ ସମସ୍ତ ନ୍ୟସ୍ତ କାର୍ଯ୍ୟ ନିର୍ବାହ କରିବେ । ଆର୍ଥିକ ସ୍ଥିତି ପୂର୍ବ ଭଳି ରହିବ । ପରିବାରରେ ଗୁରୁଜନଙ୍କ ସ୍ନେହଶ୍ରଦ୍ଧା ତଥା ଆଶୀର୍ବାଦ ପ୍ରାପ୍ତ ହେବ ।

ଅଧିକ ପଢ଼ନ୍ତୁ:-ଦେଶରେ ୪ ଲକ୍ଷ ପାର କଲା ସଂକ୍ରମିତଙ୍କ ମୃତ୍ୟୁ ସଂଖ୍ୟା, ଦିନକରେ ସାମ୍ନାକୁ ଆସିଲା ଏତିକି ମାମଲା

ମକର- ମନ ପ୍ରଫୁଲ୍ଲ ରହିବ । ଉଚ୍ଚ ପ୍ରଶଂସିତ ହେବେ । ପରିବାରରେ ହସ ଖୁସିର ଲହରୀ ଲାଗି ରହିବ । ସୁସମ୍ବାଦ ପ୍ରାପ୍ତ ହେବ । ନୂତନ ବ୍ୟବସାୟ ପାଇଁ ଯୋଜନା ପ୍ରସ୍ତୁତ କରିବେ ।

କୁମ୍ଭ- ଈଶ୍ୱର ବିଶ୍ୱାସୀ ହେବେ । ଦାନ ଧର୍ମ ପ୍ରତି ମନ ବଳିବ । ଆରୋଗ୍ୟ ଲାଭ କରିବେ । ଛାତ୍ରଛାତ୍ରୀମାନେ ପଢାପଢିରେ ମନନିବେଶ କରିବେ । ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ପାଇଁ ଦିନଟି ଶୁଭ ଅଟେ ।

ମୀନ- ଦେହ ଓ ମନ ଭଲ ରହିବ । କର୍ମ ତତ୍ପରତା ବୃଦ୍ଧି ପାଇବ । ହଠାତ ଧନ ଆଗମନର ସୂଚନା ରହୁଛି । ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ । ବ୍ୟବସାୟ ଆଶାନୁରୂପକ ହେବ ।