• ଉତ୍ତରାଞ୍ଚଳ DIGଙ୍କ ନିକଟରେ KKBN କ୍ୟାଡର ମାଓବାଦୀ ଆଇତୁ କୋର୍ସାର ଆତ୍ମସମର୍ପଣ
  • କେନ୍ଦ୍ରାପଡ଼ା ରସାବଳୀକୁ ଜି.ଆଇ ଟ୍ୟାଗ ଦାବି କଲେ ୩ BJD ସାଂସଦ
  • କେନ୍ଦ୍ରାପଡ଼ା: ଅଗଷ୍ଟ ୫ରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଭିତରକନିକା
  • ଦେଶରେ ଦିନକରେ ୪୧ ହଜାର ୮୩୧ ଜଣ କୋରୋନାରେ ଆକ୍ରାନ୍ତ
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୫୪୧ ଜଣଙ୍କ ଜୀବନ
  • ଦେଶରେ ଦିନକରେ ୪୧ ହଜାର ୬୪୯ ଜଣ କୋରୋନାରେ ଆକ୍ରାନ୍ତ
  • ରାଜ୍ୟରେ ୨୪ ଘଣ୍ଟାରେ ୧୪୩୭ ପଜିଟିଭ୍ ଚିହ୍ନଟ
  • ରାଜ୍ୟରେ ଆଉ ୬୪ କରୋନା ଆକ୍ରାନ୍ତଙ୍କ ମୃତ୍ୟୁ
  • ଜାପାନରେ ଅଗଷ୍ଟ ୩୧ ଯାଏଁ ଜରୁରୀ ପରିସ୍ଥିତି
  • କୋରୋନା ସଂକ୍ରମଣକୁ ଦେଖି ଘୋଷଣା କଲେ ସରକାର

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ସପ୍ତାହର ପ୍ରଥମ ଦିନ

Horoscope of June 21: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ସପ୍ତାହର ପ୍ରଥମ ଦିନ

Horoscope of June 21: ମେଷ- ପୂଜା ଅର୍ଚ୍ଚନା ପାଇଁ ମନ ବଳିବ । କର୍ତ୍ତବ୍ୟ ନିଷ୍ଠ ହେବେ । ପାରିବାରିକ ସୁଖଶାନ୍ତି ବଜାୟ ରହିବ । ଆୟ ଅବ୍ୟାହତ ରହିବ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ପାଇବେ । ମହିଳାମାନେ ଧର୍ମ କର୍ମରେ ବ୍ୟସ୍ତ ରହିବେ ।

ବୃଷ- କର୍ମ ଚଞ୍ଚଳ ହେବେ । ପୂଜାପାଠ ପ୍ରତି ଆର୍କଷିତ ହେବେ । ଦେହ ଓ ମନ ଭଲ ରହିବ । ଆୟ ମଧ୍ୟମ ଧରଣର ହେବ । ପାରିବାରିକ ଜୀବନ ହସଖୁସିରେ ବଢିବ । ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭଦାୟକ ଅଛି ।

ମିଥୁନ- ସ୍ୱାସ୍ଥ୍ୟକୁ ନେଇ ଚିନ୍ତିତ ରହିବେ । କୌଣସି ବି କାମରେ ମନ ଲାଗିବ ନାହିଁ । ଚିଡିଚିଡା ସ୍ୱଭାବର ହେବେ । ଖର୍ଚ୍ଚ ବୃଦ୍ଧି ହେବ । କର୍ମସ୍ଥଳରେ ସହକର୍ମୀଙ୍କ  ଈର୍ଷାର ଶିକାର ହେବେ । ବିରକ୍ତିଭାବ ପ୍ରକାଶ ପାଇବ । ଆର୍ଥିକ ଅନାଟନ ଦେଖାଦେବ ।

କର୍କଟ- ଶାନ୍ତିପୂଣ୍ଣ ଜୀବନ ଯାପନ କରିବେ । କର୍ମ କ୍ଷେତ୍ର ସହଜ ସରଳ ବୋଧଗମ୍ୟ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ । ବ୍ୟାଙ୍କ ଓ ବୀମା କର୍ମଚାରୀମାନେ ବିଶେଷ ଉପକୃତ ହେବେ ।

ସିଂହ- ଉଦାର ଚିତ୍ତ ତଥା ଦୟାଳୁ ସ୍ୱଭାବର ହେବେ । ଧର୍ମ କାର୍ଯ୍ୟରେ ଯୋଗ ଦେବେ । ପରୋପକାର କରି ଆତ୍ମସନ୍ତୋଷ ପାଇବେ । ମହିଳାମାନେ କର୍ତ୍ତବ୍ୟ ନିଷ୍ଠ ହେବେ । କର୍ମ କ୍ଷେତ୍ର ସହଜ ସରଳ ବୋଧ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ ।

କନ୍ୟା- ମଉଜ ମଜଲିସରେ ଦିନ କାଟିବେ । ଆଶା କରୁଥିବା ଦିଗରୁ ଅର୍ଥ ପ୍ରାପ୍ତ ହେବ । କର୍ମ କ୍ଷେତ୍ରରେ ଉପରିସ୍ଥଧିକାରୀଙ୍କ ଆସ୍ଥା ଭାଜନ ହେବେ । ପାରିବାରିକ ସୁଖଶାନ୍ତି ବଜାୟ ରହିବ ।

ତୁଳା- ଶରୀର ଆରୋଗ୍ୟ ରହିବ । ପ୍ରତ୍ୟେକ କାର୍ଯ୍ୟ ସଫଳତାର ସହ ସଂପୂର୍ଣ୍ଣ କରିବେ । ଦାୟିତ୍ୱବୋଧ ବୃଦ୍ଧି ପାଇବ । କୌଣସି ଗୃହ ଉପକର ଭଳି ନୂତନ ସାମଗ୍ରୀ କ୍ରୟ କରିବେ ।

ବିଛା- ମନ ଉତଫୁଲ ରହିବ । ନୂତନ ବସ୍ତ୍ର ପରିଧାନ କରିବେ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସିତ ହେବେ । ସ୍ୱାସ୍ଥ୍ୟ ସଚେତନ ହେବେ । ଆୟ ଅବ୍ୟାହତ ରହିବ । ପାରିବାରିକ ସୁଖଶାନ୍ତି ପ୍ରାପ୍ତ ହେବ ।

ଧନୁ- ସମସ୍ତ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ । ସନ୍ତାନଙ୍କ କୃତିତ୍ୱରେ ଆତ୍ମସନ୍ତୋଷ ପାଇବେ । ମହିଳାମାନେ ଗୃହ ନିପୁଣା ହେବେ । ବିଦ୍ୟାର୍ଥୀମାନେ ଲିଖନ ପଠନରେ ପାରଦର୍ଶିତା ଲାଭ  କରିବେ ।

ମକର- କର୍ମ ତତ୍ପରତା ପ୍ରକାଶ ପାଇବ । କେତେକ ବକେୟା କାର୍ଯ୍ୟର ସମ୍ପାଦନ କରିବେ । ଆୟ ଉତ୍ତମ ହେବ । ପାରିବାରିକ ଜୀବନ ସୁଖଶାନ୍ତିପୂର୍ଣ୍ଣ  ରହିବ । ଛାତ୍ରଛାତ୍ରୀମାନେ ପଢାପଢିରେ ପାରଦର୍ଶିତା ଦେଖାଦେବ ।

କୁମ୍ଭ- କର୍ତ୍ତବ୍ୟ  ନିଷ୍ଠ ହେବେ । ଈଶ୍ୱର ବିଶ୍ୱାସୀ ହେବେ । ପାରିବାରିକ ବୁଝାମଣା ଉତ୍ତମ ରହିବ । ଆୟ ତୁଳନାରେ ବ୍ୟୟ ବୃଦ୍ଧି ପାଇବ । ଆଇନ ଅଦାଲତର  ରାୟ ଆପଣଙ୍କ ସପକ୍ଷରେ ଯିବ ।

ମୀନ- ଆଜି ଦିନଟି ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ଅଟେ । ପାରିବାରିକ ସମସ୍ୟା ଥିଲେ ତାହା ସମାଧାନ ହୋଇପାରିବ । ସୁସ୍ୱାଦୁ ଭୋଜନରେ ଆପ୍ୟାୟିତ ହେବେ । ବନ୍ଧୁ ମିଳନର ଯୋଗ ରହିଛି । ଆୟ ଉତ୍ତମ ହେବ ।