• କାଲିଠୁ କଟକ ଜିଲ୍ଲାରେ ଖୋଲିବ ସବୁ ଧର୍ମାନୁଷ୍ଠାନ
  • EVM ବଦଳରେ ବାଲାଟ ପେପର୍‌ ମାମଲାକୁ ଖାରଜ କଲେ ଦିଲ୍ଲୀ ହାଇକୋର୍ଟ
  • ଆଜି CBSEର ଦଶମ ଶ୍ରେଣୀ ଫଳାଫଳ
  • cbse.gov.inରେ ଫଳ ପ୍ରକାଶ
  • ବିକଳ୍ପ ମୂଲ୍ୟାୟନ ପଦ୍ଧତିରେ ରେଜଲ୍ଟ ପ୍ରକାଶ କରିଛି CBSE
  • ଭୁବନେଶ୍ବର ଜୟଦେବ ବିହାର ଛକରେ ମହିଳାଙ୍କଠୁ ୧୦ ଲକ୍ଷ ଟଙ୍କା ଲୁଟ୍
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୪୨୨ ଜୀବନ
  • ଦେଶରେ ଦିନକରେ ୩୦ ହଜାର ୫୪୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୧୧୨୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଗତ ୨୪ ଘଣ୍ଟାରେ ରାଜ୍ୟରେ ୬୯ କୋରୋନା ଆକ୍ରାନ୍ତ ମୃତ

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର

Horoscope of June 22: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର

Horoscope of June 22: ମେଷ- ଦେହ ଆରୋଗ୍ୟ ରହିବ । ପ୍ରତ୍ୟେକ କାର୍ଯ୍ୟ ସୂଚାରୁ ରୂପେ ସଂପାଦନ କରିବେ । କର୍ମ କ୍ଷେତ୍ରରେ ଉଚ୍ଚ ପଦାଧିଙ୍କ ଠାରୁ ପ୍ରଶଂସା ପାଇବେ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ହେବ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ବ୍ୟବସାୟ ଉତ୍ତମ ହେବ ।

ଅଧିକ ପଢ଼ନ୍ତୁ:-ୟୁପି ବିଧାନସଭା ନିର୍ବାଚନ: ଫାଇନାଲ୍ ହେଲା କଂଗ୍ରେସର ୫୦ ପ୍ରାର୍ଥୀ!

ବୃଷ- ଈଶ୍ୱର ବିଶ୍ୱାସୀ ହେବେ । ଦାନ ଧର୍ମ ପ୍ରତି ମନ ବଳିବ । ଆରୋଗ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ କାର୍ଯ୍ୟଭରା ବୃଦ୍ଧି ପାଇବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନନିବେଶ କରିବେ । ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ପାଇଁ ଦିନଟି ଶୁଭ ଅଟେ ।  

ମିଥୁନ- ଶରୀର ସୁସ୍ଥ ରହିବ । ଧର୍ମ କାର୍ଯ୍ୟ ପ୍ରତି ଆଗ୍ରହୀ ହେବେ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ପାରିବାରିକ ଜୀବନ ସମୃଦ୍ଧ ହେବ । ଶରୀର ସୁସ୍ଥ ରହିବ । କର୍ମ କ୍ଷେତ୍ରରେ ପରିବେଶ ଅନୁକୂଳ ରହିବ ।

କର୍କଟ- ମାନସିକ ଶାନ୍ତି ଫେରି ପାଇବେ । ଆଧ୍ୟାତ୍ମିକ ଭାବନାରେ ସମୟ ବିତିବ । କାର୍ଯ୍ୟାଳୟର ବାତାବରଣ ଶାନ୍ତିପୂର୍ଣ୍ଣ ରହିବ । ପାରିବାରିକ ଜୀବନ ହର୍ଷ ଉଲ୍ଲାସ ଭରା ରହିବ ।  

ଅଧିକ ପଢ଼ନ୍ତୁ:-RBI ର ଅନୁମୋଦନ ପରେ ଏବେ ବିକ୍ରି ହେବ ଏହି ବ୍ୟାଙ୍କ, ଗ୍ରାହକଙ୍କ ଟଙ୍କା ସହିତ କ’ଣ ହେବ…ଜାଣନ୍ତୁ ଏହା ସହ ଜଡିତ ସମସ୍ତ କଥା

ସିଂହ- ଦେହ ଓ ମନ ଭଲ ରହିବ । ଈଶ୍ୱରଙ୍କ ପ୍ରତି ଆସ୍ଥା ବଢିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । କାର୍ଯ୍ୟାଳୟରେ ପାରଦର୍ଶିତା ଦେଖାଇବେ । ପାରିବାରିକ ଜୀବନ ସୁଖମୟ ହେବ ।  

କନ୍ୟା- ମାନସିକ ଓ ଶାରୀରିକ ସୁସ୍ଥତା ଲାଭ କରିବେ । ପୂଜା ଆରଧନାରେ ସମୟ କାଟିବେ । ପ୍ରତ୍ୟେକ କାର୍ଯ୍ୟରେ ଆତ୍ମସନ୍ତୋଷ ଲାଭ କରିବେ । ପାରିବାରିକ ଜୀବନ ହେବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ ।  

ତୁଳା- ଶରୀର ସୁସ୍ଥ ରହିବ । କୌଣସି ଧାର୍ମୀକ କାର୍ଯ୍ୟରେ ଯୋଗ ଦେବେ । କର୍ମ କ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ଆୟ ଉତ୍ତମ ହେବ । ଦୂର ସଂପର୍କୀୟଙ୍କ ସାହାଯ୍ୟ ମିଳିବ । ଆର୍ଥିକ ସ୍ଥିତି ମଜଭୁତ୍ ହେବ ।

ଅଧିକ ପଢ଼ନ୍ତୁ:-ଦେଶରେ ୮୮ ଦିନ ପରେ କୋରୋନାର ସବୁଠାରୁ କମ୍ ମାମଲା ଚିହ୍ନଟ, ଆଖି ବୁଜିଲେ ଏତିକି ସଂକ୍ରମିତ

ବିଛା- ମନ ପ୍ରଫୁଲ୍ଲ୍ ରହିବ । ଅଧିକ ଶ୍ରମ ଜନିତ କ୍ଲାନ୍ତି ଅନୁଭବ କରିବେ । ଆୟ ଅବ୍ୟାହତ ରହିବ । ପାରିବାରିକ ସ୍ନେହଶ୍ରଦ୍ଧା ମିଳିବ । ମୂଲ୍ୟବାନ ଦ୍ରବ୍ୟ ପ୍ରାପ୍ତି ହେବ ।

ଧନୁ- ଦେହ ଭଲ ରହିବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ ପାଇବେ । ଆୟ ଓ ବ୍ୟୟ ସମାନ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ରହିବ । ନୂତନ ଯୋଜନା ପାଇଁ ବିଚାର ବିମର୍ଶ ଲୋଡିବେ ।

ମକର- ସାମାନ୍ୟ ଶରୀର ପୀଡା ଦେଖାଦେବ । ଆଜି ଆପଣ ନାନା ସମସ୍ୟାରେ ଜଡିତ ହେବେ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଈର୍ଷାର ଶିକାର ହେବେ । ପାରିବାରିକ ଜୀବନରେ ଭୁଲ ବୁଝାମଣା ଦେଖାଦେବ ।  

ଅଧିକ ପଢ଼ନ୍ତୁ:-ଭାରତୀୟ ରେଲୱେରେ ୩୩୭୮ ପଦ ପାଇଁ ଆବେଦନର ଶେଷ ତାରିଖ ଜୁନ୍ ୩୦, ଶୀଘ୍ର କରନ୍ତୁ ଅପ୍ଲାଇ

କୁମ୍ଭ- ସ୍ୱାସ୍ଥ୍ୟ ସଚେତନ ହେବେ । ପୂଜା ଆରାଧନାରେ ମନ ନିବେଶ କରିବେ । କର୍ମ କ୍ଷେତ୍ରରେ କର୍ମ ଚାପ ବଢିଯିବ । ପାରିବାରିକ ଜୀବନ ବେଶ ସୁଖପ୍ରଦ ହେବ । ବ୍ୟବସାୟ ପ୍ରତିଯୋଗିତା ପୂର୍ଣ୍ଣ ହେବ ।  

ମୀନ- କର୍ମ ତତ୍ପରତା ପ୍ରକାଶ ପାଇବ । ସୁଖ ସମ୍ମାନର ଅଧିକାରୀ ହେବେ । ଉଚ୍ଚ ଆଶା ସଫଳ ହେବ । ରାଜନୈତିକ ବ୍ୟକ୍ତି ବିଶେଷଙ୍କର ପତିଆର ବୃଦ୍ଧି ପାଇବ ।