Advertisement
Article Detail0/zeeodisha/odisha862672

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ବୁଧବାର

Horoscope of March 10: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ବୁଧବାର

Horoscope of March 10: ମେଷ- ଆଶା ଫଳବତୀ ହେବ । ଦୁଃସାହସିକ ପଦକ୍ଷେପ ନେଇ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟରେ ସଫଳତା ଲାଭ କରିବେ । ବ୍ୟବସାୟ ଲାଭଜନକ ହେବ । ଅର୍ଥ ପ୍ରାପ୍ତିର ସୂଚନା ମିଳୁଛି । ଶତ୍ରୁ ଯେତେ ବଳବାନ୍ ହେଉନା କାହିଁକି ତାକୁ ଦମନ କରିବେ ।  

ଅଧିକ ପଢ଼ନ୍ତୁ:-ଟିକାକରଣ ସତ୍ତ୍ୱେ କାହିଁକି ବଢ଼ିବାରେ ଲାଗିଛି କୋରୋନା ମାମଲା? ବିଶେଷଜ୍ଞଙ୍କଠାରୁ ଜାଣନ୍ତୁ ସବୁକିଛି

ବୃଷ-  ପିଲାମାନଙ୍କ କାର୍ଯ୍ୟ କଳାପରେ ସନ୍ତୁଷ୍ଟ ହେବେ । ବ୍ୟବହାର କୁଶଳତା ଆପଣଙ୍କୁ ମହାନ୍ କରି ଗଢି ତୋଳିବ । ପ୍ରୀତି ଲାଭ କରିପାରନ୍ତି । ଜ୍ଞାନ-ଗରିମା ଯୋଗୁଁ ସାମାଜିକ ସ୍ତରରେ ଆଦରଣୀୟ ହେବେ । ବହୁ ମିତ୍ରଙ୍କ ଆଗମନୀ ହୋଇପାରେ ।  

Add Zee News as a Preferred Source

ମିଥୁନ- କର୍ମକ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । କର୍ମତତ୍ପରତା ପ୍ରକାଶ ପାଇବ । ଚିନ୍ତାଧାରା ଉନ୍ନତମାନର ହୋଇପାରେ । ଦାମ୍ପତ୍ୟ ସୁଖ ମିଳିବ । ନୂଆ ବନ୍ଧୁ ଜୁଟିବେ ।  

କର୍କଟ- ଆଜି ଆପଣଙ୍କର ଘାତବାର, ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ଅଶାନ୍ତିର କାରଣ ହେବ । ସନ୍ତାନଙ୍କ ପଢାପଢି ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । କୋର୍ଟ  କଚେରୀ ସମ୍ପର୍କିତ ରାୟ ଆପଣଙ୍କ ବିପକ୍ଷରେ ଯିବ ।  

ଅଧିକ ପଢ଼ନ୍ତୁ:-ଜାଣନ୍ତୁ ଖରାଦିନିଆ ରୋଗର ଲକ୍ଷଣ ଓ ଏହାର ପ୍ରତିକାର ବିଷୟରେ...

ସିଂହ- ଘାତଚନ୍ଦ୍ର ଯୋଗୁ ଜଗିରଖି ଚଳନ୍ତୁ । ଆର୍ଥିକ ସ୍ଥିତିରେ ଅବନତି ଦେଖାଦେବ । ସାମାନ୍ୟ ଶରୀର ପୀଡା ଭୋଗିବେ । ପଡୋଶୀଙ୍କ ଚକ୍ରାନ୍ତର ଶିକାର ହେବେ । ବିବାହ ଭୋଜି ନିମନ୍ତ୍ରଣ ଆଜି ପ୍ରତ୍ୟାଖ୍ୟାନ କରିବେ । ଦୁର୍ଘଟଣାର ଶିକାର ହେବେ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ।  

କନ୍ୟା- ମନ ଚଞ୍ଚଳ ରହିବ । ଆୟ ପରିମାଣ ବୃଦ୍ଧି ପାଇବ । ବାରମ୍ବାର ଚେଷ୍ଟା କଲେ ସଫଳତା ମିଳିବ । ଉତ୍ତମ ଭୋଜନରେ ଆପ୍ୟାୟିତ ହୋଇପାରନ୍ତି । ଉନ୍ନତି ପଥରେ ଆଗେଇ ଚାଲିବେ । ସରକାରଙ୍କ କୃପା ଦୃଷ୍ଟି ରହିଛି । ଜନାଦୃତ ଲାଭ କରିବେ ।      

ତୁଳା- ବ୍ୟବସାୟରେ ଅର୍ଥ ବିନିଯୋଗ ଲାଭପ୍ରଦ ହେବ । କାର୍ଯ୍ୟ କରିବାରେ ଉତ୍ସାହ ବୃଦ୍ଧି ପାଇବ । ସତ୍ ମାର୍ଗୀ ହେବେ । ଦୟାର ଅବତାର ହୋଇପାରନ୍ତି । ମନୋରମା ପତ୍ନୀଙ୍କ ସାନି୍ନଧ୍ୟ ମିଳିବ । ପୁତ୍ର ସୁଖ ମିଳିବ । ବନ୍ଧୁ ଓ ପ୍ରିୟଜନଙ୍କ ସହାୟତା ମିଳିବ ।  

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଗୁଡ୍ ନ୍ୟୁଜ୍! ରେଲୱେ ପୁଣି ଘୋଷଣା କଲା ଅନେକ ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ବିଛା- ନୂଆ ବନ୍ଧୁତା ସ୍ଥାପନ କରିପାରନ୍ତି । ପ୍ରଭୂତ ବିତ୍ତର ଅଧିକାରୀ ହୋଇପାରନ୍ତି । ବିଳାସ-ବ୍ୟସନରୁ ବଞ୍ଚିତ ହେବେ । ଭୂମିପତି ଭାବେ ପ୍ରଭାବଶାଳୀ ହେବା ସହ ସୁଶାସକ ହେବେ ।  

ଧନୁ- ଯୋଜନାରେ ସୃଷ୍ଟି ହୋଇଥିବା ତ୍ରୁଟିକୁ ସଂଶୋଧନ କରିବେ । କାର୍ଯ୍ୟରେ ସଫଳତା ଲାଭ କରିବେ । ମାନ୍ୟତା ପ୍ରାପ୍ତ ହେବେ । ସୌନ୍ଦର୍ଯ୍ୟ ଉପଭୋଗ କରିପାରନ୍ତି । ଶୁଭକାର୍ଯ୍ୟ ପାଇଁ ବାତାବରଣ ଅନୁକୂଳ ରହିଛି । ସର୍ବଦା ଚପଳମତି ଭାବେ କାର୍ଯ୍ୟ କରିବେ ।

ମକର- ଆୟ ହେବ; ମାତ୍ର ବିଶେଷ ଲାଭ ମିଳିବା କଷ୍ଟକର ହେବ । କାର୍ଯ୍ୟରେ ବାଧା ଉପୁଜିପାରେ । କର୍ମତତ୍ପରତା ପ୍ରକାଶ ପାଇବ । ସୁସମ୍ବାଦ ପାଇ ଖୁସି ହେବେ । ବସ୍ତ୍ର-ଭୂଷଣ ପ୍ରାପ୍ତି ଯୋଗ ଅଛି । ଅଧିକ ଖର୍ଚ୍ଚାନ୍ତ ହେଲେ ବି ସର୍ବ ସୁଖ ମିଳିପାରେ ।  

ଅଧିକ ପଢ଼ନ୍ତୁ:-ବଦଳିଯିବ ଅଫିସର ନିୟମ: କର୍ମଚାରୀଙ୍କୁ ସପ୍ତାହରେ ୪ ଦିନ କରିବାକୁ ପଡିବ କାମ, ୩ ଦିନ ମିଳିବ ଛୁଟି!

କୁମ୍ଭ- ଭ୍ରମଣ ଯୋଗ ଅଛି । ଶୟନ-ସୁଖ ମିଳିବ । କୌଶଳ ପ୍ରୟୋଗ କରି କାର୍ଯ୍ୟ ହାସଲ କରିବେ । ଉତ୍ତମ ବନ୍ଧୁଙ୍କ ସହଚର୍ଯ୍ୟ ଲାଭ କରିବେ । ଆର୍ଥିକ ସ୍ଥିତିରେ ଉନ୍ନତି ଘଟିବ । ସତ୍ୟର ପୂଜାରୀ ହେବେ । ପ୍ରଭୂତ ମିତ୍ର ଅର୍ଜନ କରିବେ ।

ମୀନ- କର୍ମକ୍ଷେତ୍ର ଶାନ୍ତିମୟ ହେବ । ସାମାନ୍ୟ ମାତ୍ରାର ଶାରୀରିକ କ୍ଳେଶ ଅନୁଭବ କରିପାରନ୍ତି । ପତ୍ନୀଙ୍କ ସ୍ୱାସ୍ଥ୍ୟ ନେଇ ଚିନ୍ତିତ ହୋଇ ପ୍ରତିକାର କରିବେ । କୃପଣ ସ୍ୱଭାବର ହେବେ । ସ୍ୱାଭୀମାନୀ ହୋଇପାରନ୍ତି । କେବଳ ଯୁଗ୍ମ ବ୍ୟବସାୟରୁ ଲାଭ ମିଳିବ । 

About the Author