Advertisement
Article Detail0/zeeodisha/odisha864748

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶନିବାର

Horoscope of March 13: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶନିବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶନିବାର

Horoscope of March 13: ମେଷ- ଅନିଶ୍ଚିତତା ଅନୁଭବ କଲେ ବି ଉଦ୍ୟମ ଜାରି ରଖିବେ । ସୁଖକର ଘଟଣାମାନ ଘଟିପାରେ । କର୍ମକ୍ଷେତ୍ରରେ ସଫଳତା ମିଳିବ । ଶୁଭକାର୍ଯ୍ୟ ପାଇଁ ସମୟ ଅନୂକୂଳ ରହିଛି । ଆନନ୍ଦ ଉପଭୋଗ କରିପାରନ୍ତି । 

ଅଧିକ ପଢ଼ନ୍ତୁ:-ମହାରାଷ୍ଟ୍ରରେ ବଢ଼ିଲା କୋରୋନା ସଙ୍କଟ: ନାଗପୁର ପରେ ଅକୋଲାରେ ଲକଡାଉନ୍, ପୁଣେରେ ନାଇଟ୍ କର୍ଫ୍ୟୁ

ବୃଷ- ଘାତବାର ହେତୁ ସାମାନ୍ୟ ଅସୁସ୍ଥତା ଦେଖାଦେବ । ମୂଲ୍ୟବାନ୍ ଦ୍ରବ୍ୟ ଲାଭ ହୋଇପାରେ । ଯାତ୍ରା ସ୍ଥଗିତ ରଖିବା ଆପଣଙ୍କ ପାଇଁ ଭଲ ହେବ । ଅଯଥା ବିତର୍କରେ ଭାଗ ନ ନେଇ ଚୁପ୍ ରହିବା ଭଲ । ବୃଥା କାର୍ଯ୍ୟରେ ଖର୍ଚ୍ଚାନ୍ତ ହେବେ ।

Add Zee News as a Preferred Source

ମିଥୁନ- ଘାତଚନ୍ଦ୍ର ଯୋଗୁ ଶରୀର ଅସୁସ୍ଥ ହୋଇପାରେ । ଭଲ ରୋଜଗାର ହେବାର ସୂଚନା ମିଳୁଛି । ଜନ ସଂପର୍କ ବୃଦ୍ଧି ପାଇବ । କାର୍ଯ୍ୟରେ ସଫଳତା ଲାଭ କରିବେ ।  ବିବାଦୀୟ ଘଟଣାରେ ବିଜୟୀ ହେବେ । ଭକ୍ତିଗାଥା ଉପରେ ଉପର କାନ ଡେରିବେ । 

କର୍କଟ- ସୁଯୋଗର ଉପଯୋଗ କରିପାରନ୍ତି । ଶ୍ରମ ସାର୍ଥକ ହୋଇପାରେ । ଶୁଭ ଖବର ପାଇଁ ପ୍ରଫୁଲ୍ଳିତ ହେବେ । ଜ୍ଞାନ ଅର୍ଜନ ପାଇଁ ଆଗ୍ରହ ପ୍ରକାଶ କରିପାରନ୍ତି । ସତ୍‌କର୍ମରେ ନିଜକୁ ନିୟୋଜିତ କରିବେ । ଅର୍ଥ ପ୍ରାପ୍ତିର ସୁଯୋଗ ସୃଷ୍ଟି ହୋଇଛି ।  

ଅଧିକ ପଢ଼ନ୍ତୁ:-କୋରୋନାର ୟୁ-ଟର୍ଣ୍ଣ: କ'ଣ ପୁଣି ଲକଡାଉନ୍ ଆଡକୁ ବଢ଼ୁଛି ଦେଶ? ମହାରାଷ୍ଟ୍ର, ଦିଲ୍ଲୀ-ପଞ୍ଜାବର ଅବସ୍ଥା ଚିନ୍ତାଜନକ

ସିଂହ- ଘାତବାର ହେତୁ ଜଗିରଖି ଚଳନ୍ତୁ । ବିଭିନ୍ନ ସ୍ତରରୁ ସହଯୋଗ ପାଇ ଶତ୍ରୁର ମୁକାବିଲା କରିବେ । ସୁସମ୍ବାଦ ପାଇଁ ଖୁସି ହୋଇପାରନ୍ତି । ଶୁଭ କାର୍ଯ୍ୟ ପାଇଁ ସମୟ ଅନୁକୂଳ ରହିଛି । ଋଣ ପରିଶୋଧ କରି ଚିନ୍ତାମୁକ୍ତ ହେବେ ।  

କନ୍ୟା- ଆଜି ଆପଣଙ୍କର ଘାତବାର । ଅଜାଣତରେ ଶତ୍ରୁତା ସୃଷ୍ଟି ହୋଇପାରେ । କାର୍ଯ୍ୟରେ ବାଧା ଉପୁଜିବାର ସମ୍ଭାବନା ଅଛି । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା-କଫରେ ଆକ୍ରାନ୍ତ ହୋଇପାରନ୍ତି । ଭାଷାର ମାଧୁର୍ଯ୍ୟତା ପରକୁ ଆପଣାର କରିବ ।

ତୁଳା- ସଞ୍ଚୟ ଉପଯୋଗ କରିପାରନ୍ତି । କଳହଠାରୁ ନିଜକୁ ଦୂରେଇ ରଖିପାରନ୍ତି । ଆର୍ଥିକ ସ୍ଥିତିରେ ସ୍ୱଚ୍ଛଳତା ଦେଖାଦେବ । ଶୁଭ କାର୍ଯ୍ୟ ପାଇ ବାତାବରଣ ଅନୁକୂଳ ରହିଛି । ଦେବ ଦର୍ଶନର ସୁଯୋଗ ଅଛି । ସରକାରୀ ସ୍ତରରୁ ଲାଭ ଉଠାଇବେ ।  

ଅଧିକ ପଢ଼ନ୍ତୁ:-୪୯ ଲକ୍ଷ ସରକାରୀ କର୍ମଚାରୀଙ୍କୁ ମିଳିଲା ଏହି ବିଶେଷ ରିହାତି, ଏବେ ଶେଷ ହେଲା ଟେନସନ୍

ବିଛା- ଯେକୌଣସି କାର୍ଯ୍ୟ ବରାଦ ହେଲେ ବି; ସେଥିରେ ଉତ୍ସାହ ବୃଦ୍ଧି ପାଇବ । ପରିଶ୍ରମର ମୂଲ୍ୟ ମିଳିବ । କନ୍ୟା ସନ୍ତାନ ଆପଣଙ୍କ ପାଇଁ ଶୁଭଦାୟକ ହେବ । କେତେକ କ୍ଷେତ୍ରରେ ଭୁଲ୍ ବୁଝାମଣାର ବଶବର୍ତ୍ତୀ ହୋଇପାରନ୍ତି । ତ୍ୟାଗପୁତ ଜୀବନଯାପନ କରିବେ ।  

ଧନୁ- ଆଜି ଘାତଚନ୍ଦ୍ର । ମହିଳା ଓ ବିଦ୍ୟାର୍ଥୀଙ୍କୁ ଜଗି ରଖି ଚଳିବାକୁ ପଡିବ । ସାମାନ୍ୟ ମାତ୍ରାର ଶାରୀରିକ ପୀଡା ଅନୁଭବ କରିପାରନ୍ତି । ଜଳଯାତ୍ରା ଉପରେ ସତର୍କତା ଲୋଡା । ସହଯୋଗୀ ବ୍ୟବସାୟ ଲାଭଜନକ ହେବ । 

ମକର- ନିଜ ସମ୍ମାନକୁ ଜଗି ଚଳିବାକୁ ପଡିବ । ଅନାଦର ହୋଇପାରନ୍ତି । ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ଅର୍ଥ ଟାଣ-ଟୁଣ ରହିବ । କେବଳ ଭାଗ ବ୍ୟବସାୟରେ ସାମାନ୍ୟ ପରିମାଣର ଲାଭ ମିଳିବ ।  

ଅଧିକ ପଢ଼ନ୍ତୁ:-ଜାଣନ୍ତୁ କେବେଠୁ ଆରମ୍ଭ ହେବ ଟ୍ରେନର ସାମାନ୍ୟ ପରିଚାଳନା

କୁମ୍ଭ-  ଧର୍ମ-ଧାରଣା ଆପଣଙ୍କୁ ବିଜୟ ସୂଚନା ପ୍ରଦାନ କରିବ । ଉଚ୍ଚ ଆଶା ପୂରଣ ହୋଇପାରେ । ଭଲ ଆୟ ହେବ । ସ୍ୱାସ୍ଥ୍ୟ ଅତୁଟ ରହିବ । ଉତ୍ତମ ଭୋଜନ ମିଳିବ । ନୂଆବନ୍ଧୁ ଜୁଟି ପାରନ୍ତି । ଚିନ୍ତାଧାରା ଉନ୍ନତମାନର ହେବ । ସୁଖଭୋଗ କରିପାରନ୍ତି ।  

ମୀନ- ଆଜି ଆପଣଙ୍କର ଘାତଚନ୍ଦ୍ର । ଖବର ଆପଣଙ୍କ ପାଇଁ ସୁଖକର ହେବ ନାହିଁ । ବିଭିନ୍ନ ଦିଗରୁ ଧନାଗମ ହେବାର ସୂଚନା ମିଳୁଛି । ପରିବେଶ ସ୍ୱାସ୍ଥ୍ୟ ହାନିର କାରଣ ହୋଇପାରେ । ଦୂରଯାତ୍ରା ବିପଦପୂର୍ଣ୍ଣ ହୋଇପାରେ ।

About the Author