Advertisement
Article Detail0/zeeodisha/odisha866548

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର

Horoscope of March 16: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର

Horoscope of March 16: ମେଷ- କର୍ମକ୍ଷେତ୍ରରେ ସମସ୍ୟା ଦେଖାଦେବ । କାର୍ଯ୍ୟ ସମ୍ପାଦନରେ ବିଳମ୍ବ ହେବ । ଧାର କରଜ କରିପାରନ୍ତି । ଚିଡିଚିଡା ସ୍ୱଭାବର ହେବେ । ପରିବାରରେ ଅଶାନ୍ତି ଦେଖାଦେବ । ଘାତଚନ୍ଦ୍ର ଭୋଗ ହେତୁ ସତର୍କତା ଅବଲମ୍ବନ ନ କଲେ ଅସୁବିଧାରେ ପଡିବେ ।

ଅଧିକ ପଢ଼ନ୍ତୁ:-ଏପ୍ରିଲ ୧ରୁ ଆପଣଙ୍କ ଦରମା ପାଇଁ ଲାଗୁ ହେବ ନୂଆ ନିୟମ! ଜାଣନ୍ତୁ କ'ଣ ପଡ଼ିବ ପ୍ରଭାବ

ବୃଷ- ମନ ପ୍ରସନ୍ନ ରହିବ । ସମୟାନୁବର୍ତ୍ତୀ ହୋଇ ନିର୍ଦ୍ଦିଷ୍ଟ ସମୟ ପୂର୍ବରୁ କାର୍ଯ୍ୟ ସମ୍ପାଦନ କରିବେ । ସହକର୍ମୀଙ୍କ ନିକଟରୁ ପୂର୍ଣ୍ଣ ସହଯୋଗ ମିଳିବ । ସୁଖପୂର୍ଣ୍ଣ ଭ୍ରମଣ ଯୋଗ ରହିଛି । 

Add Zee News as a Preferred Source

ମିଥୁନ- କର୍ତ୍ତବ୍ୟ ପରାୟଣ ହେବେ । କର୍ମକ୍ଷେତ୍ରରେ ଶାନ୍ତିର ବାତାବରଣ ମିଳିବ । ଧାର୍ମୀକ କାର୍ଯ୍ୟରେ ଯୋଗ ଦେବେ । ଦେହ ଓ ମନ ସୁସ୍ଥ ରହିବ । ହଜି ଯାଇଥିବା ଦ୍ରବ୍ୟର ସନ୍ଧାନ ମିଳିବ ।  

କର୍କଟ- ଆଜି ଆପଣଙ୍କର ଘାତବାର  । ମନ ଅସ୍ଥିର ରହିବ । କର୍ମ ଚାପ ବଢିଯିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ ।  ଦୁଃସମ୍ବାଦ ପ୍ରାପ୍ତି ହେବ । ପାରିବାରିକ ଅଶାନ୍ତି ଦେଖାଦେବ ।

ଅଧିକ ପଢ଼ନ୍ତୁ:-LIC ର ଏହି ପଲିସିରେ ପ୍ରତି ମାସରେ ୨୫୦୦ ଟଙ୍କା ନିବେଶ କରି ପ୍ରତି ବର୍ଷ ପାଇପାରିବେ ୨୨,୫୦୦ ଟଙ୍କା, ଶେଷରେ ମିଳିବ ୫ ଲକ୍ଷ ଟଙ୍କା

ସିଂହ- ପରାମର୍ଶ ନେଇ କାର୍ଯ୍ୟ କଲେ ସଫଳତା ପାଇବେ । ଦେହ ସୁସ୍ଥ ଓ ମନ ପ୍ରଫୁଲ୍ଲ ରହିବ । ଚାକିରିରେ ସମ୍ମାନ ମିଳିବ । ବ୍ୟବସାୟ ଲାଭପ୍ରଦ ହେବ । ନୂତନ ଗୃହ ଉପକରଣ କ୍ରୟ କରିବେ । 

କନ୍ୟା- ଦୃଢ ମନୋବଳ ନେଇ ପ୍ରତିଟି କାର୍ଯ୍ୟରେ ସଫଳ ହେବେ । ଆତ୍ମୀୟ ସ୍ୱଜନଙ୍କ ଠାରୁ ସାହାଯ୍ୟ ସହଯୋଗ ପାଇବେ । ଭୂସଂପଦ ଲାଭ ହେବ । ଅପରାହ୍ନରେ ବନ୍ଧୁ ମିଳନ ଓ ସୁସ୍ୱାଦୁ ଭୋଜନର ଯୋଗ ରହିଛି ।  

ତୁଳା- ସମସ୍ତ ନ୍ୟସ୍ତ କାର୍ଯ୍ୟ ଠିକ୍ ସମୟରେ ସମ୍ପାଦନ କରିବେ ।  ଆତ୍ମ ସନ୍ତୋଷ ପାଇବେ । ମନ ପ୍ରଫୁଲ୍ଲ ରହିବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ଆଦର ସମ୍ମାନ ପାଇବେ । ଦୂରଯାତ୍ରା ଲାଭପ୍ରଦ ହେବ ।

ଅଧିକ ପଢ଼ନ୍ତୁ:-'୫ରୁ ଏହି ୪ଟି ରାଜ୍ୟରେ ବିଧାନସଭା ନିର୍ବାଚନ ହାରିଯିବ ବିଜେପି'

ବିଛା- ଗାଡି ମଟର ଚାଳନାରୁ ନିବୃତ୍ତ ରୁହନ୍ତୁ । ଦୂରଯାତ୍ରା ବିପଦପୂର୍ଣ୍ଣ ହେବ । ବୃଥା ନିନ୍ଦା ଅପବାଦ ମିଳିପାରେ । ବାକ୍ ସଂଯମତା ରକ୍ଷା ନ କଲେ ବିପଦରେ ପଡିବେ । ଅର୍ଥହାନି ହେବ ।

ଧନୁ- ମନୋବଳ ଖୁବ ଟାଣ ରହିବ । ଆୟ ଉତ୍ତମ ହେବ । କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହଯୋଗ କାର୍ଯ୍ୟକୁ ସହଜ ସରଳ କରିବ । ପଡୋଶୀଙ୍କ ସହ ବାଦବିବାଦର ଆଜି ଅନ୍ତଃ ଘଟିବ । ଦାମ୍ପତ୍ୟ ଜୀବନରେ ମଧୁରତା ଆସିବ ।

ମକର- ଦିନଟିରେ ଆପଣଙ୍କ ଦେହ ଭଲ ରହିବ । ମନ ପ୍ରଫୁଲ୍ଲ ରହିବ । କର୍ମକ୍ଷେତ୍ରରେ ଉଚ୍ଚ କର୍ତ୍ତୃପକ୍ଷ  ଆସ୍ଥା ଭାଜନ ହେବେ । ଆର୍ଥିକ ଉନ୍ନତି ହେବ । ଉତ୍ସବ ଅନୁଷ୍ଠାନରେ ଯୋଗ ଦେବେ ।  

ଅଧିକ ପଢ଼ନ୍ତୁ:-ସାବଧାନ! ପୁଣି ଦ୍ରୁତ ଗତିରେ ବଢ଼ୁଛି କୋରୋନା ଗ୍ରାଫ୍, ମହାରାଷ୍ଟ୍ର ପରେ ଏବେ ଏହି ରାଜ୍ୟ ବଢ଼ାଇଲାଣି ଟେନସନ୍

କୁମ୍ଭ- ଦାନ ଧର୍ମ ପ୍ରତି ମନ ବଳିବ । ଦିଅଁ ଦର୍ଶନ କରିବେ । କର୍ମ କ୍ଷେତ୍ରରେ ପ୍ରଶଂସା ଲଭିବେ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ପାରିବାରରେ ହସଖୁସିର ଲହରି ଲାଗି ରହିବ ।  

ମୀନ- ଦିନଟିରେ ଚିନ୍ତାଗ୍ରସ୍ତ ରହିବେ । ଆର୍ଥିକ ଅନାଟନ ଦେଖାଦେବ । କାର୍ଯ୍ୟାଳୟରେ ଉଚ୍ଚ ଅଧିକାରୀଙ୍କ  କ୍ରୋଧର ଶିକାର ହେବେ । ପାରିବାରିକ ଅଶାନ୍ତି ଦେଖାଦେବ ।

About the Author