• ସୁନ୍ଦରଗଡ଼ ବାଲିଶଙ୍କରା ପଞ୍ଚାୟତର ସବୁ ଗାଁ ଲକ୍‌ଡାଉନ୍
  • କାଲିଠୁ ୭ ଦିନ ପାଇଁ ଲକ୍‌ଡାଉନ୍ ଘୋଷଣା କଲେ ସରପଞ୍ଚ
  • କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ବି.ଏସ୍.ୟେଦିୟୁରପ୍ପା କୋରୋନା ପଜିଟିଭ
  • ଏଣିକି ପ୍ରତି ଶନିବାର ଓ ରବିବାର ସାଧାରଣ ଦର୍ଶନାର୍ଥୀଙ୍କ ପାଇଁ ବନ୍ଦ
  • ଆସନ୍ତା ୨୪ ତାରିଖଠାରୁ ଲାଗୁ ହେବ କଟକଣା
  • କଟକ DCP ଅଫିସରେ ହେଲା ହାଇଦରର କୋଭିଡ ଟେଷ୍ଟ
  • ରାଜ୍ୟରେ ଆଉ ୩ ଜଣଙ୍କ ଜୀବନ ନେଲା କୋରୋନା
  • ରାଜ୍ୟରେ ଦୈନିକ କୋରୋନା ସଂକ୍ରମଣ ୩ ହଜାର ଟପିଲା
  • ମାସ୍କ ପ୍ରସଙ୍ଗରେ ଉତ୍ତରପ୍ରଦେଶ ସରକାରଙ୍କ ବଡ ନିଷ୍ପତ୍ତି
  • ମାସ୍କ ନ ପିନ୍ଧିଲେ ପ୍ରଥମ ଥର ୧୦୦୦, ୨ୟ ଥର ୧୦ହଜାର ଜରିମାନା

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ବୁଧବାର

Horoscope of March 3: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ବୁଧବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ବୁଧବାର

Horoscope of March 3: ମେଷରାଶି:- ଅଯଥା ଖର୍ଚ୍ଚାନ୍ତ ହୋଇପାରନ୍ତି ।  ଭାଇମାନଙ୍କ ପ୍ରତି ସ୍ନେହ, ଶ୍ରଦ୍ଧା ରହିବ । ସୁସ୍ଥ ଓ ନିରାମୟ ରହିବେ । ବଳବାନ ହେବେ । ଶତ୍ରୁହନ୍ତା ହୋଇପାରନ୍ତି । ଚାକିରି କ୍ଷେତ୍ରରେ ଉଚ୍ଚ କତ୍ତୃପକ୍ଷଙ୍କ ଶ୍ରଦ୍ଧାଭାଜନ ହେବେ ।

ଅଧିକ ପଢ଼ନ୍ତୁ:-ରେଲୱେ ଦେଲା ଆଉ ଏକ ଖୁସି ଖବର: ଘୋଷଣା କଲା ଅନେକ ସ୍ୱତନ୍ତ୍ର ଟ୍ରେନ୍, ଦେଖନ୍ତୁ ପୁରା ଲିଷ୍ଟ୍

ବୃଷରାଶି:- ରାଜନୀତି ଆଡକୁ ମନ ବଳାଇ ପାରନ୍ତି । କାର୍ଯ୍ୟରେ ବାଧା ଉପୁଜି ପାରେ । ଚଞ୍ଚଳ ସ୍ୱଭାବର ହେବେ । ଥଣ୍ଡା-କଫଜନିତ ସାମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ଜ୍ଞାନ ଗରିମାଯୁକ୍ତ ହେବେ । ସାହସୀ ହେବେ । ଗୁପ୍ତ ବିଦ୍ୟାରେ ରୁଚି ରହିବ ।

ମିଥୁନରାଶି:- ଉଚ୍ଚଆଶା ଫଳବତୀ ହେବ । ରୋଜଗାର ଆଶନୁରୂପ ହେବ । ସୁସ୍ଥ ଓ ନିରାମୟ ଜୀବନଯାପନ କରିବେ । ଯଶସ୍ୱୀ ହେବେ । ଲୋକପ୍ରିୟତା ଅର୍ଜନ କରିବେ । ଚଞ୍ଚଳ ପ୍ରକୃତିର ହେବେ । ମଧୁରଭାଷୀ ହୋଇପାରନ୍ତି । ସରକାରୀ ସ୍ତରରେ ସମ୍ମାନିତ ହେବେ ।

କର୍କଟରାଶି:- ଘାତବାର ହେତୁ ଜଗିରଖି ଚଳନ୍ତୁ । ଆକସ୍ମିକ ଭାବେ ଧନ ପ୍ରାପ୍ତିର ସୁଯୋଗ ଅଛି । ପରିଶ୍ରମର ମୂଲ୍ୟାଙ୍କନ ହେବ । ନିଜ ବଂଶର ସୁଖପାତ୍ର ହୋଇପାରନ୍ତି  ।  ଦୟାଳୁ ହେବେ । ବ୍ୟବସାୟରୁ ଲାଭ ମିଳିବ ।

ଅଧିକ ପଢ଼ନ୍ତୁ:-ଆସିଯାଇଛି ମାର୍ଚ୍ଚ ପାଇଁ LPG ସିଲିଣ୍ଡରର ନୂଆ ଦର, ଜାଣନ୍ତୁ କ'ଣ ରହିଛି ରେଟ୍

ସିଂହରାଶି:- ରୋଜଗାର ଊଣା ହେବ ନାହିଁ । ମିଷ୍ଟାନ୍ନ ଭୋଜନରେ ଆପ୍ୟାୟିତ ହେବେ । ଐଶ୍ୱର୍ଯ୍ୟଯୁକ୍ତ ହେବେ । ମୋକଦ୍ଦମାରେ ବିଜୟୀ ହେବ ସହ ଧନଲାଭ ହେବ । ଧନ-ସମ୍ପଦ ବୃଦ୍ଧି ହେବ ।

କନ୍ୟାରାଶି:- ଗୃହ ଉପକରଣ ସଂଗ୍ରହ କରିପାରନ୍ତି । ସମାନ୍ୟ ଅସୁସ୍ଥତା ଅନୁଭବ କରିପାରନ୍ତି । ସ୍ୱାଭିମାନୀ ହେବେ । ଭାଗୁଆଳି ବ୍ୟବସାୟ ଲାଭଜନକ ହେବ । ଈର୍ଷା ପରାୟଣ ହୋଇପାରନ୍ତି । ସତର୍କରେ ଚଳିବାକୁ ପଡିବ ।

ତୁଳାରାଶି:- କାର୍ଯ୍ୟକ୍ଷେତ୍ରରେ ଢେର ଉନ୍ନତି ଘଟିବ । ସୁଖ-ଦୁଃଖରେ ବନ୍ଧୁ ସହାୟତା ପାଇବେ । ସମାଜ ସେବାରେ ମନ, ପ୍ରାଣ ଢାଳି ଦେଇପାରନ୍ତି । ଶାନ୍ତ ଓ ଧୈର୍ଯ୍ୟବାନ୍ ହେବେ । ପତ୍ନୀଙ୍କ ସହାୟତା ଓ ପରାମର୍ଶରେ ଆଗକୁ ବଢିବେ ।

ଅଧିକ ପଢ଼ନ୍ତୁ:-ମାର୍ଚ୍ଚ ୧ରୁ ବଦଳିଯିବ ବ୍ୟାଙ୍କିଂ ଓ LPG ସିଲିଣ୍ଡର ସହ ଜଡ଼ିତ ଏହି ନିୟମ, ଦେଶର କୋଟି କୋଟି ଲୋକ ହେବେ ପ୍ରଭାବିତ!

ବିଛାରାଶି:- କର୍ମକ୍ଷେତ୍ରରେ ସଫଳତା ମିଳିବ । ବ୍ୟବସାୟ ଲାଭଜନକ ହେବ । ଭାଗ୍ୟଶାଳୀ ହେବେ । । ସୁଖ-ସମୃଦ୍ଧିପୂର୍ଣ୍ଣ ଜୀବନଯାପନ କରିବେ । ବିଦ୍ୱାନ, ସାହସୀ ଓ ସମ୍ପତ୍ତିବାନ୍ ହେବେ ।

ଧନୁରାଶି:- ନୂତନ ଜମି କ୍ରୟ କରିବାର ସୁଯୋଗ ଅଛି । ବେଳେ ବେଳେ ଉଦାସ ମନୋଭାବ ପୋଷଣ କରିପାରନ୍ତି । ଚଞ୍ଚଳ ପ୍ରକୃତିର ହେବେ । ଆକସ୍ମିକ ଧନଲାଭର ସୂଚନା ମିଳୁଛି । ବ୍ୟବସାୟରେ ପ୍ରଚୁର ଧନଲାଭ ହେବ । ଉତ୍ତମ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ ।

ମକରରାଶି:- ଯେକୌଣସି ପରୀକ୍ଷାର ସମ୍ମୁଖୀନ ହେଲେ ବି; ସେଥିରେ ସଫଳତା ଲାଭ ଦୀକ୍ଷିତ ହେବେ । ଶୋଭନ ବ୍ୟକ୍ତିତ୍ୱ ସମ୍ପନ୍ନ ହେବେ । ସ୍ୱାସ୍ଥ୍ୟ ଅତୁଟ ରହିବ । କୃଷିକର୍ମକାରୀ ହେବେ ।

କୁମ୍ଭରାଶି:- ସାମୁହିକ କାର୍ଯ୍ୟରେ ଆଗେଇବେ । ସମ୍ମାନିତ ହେବେ । ମନ ପ୍ରସନ୍ନ ରହିବ । ଆସ୍ତିକ ମନୋବୃତ୍ତିର ହୋଇପାରନ୍ତି । ମଧୁରଭାଷା ବ୍ୟବହାର କରି ଅନୁସରଣକାରୀଙ୍କୁ ଉତ୍ସାହିତ କରିବେ । ପ୍ରେମୀ ଓ ସାହସୀ ହେବେ ।

ମୀନରାଶି- ମନ ପ୍ରସନ୍ନ ରହିବ ।  ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ , ବ୍ୟବସାୟ ଲାଭଜନକ ହେବ । ଦିନଟି ଭୋଗ ବିଳାସରେ ଅତିବାହିତ କରିପାରନ୍ତି ,  ଯଶସ୍ୱୀ ହେବେ । ସାନ ଭାଇଙ୍କଠାରୁ ଆଦର ମିଳିବ ।