• କାଲିଠୁ ୨ ଦିନ ପାଇଁ ରାଜ୍ୟରେ ୬ ଯୋଡ଼ା ଯାତ୍ରୀବାହୀ ଟ୍ରେନ୍‌ ବାତିଲ
  • ବିଶ୍ବ ମାତୃ ଦିବସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଶୁଭେଚ୍ଛା
  • ରାଜ୍ୟରେ ଜନନୀ ସୁରକ୍ଷା ଓ ମାତୃ ମୃତ୍ୟୁହାର କମାଇବା ଲାଗି ସରକାର ପ୍ରତିଶ୍ରୁତିବଦ୍ଧ: CM
  • ଉତ୍ତର ପ୍ରଦେଶରେ ଆଉ ୭ ଦିନ ବଢ଼ିଲା କୋରୋନା କର୍ଫ୍ୟୁ
  • ଦେଶରେ ଦିନକରେ ୪ ଲକ୍ଷ ୩ ହଜାର ୭୩୮ କୋରୋନା ଆକ୍ରାନ୍ତ ଚିହ୍ନଟ, ୪୦୯୨ ମୃତ
  • ରାଜ୍ୟରେ କରୋନାରେ ଆଜି ୧୦,୬୩୫ ସଂକ୍ରମିତ , ୧୯ ମୃତ୍ୟୁ
  • ସୁନ୍ଦରଗଡ଼ ଓ ଅନୁଗୁଳ ଜିଲ୍ଲାରେ ପ୍ରତିଷ୍ଠା ହେବ ନୂତନ କେନ୍ଦ୍ରୀୟ ବିଦ୍ୟାଳୟ
  • ଆସାମ ମୁଖ୍ୟମନ୍ତ୍ରୀ ପଦରୁ ସର୍ବାନନ୍ଦ ସୋନୱାଲଙ୍କ ଇସ୍ତଫା
  • କୋରୋନା ମୁକାବିଲା ପାଇଁ ଓଡ଼ିଶାକୁ କେନ୍ଦ୍ରର ୩୩୩.୮ କୋଟିର ଅନୁଦାନ
  • ପ୍ରସିଦ୍ଧ ଚନ୍ଦନଯାତ୍ରା ପାଇଁ ପ୍ରସ୍ତୁତି ଆରମ୍ଭ

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶୁକ୍ରବାର

କାର୍ଯ୍ୟାଳୟରେ ଦାୟିତ୍ୱର ସହ କାର୍ଯ୍ୟ ନିର୍ବାହ କରିବେ । ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରିବେ । ଆୟରେ ଅଭିବୃଦ୍ଧି ଦେଖାଦେବ । ପାରିବାରିକ ଜୀବନ ସୁଖ ସମୃଦ୍ଧି ଭରା ହେବ ।  

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶୁକ୍ରବାର

ମେଷ- ଶରୀର ସୁସ୍ଥ ରହିବ । କାର୍ଯ୍ୟାଳୟରେ ଦାୟିତ୍ୱର ସହ କାର୍ଯ୍ୟ ନିର୍ବାହ କରିବେ । ବ୍ୟବସାୟରେ ଅଧିକ ପୁଞ୍ଜି ନିବେଶ କରିବେ । ଆୟରେ ଅଭିବୃଦ୍ଧି ଦେଖାଦେବ । ପାରିବାରିକ ଜୀବନ ସୁଖ ସମୃଦ୍ଧି ଭରା ହେବ ।  

ବୃଷ- ଦେହ ଓ ମନ ଭଲ ରହିବ । କର୍ମ ତତ୍ପରତା ବୃଦ୍ଧି ପାଇବ । ହଠାତ ଧନ ଆଗମନର ସୂଚନା ରହୁଛି । ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ । ବ୍ୟବସାୟ ଆଶାନୁରୂପକ ହେବ ।  

ମିଥୁନ- କର୍ମ ତତ୍ପରତା ଦେଖାଦେବ । ମନ ପ୍ରସନ୍ନ ରହିବ । ବିବାହ ଭୋଜି ଆଦିରେ ଯୋଗ ଦେବେ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ଆୟବ୍ୟୟ ସମାନ ରହିବ । ବ୍ୟବସାୟରେ ଆଖିଦୃଶିଆ ଲାଭ ମିଳିବ ।

କର୍କଟ-ଦିନଟି ଆପଣଙ୍କ ପାଇଁ ଅନୁକୂଳ ଅଟେ । ଦେହ ଓ ମନ ଭଲ ରହିବ । ଆୟ ଆଶାନୁରୂପ ହେବ ।  ଦୂରଯାତ୍ରା ସଫଳ ହେବ । କୌଣସି ନୂତନ ଦ୍ରବ୍ୟ କ୍ରୟ କରିବେ । ପାରିବାରିକ ଜୀବନ ସୁଖ ସମୃଦ୍ଧି ଭରା ହେବ ।  

ସିଂହ- ସ୍ୱାସ୍ଥ୍ୟ ସଚେତନ ହେବେ । କର୍ତ୍ତବ୍ୟ ନିଷ୍ଠ ହେବେ । କାର୍ଯ୍ୟାଳୟରେ ଦାୟିତ୍ୱ ଭାର ବୃଦ୍ଧି ପାଇବ ।  ସହକର୍ମୀଙ୍କ  ସହଯୋଗ ପାଇବେ । ଧନ ପ୍ରାପ୍ତି ହେବ । ସନ୍ତାନଙ୍କ କୃତିତ୍ୱ ମନରେ ଖୁସି ଆଣି ଦେବ ।  

କନ୍ୟା-  ଦିନଟି ଆପଣଙ୍କ ପାଇଁ ଶୁଭପ୍ରଦ ଅଟେ । କର୍ମ କ୍ଷେତ୍ରରେ ଉତ୍ସାହର ସହ କର୍ମ ସମ୍ପାଦନ କରିବେ । ଆୟ ବୃଦ୍ଧି ପାଇବ । ବ୍ୟବସାୟିକ ଦୃଷ୍ଟିିକୋଣରୁ ଦିନଟି ଶୁଭପ୍ରଦ ଅଟେ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ  ରହିବ ।  

ତୁଳା- ସୁସମ୍ବାଦ ପ୍ରାପ୍ତ ହେବ । ଶରୀର ଆରୋଗ୍ୟ ରହିବ । ସନ୍ତାନ ସନ୍ତତିଙ୍କ କୃତିତ୍ୱରେ ଆତ୍ମ ସନ୍ତୋଷ ଲାଭ କରିବେ । କର୍ମ କ୍ଷେତ୍ର ଉଜ୍ଜଳମୟ ହେବ । ବ୍ୟବସାୟର ଅଭିବୃଦ୍ଧି ହେବ ।  

ବିଛା- ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । କର୍ମ କ୍ଷେତ୍ରରେ କର୍ମଚାପ ରହିବ । ଆୟ ବ୍ୟୟ ପ୍ରାୟ ସମାନ ରହିବ । ବ୍ୟବସାୟ ସ୍ୱଳ୍ପଲାଭ ଯୁକ୍ତ ହେବ । ପାରିବାରିକ ଜୀବନରେ ଜଞ୍ଜାଳ ବୃଦ୍ଧି ପାଇବ  

ଧନୁ-ଉଦର ପୀଡା କିମ୍ବା ଶିରପୀଡା ଭଳି ଶାରୀରିକ ସମସ୍ୟା ଦେଖାଦେବ । କର୍ମକ୍ଷେତ୍ରରେ ହତୋତ୍ସାହିତ ହେବେ । ଦାମ୍ପତ୍ୟ ଜୀବନରେ ବୁଝାମଣାରେ ଅଭାବ ପରିଲକ୍ଷିତ ହେବ । ଆୟ ଉତ୍ତମ  ହେବ 

ମକର- ସୂଚାରୁ ରୂପେ ସମସ୍ତ କାର୍ଯ୍ୟ ତୁଳାଇବେ । ସ୍ୱାସ୍ଥ୍ୟ ପ୍ରତି ବିଶେଷ ଯତ୍ନବାନ ହେବେ । କାର୍ଯ୍ୟାଳୟରେ ଉପରିସ୍ଥ ଅଧିକାରୀଙ୍କ  ପ୍ରିୟଭାଜନ ହେବେ । ଆଇନ ଅଦାଲତର କାର୍ଯ୍ୟ ଆପଣଙ୍କ ସପକ୍ଷରେ ଯିବ । ପାରିବାରିକ ସୁଖଶାନ୍ତି ଲାଭ କରିବେ ।

କୁମ୍ଭ- ଶରୀର ସୁସ୍ଥ ରହିବ । କର୍ମ କ୍ଷେତ୍ରରେ ସଫଳତା ପ୍ରାପ୍ତି ହେବ । ସମୟାନୁବର୍ତ୍ତୀ  ହେବେ । ହଠାତ କୌଣସି ଖୁସିଖବର ପାଇ ଆନନ୍ଦିତ ହେବେ । ପୁଞ୍ଜି ନିବେଶ ପାଇଁ ଦିନଟି ଅନୁକୂଳ । ପଡୋଶୀଙ୍କ ସହ ସମ୍ପର୍କ ମଜଭୁତ ହେବ  

ମୀନ- ସ୍ୱାସ୍ଥ୍ୟଗତ ସମସ୍ୟା ଚିନ୍ତାର କାରଣ ହେବ । ଚିଡିଚିଡା ସ୍ୱଭାବର ହେବେ । କାର୍ଯ୍ୟଭରା ବୃଦ୍ଧି ପାଇବ । ଆୟ ଆଶାନୁରୂପକ ହେବ । ବ୍ୟବସାୟରେ ଅଭିବୃଦ୍ଧି ହେବ । ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ ।