• ଦେଶରେ ଦୈନିକ କୋରୋନା ସଂକ୍ରମଣ ୨ ଲକ୍ଷ ପାର୍
  • ଦେଶରେ ଗତ ଦିନକରେ ୨ ଲକ୍ଷ ୭୩୮ ସଂକ୍ରମିତ ଚିହ୍ନଟ
  • କୋରୋନାରେ ୧ ହଜାର ୩୮ ଜଣଙ୍କ ମୃତ୍ୟୁ
  • ଗତ ଦିନକରେ କୋରୋନାରୁ ୯୩ ହଜାର ୫୨୮ ସୁସ୍ଥ
  • ଦେଶରେ ସଂକ୍ରମତି ସଂଖ୍ୟା ୧ କୋଟି ୪୦ ଲକ୍ଷ ୭୪, ୫୬୪କୁ ବୃଦ୍ଧି
  • କୋରୋନାରୁ ମୋଟ ୧ କୋଟି ୨୪ ଲକ୍ଷ ୨୯, ୫୬୪ ସୁସ୍ଥ
  • ଦେଶରେ ୧୪ ଲକ୍ଷ ୭୧, ୮୭୭ କୋରୋନା ସଂକ୍ରମିତ ସକ୍ରିୟ
  • କୋରୋନାରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୭୩, ୧୨୩କୁ ବୃଦ୍ଧି
  • ଆଜି ଯାଏ ୧୧ କୋଟି ୪୪ ଲକ୍ଷ ୯୩, ୨୩୮ଜଣଙ୍କୁ ଟିକାକରଣ
  • ଦେଶରେ ଗତ ଦିନକରେ ୧୩ ଲକ୍ଷ ୮୪, ୫୪୯ ନମୁନା ପରୀକ୍ଷା

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ସପ୍ତାହର ପ୍ରଥମ ଦିନ

Horoscope of March 8: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ସପ୍ତାହର ପ୍ରଥମ ଦିନ

Horoscope of March 8: ମେଷ- ଶାରୀରିକ ସୁସ୍ଥତା ଲାଭ  କରିବେ । କର୍ମ କ୍ଷେତ୍ର ଉଜ୍ଜଳମୟ ହେବ । ଆୟ ବୃଦ୍ଧି ପାଇବ । ମୂଲ୍ୟବାନ ଦ୍ରବ୍ୟ କ୍ରୟ କରିବେ । ବ୍ୟାଙ୍କିଙ୍ଗ୍ ଓ ଇନସୁରାନ୍ସ କର୍ମଚାରୀଙ୍କ ପାଇଁ  ଦିନଟି ଶୁଭପ୍ରଦ ହେବ ।

ଅଧିକ ପଢ଼ନ୍ତୁ:-ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର, ଛୋଟ ରୁଟରେ ପ୍ରତିଦିନ ଚାଲିବ ଅଣ ସଂରକ୍ଷିତ ଟ୍ରେନ୍!

ବୃଷ- ଆଜି ପରିବାରରେ ସୁଖ-ଶାନ୍ତିରେ ସମୟ କାଟିବେ । ସ୍ୱାସ୍ଥ୍ୟବାନ ରହିବା ସହ ଅର୍ଥପ୍ରାପ୍ତି ହେବ । ଅଯଥା କଥାରେ ରାଗନ୍ତୁ ନାହିଁ; ନଚେତ ଅସୁବିଧା ହୋଇପାରେ । କର୍ମକ୍ଷେତ୍ରରେ ସହଯୋଗୀଙ୍କ ସାହାଯ୍ୟ ମିଳିପାରେ । ବ୍ୟାପାରରେ ପାର୍ଟନରଙ୍କ ସହଯୋଗ ଦ୍ୱାରା ନୂତନ ଯୋଜନାକୁ କାର୍ଯ୍ୟକାରୀ କରି ଲାଭ ମିଳିବ । 

ମିଥୁନ- ଘାତବାର ହେତୁ ଜଗିରଖି ଚଳନ୍ତୁ । ମୁଣ୍ଡବିନ୍ଧା, ଉଦର ପୀଡା ଭଳି ଅସୁସ୍ଥତା ଦେଖାଦେବ । କୌଣସି ବି କାର୍ଯ୍ୟ ଠିକ୍ ଭାବେ ତୁଳାଇପାରିବେ ନାହିଁ । ଧାର କରଜ କରିପାରନ୍ତି । ଦୂରଯାତ୍ରା କରନ୍ତୁ ନାହିଁ ।

କର୍କଟ- ଆମୋଦ ପ୍ରମୋଦରେ ଦିନଟି ଅତିବାହିତ ହେବ । ପ୍ରତ୍ୟେକ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିବେ । ବ୍ୟବସାୟରେ ଲାଭବାନ ହେବେ । ପରିବାରରେ ହସଖୁସିର ଲହରୀ ଲାଗି ରହିବ । ପଡୋଶୀଙ୍କ ସହ ସମ୍ପର୍କ ସୁଦୃଢ ହେବ ।  

ସିଂହ- ଆଜି ପ୍ରତି କ୍ଷେତ୍ରରେ ସୁଫଳ ମିଳିବା ସହ ଧନବୃଦ୍ଧି ହୋଇପାରେ । କୌଣସି ଦୀର୍ଘଦିନ ଧରି ଅଟକିଥିବା କାର୍ଯ୍ୟ ସମ୍ପୂର୍ଣ୍ଣ ହେବାରୁ ମନ ପ୍ରଫୁଲ୍ଲ ରହିବ । ଗୁରୁଜନଙ୍କ ଆଶୀର୍ବାଦ ମିଳିବ । କାର୍ଯ୍ୟକ୍ଷେତ୍ରରେ ପଦୋନ୍ନତି ମିଳିପାରେ । ବ୍ୟାପରରେ ନିବେଶ ଶୁଭ ରହିବ । ପରିବାରରେ ସୁଖ-ଆନନ୍ଦରେ ସମୟ କାଟିବେ ।  

ଅଧିକ ପଢ଼ନ୍ତୁ:-ଏପ୍ରିଲ ୧ରୁ ବଦଳିଯିବ ଆପଣଙ୍କ LIC ସମେତ ଏହି ପଲିସି ସହ ଜଡିତ ନିୟମ, ଜାଣି ନିଅନ୍ତୁ ନଚେତ ହୋଇପାରେ କ୍ଷତି

କନ୍ୟା- ଆଜି ବ୍ୟାପାରରେ ନୂତନ ଯୋଜନାକୁ କାର୍ଯ୍ୟକାରୀ କରନ୍ତୁ ନାହିଁ । ପରିବାରରେ ମନୋମାଳିନ୍ୟ ଦେଖାଦେବ । ଆଧ୍ୟାତ୍ମିକ ଦିଗରେ ରୁଚି ବଢିବ । ନୂତନ କାର୍ଯ୍ୟ ଆରମ୍ଭ କରନ୍ତୁ ନାହିଁ । କର୍ମକ୍ଷେତ୍ରରେ ଉଚ୍ଚସ୍ଥଧିକାରୀଙ୍କ ସହ ଦେଖିଚାହିଁ କଥାବାର୍ତ୍ତା କରନ୍ତୁ ।  

ତୁଳା- ଘାତଚନ୍ଦ୍ର ହେତୁ ସତର୍କତା ଅବଲମ୍ୱନ କରନ୍ତୁ । ସ୍ୱାସ୍ଥ୍ୟଗତ ସମସ୍ୟା ଦେଖାଦେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ଅସହଯୋଗ ଅଶାନ୍ତିର କାରଣ ହେବ । ସନ୍ତାନଙ୍କ ପଢାପଢି ପାଇଁ ଅଧିକ ଖର୍ଚ୍ଚାନ୍ତ ହେବେ । କୋର୍ଟ  କଚେରୀ ସମ୍ପର୍କିତ ରାୟ ଆପଣଙ୍କ ବିପକ୍ଷରେ ଯିବ ।  

ବିଛା- ମନ ପ୍ରସନ୍ନ ରହିବ । ପ୍ରତ୍ୟେକ କାର୍ଯ୍ୟ ସୁରୁଖୁରୁରେ ତୁଳାଇବେ । ବ୍ୟବସାୟରେ ଅଗ୍ରଗତି ହେବ । ପାରିବାରିକ ଜୀବନ ଆନନ୍ଦମୟ ହେବ । ପଡୋଶୀଙ୍କ ସହ ସମ୍ପର୍କରେ ସୁଧାର ଆସିବ ।  

ଧନୁ- ଆଜି ମିତ୍ରଙ୍କ ସହ ସାକ୍ଷାତ ହୋଇପାରେ । କର୍ମକ୍ଷେତ୍ରରେ ଉଚ୍ଚସ୍ଥଅଧିକାରୀଙ୍କ ପ୍ରଶଂସା ମିଳିପାରେ । ବ୍ୟାପାରରେ ନୂତନ ନିବେଶ ଶୁଭ ରହିବ । ପରିବାରରେ ସଦସ୍ୟଙ୍କ ସହ କୌଣସି ପର୍ଯ୍ୟଟନସ୍ଥଳୀକୁ ବୁଲିବାକୁ ଯାଇପାରନ୍ତି । ସମାଜିକ ପ୍ରତିଷ୍ଠା, ଯଶ କୀର୍ତ୍ତି ମିଳିପାରେ ।

ଅଧିକ ପଢ଼ନ୍ତୁ:-ଦେଶରେ ପୁଣି ଆରମ୍ଭ ହେଲା କୋରୋନାର ତାଣ୍ଡବ, ଗତ ୨୪ ଘଣ୍ଟାରେ ସାମ୍ନାକୁ ଆସିଲା ଏତିକି ମାମଲା...

ମକର- ଦେହ ଓ ମନ ଭଲ ରହିବ । କର୍ମ କ୍ଷେତ୍ର ସହଜ, ସରଳ ଓ ଆନନ୍ଦଦାୟକ ହେବ । ବ୍ୟସ୍ତତା ମଧ୍ୟେ ଦିନ କାଟିବ । ପାରିବାରିକ ସୁଖଶାନ୍ତି ବିରାଜମାନ ହେବ । ବ୍ୟବସାୟ ଲାଭପ୍ରଦ ହେବ ।

କୁମ୍ଭ-  ଆଜି ଶାରୀରିକ ଅସୁସ୍ଥତା ଯୋଗୁଁ ଧନଖର୍ଚ୍ଚ ହୋଇପାରେ । ବାକ-ସଂଯତ ରୁହନ୍ତୁ; ନଚେତ ବାଦବିବାଦ ହୋଇପାରେ । କାର୍ଯ୍ୟକ୍ଷେତ୍ରରେ ଅଳସୁଆମୀ ବୃଦ୍ଧି ହେତୁ ଉଚ୍ଚସ୍ଥଅଧିକାରୀଙ୍କ ଗାଳି ଶୁଣିବାକୁ ପଡିପାରେ । ବ୍ୟାପାରରେ ଦିନଟି ମଧ୍ୟମ ରହିବ । ପରିବାରରେ ତର୍କ-ବିତର୍କ ଯୋଗୁଁ କଳହ ଦେଖାଦେବ ।

ମୀନ- ଆଜି ପରିବାରରେ ସନ୍ତାନଙ୍କ ସ୍ୱାସ୍ଥ୍ୟ ସମସ୍ୟା ଚିନ୍ତାବୃଦ୍ଧି କରିପାରେ । କଟୁବାକ୍ୟ କହିବାରୁ ନିକଟ ସମ୍ପର୍କୀୟଙ୍କ ସହ କଳହ ହୋଇପାରେ । ଅଯଥା ଖର୍ଚ୍ଚବୃଦ୍ଧି ଯୋଗୁଁ ଚିନ୍ତିତ ରହିବେ । କାର୍ଯ୍ୟକ୍ଷେତ୍ରରେ ଉଚ୍ଚସ୍ଥ ଅଧିକାରୀଙ୍କ ନିନ୍ଦା ଅପବାଦ ମିଳିପାରେ । ବ୍ୟାପାରରେ ନୂତନ ନିବେଶରୁ ଦୂରେଇ ରୁହନ୍ତୁ ।