• ରାଜ୍ୟର ମାଆ ଓ ଝିଅମାନଙ୍କୁ ରଜ ପର୍ବର ଶୁଭେଚ୍ଛା ଜଣାଇଲେ ନବୀନ
  • ରଜପର୍ବ ଉପଲକ୍ଷେ କାଲିଠୁ ୩ଟି ସହରରେ ଆରମ୍ଭ ହେବ ପିଠା ଅନ୍‌ ହ୍ବିଲ୍‌
  • ଭୁବନେଶ୍ବର, ସମ୍ବଲପୁର ଓ କଟକରେ ସୁଲଭ ଦରରେ ମିଳିବ ଓଡ଼ିଆ ପିଠା
  • ଦେଶରେ ୨୪ ଘଣ୍ଟାରେ କୋରୋନା ନେଲା ୩,୩୦୩ ଜୀବନ
  • ଦେଶରେ ଦିନକରେ ୮୦ ହଜାର ୮୩୪ କୋରୋନା ଆକ୍ରାନ୍ତ ଚିହ୍ନଟ
  • ରାଜ୍ୟରେ ଦିନକରେ ଆଉ ୪ ହଜାର ୪୬୯ କୋରୋନା ଆକ୍ରାନ୍ତ ଚିହ୍ନଟ
  • ଜୁନ୍ ଶେଷ ସପ୍ତାହ ସୁଦ୍ଧା ପ୍ରକାଶ ପାଇବ ମାଟ୍ରିକ୍ ରେଜଲ୍ଟ
  • ଦୂରଦର୍ଶନରେ ପାଠପଢ଼ିବେ ଯୁକ୍ତ ଦୁଇ ଛାତ୍ରଛାତ୍ରୀ
  • ଆଜି ସାରା ଓଡ଼ିଶାକୁ ଛୁଇଁବ ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ
  • ୧୨ ଘଣ୍ଟା ଭିତରେ ପୁରା ରାଜ୍ୟରେ ମୌସୁମୀ ବର୍ଷା

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଗୁରୁବାର

Horoscope of May 13: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଗୁରୁବାର

Horoscope of May 13: ମେଷ- ପରାମର୍ଶ ନେଇ କାର୍ଯ୍ୟ କରନ୍ତୁ । ଶରୀର ସୁସ୍ଥ ରହିବ । ଦୂର ଯାତ୍ରା ସଫଳ ହେବ । ପଡୋଶୀ ମାନଙ୍କ  ସହ ମଧୁରତା ହେଖା ଦେବ । ଆୟ ବୃଦ୍ଧି ହେବ । ପାରିବାରିକ ଜୀବନ ଶାନ୍ତରେ କଟିବ ।

ଅଧିକ ପଢ଼ନ୍ତୁ:-ଆହୁରି ଟେନସନ୍ ବଢ଼ାଇଲା କୋରୋନା, ସହର ତୁଳନାରେ ଗାଁରେ ମୃତ୍ୟୁ ହାର ଅଢ଼େଇ ଗୁଣ ଅଧିକ

ବୃଷ- କର୍ମ କ୍ଷେତ୍ରରେ ପ୍ରାଧାନ୍ୟ ବିସ୍ତାର କରିବେ । ଆୟ ବୃଦ୍ଧିର ସୂଚନା ମିଳୁଛି । ଚିନ୍ତାଧାରା ଉନ୍ନତମାନର ହେବ । ପାରିବାରିକ ସୁଖ ମିଳିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ମିଥୁନ- ଶରୀର ସୁସ୍ଥ ରହିବ । ଦୃଢ ମନା ହୋଇ ସମସ୍ତ କାର୍ଯ୍ୟ ନିର୍ବାହ କରିବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟିକ ସଫଳତା ପ୍ରାପ୍ତି କରିବେ । ରାଜନୈତିକ ବ୍ୟକ୍ତି ବିଶେଷ ସଭା ସମିତିରେ ନିଜର ପ୍ରାଧାନ୍ୟ ଜାହିର୍ କରିବେ ।
 
କର୍କଟ- ସୁଖପୂର୍ଣ୍ଣ ଜୀବନ ଯାପନ କରିବେ । କର୍ମ କ୍ଷେତ୍ର ସହଜ ସରଳ ବୋଧଗମ୍ୟ ହେବ । ବନ୍ଧୁ ସାହାଯ୍ୟ ପାଇ ଖୁସି ହେବେ । ସନ୍ତାନଙ୍କ କୃତିତ୍ୱ ଆତ୍ମଶାନ୍ତି ପ୍ରଦାନ କରିବ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି ।

ଅଧିକ ପଢ଼ନ୍ତୁ:-ଗୋଟିଏ ପୁଅର ଅନ୍ତିମ ସଂସ୍କାର କରି ଘରେ ଫେରିଲା ପରେ ମିଳିଲା କୋରୋନା ସହ ଲଢୁଥିବା ଅନ୍ୟ ଏକ ପୁଅର ମୃତଦେହ

ସିଂହ- ସୌଭାଗ୍ୟ ବନ୍ତ ହେବେ । ସମସ୍ତ କ୍ଷେତ୍ରରେ ପାରଦର୍ଶିତା ଲାଭ କରିବେ । ପାରିବାରିକ ସୁଖଶାନ୍ତି ଅବ୍ୟାହତ ରହିବ । ଶୁଭ କାର୍ଯ୍ୟ ପାଇଁ ବାତାବରଣ ଅନୂକୁଳ ଅଟେ । କର୍ମ କ୍ଷେତ୍ରରେ ଉତ୍ସାହ ବୃଦ୍ଧି ପାଇବ ।

କନ୍ୟା- ନୂତନ କର୍ମରେ ଯୋଗ ଦେଇ ଖୁସି ହେବେ । ମନ ପ୍ରସନ୍ନ ରହିବ । ଅର୍ଥ ପ୍ରାପ୍ତି ସୂଚନା ମିଳୁଛି । ଗୃହରେ ଶାନ୍ତିର ବାତାବରଣ ସୃଷ୍ଟି ହେବ । ଦୂରଯାତ୍ରା କରିପାରନ୍ତି ।

ତୁଳା- ସାମାନ୍ୟ ଅସୁସ୍ଥତା ଅନୁଭବ କରିବେ । ପରିସ୍ଥିତି ପ୍ରତି ସଜାଗ ରୁହନ୍ତୁ । ଖର୍ଚ୍ଚାନ୍ତ ହେବାର ସମ୍ଭାବନା ଅଛି । ଚୌର ଭୟ ରହିବ । ଅଚିହ୍ନା ଅପରିଚିତ ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ ।

ଅଧିକ ପଢ଼ନ୍ତୁ:-ପୁଣି ପେଟ୍ରୋଲ-ଡିଜେଲ ମୂଲ୍ୟରେ ବୃଦ୍ଧି, ଜାଣନ୍ତୁ ଆଜିର ରେଟ୍

ବିଛା- ଆଜି ଦିନଟିରେ ଆପଣଙ୍କୁ ଖୁବ ସତର୍କତାର ସହ ଜୀବନଯାପନ କରିବାକୁ ପଡିବ । ଶରୀର ପୀଡା, ମାନସିକ ଅଶାନ୍ତି ଦେଖାଦେବ । ଖର୍ଚ୍ଚାନ୍ତ ହେବେ । ଘାତ ଚନ୍ଦ୍ର ଭୋଗ ହେତୁ ଗାଡି ମଟର ଚାଳନା ଓ ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ନିଆଁ, ପାଣି ତଥା ଉଚ୍ଚ ସ୍ଥାନ ପ୍ରତି ମଧ୍ୟ ସତର୍କତା ଲୋଡା ।

ଧନୁ- କର୍ମ ପ୍ରବଣତା ପ୍ରକାଶ ପାଇବ । ସମସ୍ତ କାର୍ଯ୍ୟ ସଫଳତାର ସହ ସମ୍ପାଦନ କରିବେ । ଧନ ପ୍ରାପ୍ତିର ସୁଯୋଗ ସୃଷ୍ଟି ହେବ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । ଦାମ୍ପତ୍ୟ ଜୀବନ ସୁଖପ୍ରଦ ହେବ ।
 
ମକର-  ନିଜ ସ୍ୱାସ୍ଥ୍ୟ ପ୍ରତି ସଚେତନ ହେବେ । ନିର୍ଭୀକ ଭାବେ କାର୍ଯ୍ୟ ସମ୍ପାଦନ କରିବେ । ବନ୍ଧୁଙ୍କ ସହଯୋଗ ମିଳିବ । ଆୟ ବୃଦ୍ଧି ପାଇବ । ବିବାହ ଆଦି  ଭୋଜିଭାତରେ ଯୋଗ ଦେବେ ।

ଅଧିକ ପଢ଼ନ୍ତୁ:-କୋରୋନା ସୁନାମିରେ ଭାଙ୍ଗିଲା ସମସ୍ତ ରେକର୍ଡ, ଦେଶରେ ପ୍ରଥମ ଥର ପାଇଁ ଦିନକରେ ୪୨୦୫ ସଂକ୍ରମିତଙ୍କ ମୃତ୍ୟୁ

କୁମ୍ଭ- ଦେହ ଅସୁସ୍ଥ ରହିବ । ଆୟ ତୁଳନାରେ ବ୍ୟୟ ଅଧିକ ହେବ । କର୍ମ କ୍ଷେତ୍ରରେ ସହକର୍ମୀଙ୍କ ସହ ମତଭେଦ ଦେଖାଦେବ । ସନ୍ତାନଙ୍କ  କାର୍ଯ୍ୟ କଳାପକୁ ନେଇ ଚିନ୍ତିତ ରହିବେ । ନିଜର ଦକ୍ଷତା ପ୍ରତିପାଦନ କରିବାରେ ସକ୍ଷମ ହେବେ ।

ମୀନ- ମନ ପ୍ରସନ୍ନ ରହିବ । କର୍ତ୍ତବ୍ୟ ନିଷ୍ଠା ହେବେ । ପ୍ରତ୍ୟେକଟି କାର୍ଯ୍ୟ ସୂଚାରୁ ରୂପେ ହବ । ବନ୍ଧୁ ସହଯୋଗ ପାଇବେ । ବ୍ୟବସାୟରେ ଲାଭପ୍ରଦ ହେବ । ପାରିବାରିକ ଜୀବନ ଶାନ୍ତି ପୂର୍ଣ୍ଣ ରହିବ ।