ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶୁକ୍ରବାର
Advertisement

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶୁକ୍ରବାର

Horoscope of May 14: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଶୁକ୍ରବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ଶୁକ୍ରବାର

Horoscope of May 14: ମେଷ- କର୍ମ ଚଞ୍ଚଳ ରହିବେ । ବନ୍ଧୁବାନ୍ଧବ ତଥା ପଡୋଶୀଙ୍କ ମେଳରେ ମଉଜ୍ ମଜ୍‌ଲିସରେ ଦିନ କାଟିବେ । ଖର୍ଚ୍ଚ ବୃଦ୍ଧି ପାଇବ । ନୂତନ ଦ୍ରବ୍ୟ କିମ୍ବା ବସ୍ତ୍ର କ୍ରୟ କରିବେ । ପାରିବାରିକ ସୁଖଶାନ୍ତି ଉପଲବ୍ଧ ହେବ । ବ୍ୟବସାୟରେ କାରବାର ବୃଦ୍ଧି ପାଇବ ।

ଅଧିକ ପଢ଼ନ୍ତୁ:-ଆହୁରି ୩୧ଟି ଟ୍ରେନ ବାତିଲ କଲା ରେଲୱେ, ଦେଖନ୍ତୁ ପୁରା ଲିଷ୍ଟ୍

ବୃଷ- ଦିନଟିରେ ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ମନ ପ୍ରସନ୍ନ ରହିବ । କର୍ମ କ୍ଷେତ୍ର ଉତ୍ସାହପ୍ରଦ ହେବ । ନୂତନ ଜମି କିମ୍ବା ଗୃହ କ୍ରୟ ନିମିତ୍ତ ଯୋଜନା କରିବେ । ସନ୍ତାନଙ୍କ କୃତ୍ତିତ୍ୱରେ ଆତ୍ମସନ୍ତୋଷ ଲାଭ କରିବେ । ନବ ଦମ୍ପତିଙ୍କ ପାଇଁ ଦିନଟି ବେଶ୍ ଆମୋଦଦାୟକ ହେବ । ବ୍ୟବସାୟ ଆଶାନୁରୂପକ ହେବ ।

ମିଥୁନ- କର୍ତ୍ତବ୍ୟ ନିଷ୍ଠ ହେବେ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ଦୂରଯାତ୍ରା ସଫଳ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ରାଜନୈତିକ ବ୍ୟକ୍ତି ବିଶେଷ ସଭା ସମିତିରେ ଜନତାଙ୍କ ଆଦର ପାଇବେ ।

କର୍କଟ- ଈଶ୍ୱର ବିଶ୍ୱାସୀ ହେବେ । ଦାନ ଧର୍ମ ପ୍ରତି ମନ ବଳିବ । ଆରୋଗ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ କାର୍ଯ୍ୟଭାର ବୃଦ୍ଧି ପାଇବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନୋନିବେଶ କରିବେ । ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ପାଇଁ ଦିନଟି ଶୁଭ ଅଟେ ।

ଅଧିକ ପଢ଼ନ୍ତୁ:-କୋରୋନା ମହାମାରୀ ମଧ୍ୟରେ ମାଡ଼ି ଆସୁଛି ଆଉ ଏକ ବଡ଼ ସଙ୍କଟ!

ସିଂହ- ସମାନୁବର୍ତ୍ତୀ ହୋଇ ପ୍ରତ୍ୟେକ କାର୍ଯ୍ୟ ସୂଚାରୁ ରୂପେ ତୁଲାଇବେ । ସେବା ପୂଜାରେ ମନ ନିବେଶ କରିବେ । ଶରୀର ଓ ମନ ସୁସ୍ଥ ରହିବ । କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କ ସାହାଯ୍ୟ ସହଯୋଗ ପାଇବେ । ଆୟ ଓ ବ୍ୟୟ ସମାନ ରହିବ । ବ୍ୟବସାୟ ଲାଭ ଯୁକ୍ତ ହେବ ।

କନ୍ୟା- ଶରୀର ଆରୋଗ୍ୟ ରହିବ । କାର୍ଯ୍ୟ ବ୍ୟସ୍ତତା ଭିତରେ ଦିନ କାଟିବେ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ଭାଜନ ହେବେ । ଆୟ ଆଶାନୁରୂପକ ହେବ । ଗୃହକୁ ବିବାହ ପ୍ରସ୍ତାବ ଆଦି ଆସିପାରେ । ଆଇନ ଅଦାଲତର କାର୍ଯ୍ୟ ଆପଣଙ୍କ ସପକ୍ଷରେ ଯିବ । ସାଂସାରିକ ଜୀବନ ସୁଖମୟ ହେବ । ବ୍ୟବସାୟ ଭଲ ହେବ ।

ତୁଳା- କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ । ଦେହ ଓ ମନ ଭଲ ରହିବ । ସୁସମ୍ବାଦ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପରିବାରରେ ହସ ଖୁସିର ଲହରି ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ଅଧିକ ପଢ଼ନ୍ତୁ:-ଦେଶରେ କୋରୋନାର ତାଣ୍ଡବ: ଦିନକରେ ଚିହ୍ନଟ ହେଲା ଏତିକି ମାମଲା, ପୁଣି ୪ ହଜାରରୁ ଉର୍ଦ୍ଧ୍ୱ ସଂକ୍ରମିତଙ୍କ ମୃତ୍ୟୁ

ବିଛା- ଆଜି ଦିନଟିରେ ଆପଣଙ୍କୁ ଖୁବ ସତର୍କତାର ସହ ଜୀବନଯାପନ କରିବାକୁ ପଡିବ । ଶରୀର ପୀଡା, ମାନସିକ ଅଶାନ୍ତି ଦେଖାଦେବ । ଖର୍ଚ୍ଚାନ୍ତ ହେବେ । ଘାତ ଚନ୍ଦ୍ର ଭୋଗ ହେତୁ ଗାଡି ମଟର ଚାଳନା ଓ ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ନିଆଁ, ପାଣି ତଥା ଉଚ୍ଚ ସ୍ଥାନ ପ୍ରତି ମଧ୍ୟ ସତର୍କତା ଲୋଡା ।

ଧନୁ- ସାମୟିକ ଶରୀର ପୀଡା ଭୋଗିବେ । କୌଣସି ବାଦ ବିବାଦରେ ଜଡିତ ହେବେ । ଧାର କରଜ ଆଦି କରିପାରନ୍ତି । ବ୍ୟବସାୟ ସ୍ୱଳ୍ପ ଲାଭ ଯୁକ୍ତ ହେବ । ପାରିବାରିକ ଜୀବନରେ ଅଶାନ୍ତି ଦେଖାଦେବ ।

ମକର- ଆପଣଙ୍କ ପାଇଁ ଦିନଟି ସୁଖ ସ୍ୱାଚ୍ଛନ୍ଦ୍ୟ ଭରା ରହିବ । ଦେହ ଓ ମନ ଭଲ ରହିବ । ସେବା ଧର୍ମ ପ୍ରତି ମନ ବଳିବ । ଆୟ ଅବ୍ୟାହତ ରହିବ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ । ଛାତ୍ରଛାତ୍ରୀମାନେ ପଢାପଢିରେ ଭଲ ପ୍ରଦର୍ଶନ କରିବେ । ବ୍ୟବସାୟ ଦୃଷ୍ଟିକୋଣରୁ ଦିନଟି ଉତ୍ତମ ଅଟେ ।

ଅଧିକ ପଢ଼ନ୍ତୁ:-LIC ର ୨୯ କୋଟି ପଲିସି ଧାରକଙ୍କୁ ମିଳିଲା ଏହି ବଡ଼ ସୁବିଧା

କୁମ୍ଭ- ଦିନଟିରେ ଆପଣ କର୍ମ ତତ୍ପର ହେବେ । ସୁସ୍ୱାଦୁ ଭୋଜନ ପ୍ରାପ୍ତି ହେବ । କର୍ମ କ୍ଷେତ୍ର ଉତ୍ସାହ ପୂର୍ଣ୍ଣ  ରହିବ । ପଡୋଶୀଙ୍କ ସହ ସୁସମ୍ପର୍କ ବଜାୟ ରହିବ । ପାରିବାରିକ ହସଖୁସି ଲାଗି ରହିବ । ଦୂରଯାତ୍ରା ସଫଳ ହେବ ।

ମୀନ- ଗାଡି ମଟର ଚାଳନାରୁ ନିବୃତ୍ତ ରୁହନ୍ତୁ । ଦୂରଯାତ୍ରା ବିପଦପୂର୍ଣ୍ଣ ହେବ । ବୃଥା ନିନ୍ଦା ଅପବାଦ ମିଳିପାରେ । ବାକ୍ ସଂଯମତା ରକ୍ଷା ନ କଲେ ବିପଦରେ ପଡିବେ । ଅର୍ଥହାନି ହେବ ।