• ଦେଶରେ ୨୪ ଘଣ୍ଟାରେ ୬୨,୪୮୦ ପଜିଟିଭ୍ ଚିହ୍ନଟ
  • ୧୫୮୭ ଆକ୍ରାନ୍ତଙ୍କ ଜୀବନ ନେଲା କୋରୋନା
  • ମୟୂରଭଞ୍ଜ PRM ହସ୍ପିଟାଲରେ ଅକ୍ସିଜେନ ପ୍ଲାଣ୍ଟର ଶିଳାନ୍ୟାସ
  • ଭିସି ଜରିଆରେ ଶିଳନ୍ୟାସ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ
  • ଓଡ଼ିଶା ହକି ଆଡହକ କମିଟି ଅଧ୍ୟକ୍ଷ ହେଲେ ଦିଲ୍ଲୀପ ତିର୍କି
  • ଭୋଳାନାଥ ସିଂହ, ରାଜେନ୍ଦ୍ର ପାଣି, ଆର.କେ.ଶ୍ରୀବାସ୍ତବ, ଅଧିପ ଦାସ ଆଡହକ କମିଟି ସଦସ୍ୟ
  • ତପୁ ମିଶ୍ରଙ୍କ ଚିକିତ୍ସା ପାଇଁ ସଂସ୍କୃତି ବିଭାଗ ପକ୍ଷରୁ ୧ଲକ୍ଷ ଟଙ୍କା ପ୍ରଦାନ
  • ଅଗଷ୍ଟ ଦ୍ବିତୀୟ ସପ୍ତାହରେ ପ୍ରକାଶ ପାଇବ +୨ ରେଜଲ୍ଟ
  • ଦଶମ ପରୀକ୍ଷା ମାର୍କ ଭିତ୍ତିରେ ମୂଲ୍ୟାୟନ ପାଇଁ ନିଷ୍ପତ୍ତି ନେଇଛି CHSE
  • ରଥଯାତ୍ରାର ରିତିନୀତିର ୪୮ ଘଣ୍ଟା ପୂର୍ବରୁ ସେବାୟତଙ୍କ RT-PCR ଟେଷ୍ଟ

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର

Horoscope of May 18: ଆଜି ବଦଳିବ ଏସବୁ ରାଶିର ବ୍ୟକ୍ତିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ମଙ୍ଗଳବାର...

ଜାଣନ୍ତୁ କେଉଁ ରାଶିଙ୍କ ପାଇଁ ଶୁଭ ରହିବ ମଙ୍ଗଳବାର

Horoscope of May 18: ମେଷ- ଆପଣଙ୍କ ପାଇଁ ଦିନଟି ସୁଖ ସ୍ୱାଚ୍ଛନ୍ଦ୍ୟ ଭରା ରହିବ । ଦେହ ଓ ମନ ଭଲ ରହିବ । ସେବା ଧର୍ମ ପ୍ରତି ମନ ବଳିବ । ଆୟ ଅବ୍ୟାହତ ରହିବ । ପାରିବାରିକ ଜୀବନ ଶାନ୍ତିପୂର୍ଣ୍ଣ ରହିବ । ଛାତ୍ରଛାତ୍ରୀମାନେ ପଢାପଢିରେ ଭଲ ପ୍ରଦର୍ଶନ କରିବେ । ବ୍ୟବସାୟ ଦୃଷ୍ଟିକୋଣରୁ ଦିନଟି ଉତ୍ତମ ଅଟେ ।

ଅଧିକ ପଢ଼ନ୍ତୁ:-RBI କୋଟି କୋଟି ଗ୍ରାହକଙ୍କୁ କଲା ସତର୍କ! ମେ ୨୩ରେ ଅନଲାଇନରେ ଟଙ୍କା ଟ୍ରାନ୍ସଫର କରିବା ପୂର୍ବରୁ ଜାଣି ନିଅନ୍ତୁ ଏହି କଥା

ବୃଷ- ଦିନଟିରେ ଆପଣ ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପାଇବେ । ମନ ପ୍ରସନ୍ନ ରହିବ । କର୍ମ କ୍ଷେତ୍ର ଉତ୍ସାହପ୍ରଦ ହେବ । ନୂତନ ଜମି କିମ୍ବା ଗୃହ କ୍ରୟ ନିମିତ୍ତ ଯୋଜନା କରିବେ । ସନ୍ତାନଙ୍କ କୃତ୍ତିତ୍ୱରେ ଆତ୍ମସନ୍ତୋଷ ଲାଭ କରିବେ । ନବ ଦମ୍ପତିଙ୍କ ପାଇଁ ଦିନଟି ବେଶ୍ ଆମୋଦଦାୟକ ହେବ । ବ୍ୟବସାୟ ଆଶାନୁରୂପକ ହେବ ।

ମିଥୁନ- ଦେହ ଓ ମନ ଭଲ ରହିବ । କର୍ମ ଚଞ୍ଚଳ ରହିବେ । କର୍ମ କ୍ଷେତ୍ରରେ ଅଧିନସ୍ଥ କର୍ମଚାରୀଙ୍କ ସହଯୋଗ ପାଇବେ । ଅକସ୍ମାତ ଧନପ୍ରାପ୍ତିର ଯୋଗ ରହୁଛି । ବ୍ୟବସାୟରେ ସଫଳତା ପାଇବେ । ଆଇନ, ଅଦାଲତର ରାୟ ଆପଣଙ୍କ ସପକ୍ଷରେ ଯିବ ।

କର୍କଟ- ଈଶ୍ୱର ବିଶ୍ୱାସୀ ହେବେ । ଦାନ ଧର୍ମ ପ୍ରତି ମନ ବଳିବ । ଆରୋଗ୍ୟ ଲାଭ କରିବେ । କର୍ମ କ୍ଷେତ୍ରରେ କାର୍ଯ୍ୟଭରା ବୃଦ୍ଧି ପାଇବ । ଛାତ୍ରଛାତ୍ରୀମାନେ ପଢାପଢିରେ ମନନିବେଶ କରିବେ । ବ୍ୟାଙ୍କ ଓ ବୀମା କର୍ମଚାରୀଙ୍କ ପାଇଁ ଦିନଟି ଶୁଭ ଅଟେ ।

ଅଧିକ ପଢ଼ନ୍ତୁ:-ଭଲ ଖବର: ରାଜ୍ୟରେ ଗୋଟିଏ ଦିନରେ ସୁସ୍ଥ ହେଲେ ୧୧ ହଜାରରୁ ଉର୍ଦ୍ଧ୍ୱ କୋରୋନା ଆକ୍ରାନ୍ତ

ସିଂହ-ସମାନୁବର୍ତ୍ତୀ ହୋଇ ପ୍ରତ୍ୟେକ କାର୍ଯ୍ୟ ସୂଚାରୁ ରୂପେ ତୁଲାଇବେ । ସେବା ପୂଜାରେ ମନ ନିବେଶ କରିବେ । ଶରୀର ଓ ମନ ସୁସ୍ଥ ରହିବ । କର୍ମ କ୍ଷେତ୍ରରେ ସହକର୍ମୀମାନଙ୍କ ସାହାଯ୍ୟ ସହଯୋଗ ପାଇବେ । ଆୟ ଓ ବ୍ୟୟ ସମାନ ରହିବ । ବ୍ୟବସାୟ ଲାଭ ଯୁକ୍ତ ହେବ ।

କନ୍ୟା- ଆରୋଗ୍ୟ ରହିବେ । ମନ ଭଲ ରହିବ । ପ୍ରତ୍ୟେକ କାର୍ଯ୍ୟରେ ସଫଳତା ପ୍ରାପ୍ତି ହେବ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ପାଇବେ । ଆୟ ଅବ୍ୟାହତ ରହିବ । ବ୍ୟବସାୟୀମାନେ ଭଲ ଲାଭ କରିବେ ।

ତୁଳା- ଶରୀର ଆରୋଗ୍ୟ ରହିବ । କାର୍ଯ୍ୟ ବ୍ୟସ୍ତତା ଭିତରେ ଦିନ କାଟିବେ । କର୍ମ କ୍ଷେତ୍ରରେ ଉଚ୍ଚ ଅଧିକାରୀଙ୍କ ପ୍ରଶଂସା ଭାଜନ ହେବେ । ଆୟ ଆଶାନୁରୂପକ ହେବ । ଗୃହକୁ ବିବାହ ପ୍ରସ୍ତାବ ଆଦି ଆସିପାରେ । ଆଇନ ଅଦାଲତର କାର୍ଯ୍ୟ ଆପଣଙ୍କ ସପକ୍ଷରେ ଯିବ । ସାଂସାରିକ ଜୀବନ ସୁଖମୟ ହେବ । ବ୍ୟବସାୟ ଭଲ ହେବ ।

ଅଧିକ ପଢ଼ନ୍ତୁ:-ଏହି ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର, ମିଳିବ ଭରପୂର ଲାଭ!

ବିଛା- କର୍ତ୍ତବ୍ୟ ନିଷ୍ଠ ହେବେ । କର୍ମ କ୍ଷେତ୍ରରେ ଉଚ୍ଚ ପ୍ରଶଂସା ମିଳିବ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । ଦୂରଯାତ୍ରା ସଫଳ ହେବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ । ରାଜନୈତିକ ବ୍ୟକ୍ତି ବିଶେଷ ସଭାସମିତିରେ ଜନତାଙ୍କ ଆଦର ପାଇବେ ।

ଧନୁ- କର୍ମ ଅନୁସାରେ ଫଳ ପ୍ରାପ୍ତି ହେବ । ଦେହ ଓ ମନ ଭଲ ରହିବ । ସୁସମ୍ବାଦ ପ୍ରାପ୍ତ ହେବ । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ରହିବ । ପରିବାରରେ ହସ ଖୁସିର ଲହରୀ ରହିବ । ଦାମ୍ପତ୍ୟ ଜୀବନ ସୁଖମୟ ହେବ ।

ଅଧିକ ପଢ଼ନ୍ତୁ:-ଗରମ ଦିନରେ ଲେମ୍ବୁ ରସ ପିଇବାରୁ ମିଳିଥାଏ ଏହି ସବୁ ଲାଭ

ମକର- ଆଜି ଦିନଟିରେ ଆପଣଙ୍କୁ ଖୁବ ସତର୍କତାର ସହ ଜୀବନଯାପନ କରିବାକୁ ପଡିବ । ଶରୀରପୀଡା, ମାନସିକ ଅଶାନ୍ତି ଦେଖାଦେବ । ଖର୍ଚ୍ଚାନ୍ତ ହେବେ । ଘାତ ଚନ୍ଦ୍ର ଭୋଗ ହେତୁ ଗାଡି ମଟର ଚାଳନା ଓ ଦୂରଯାତ୍ରାରୁ ନିବୃତ୍ତ ରୁହନ୍ତୁ । ନିଆଁ, ପାଣି,ତଥା ଉଚ୍ଚ ସ୍ଥାନ ପ୍ରତି ମଧ୍ୟ ସତର୍କତା ଲୋଡା । କୁମ୍ଭ-ପରିଶ୍ରମ ଅନୁଯାୟୀ ଫଳ ମିଳିବ । ଅପରିଚିତ ଅଜଣା ବ୍ୟକ୍ତିଙ୍କ ଠାରୁ ଦୂରେଇ ରୁହନ୍ତୁ । ଆୟ ଓ ବ୍ୟୟ ପ୍ରାୟ ସମାନ ରହିବ । କ୍ରୀଡାବିତ୍‌ଙ୍କ ପାଇଁ ଦିନଟି ଶୁଭଫଳ ଦେବ । ବ୍ୟବସାୟ ଭଲ ହେବ ।

ମୀନ- କର୍ମ ଚଞ୍ଚଳ ରହିବେ । ବନ୍ଧୁବାନ୍ଧବ ତଥା ପଡୋଶୀଙ୍କ ମେଳରେ ମଉଜ୍ ମଜ୍‌ଲିସରେ ଦିନ କାଟିବେ । ଖର୍ଚ୍ଚ ବୃଦ୍ଧି ପାଇବ । ନୂତନ ଦ୍ରବ୍ୟ କିମ୍ବା ବସ୍ତ୍ର କ୍ରୟ କରିବେ । ପାରିବାରିକ ସୁଖଶାନ୍ତି ଉପଲବ୍ଧ ହେବ । ବ୍ୟବସାୟରେ କାରବାର ବୃଦ୍ଧି ପାଇବ ।